News Room Odisha
BREAKING
Odia

ଚିକିଟି ମଦ ମୃତ୍ୟୁ: ବଦଳିଲେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ, ୨ ନିଲମ୍ବିତ, ଅନୁଧ୍ୟାନ କଲା ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ

ବ୍ରହ୍ମପୁର: ଚିକିଟିରେ ବିଷାକ୍ତ ମଦ୍ୟପାନ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି।ବେଆଇନ ମଦ କାରବାର ରୋକିବାରେ ବିଫଳତା ନେଇ ବ୍ରହ୍ମପୁର ଅବକାରୀ ଜିଲ୍ଲାର ବିଭାଗୀୟ ଇନ୍‌ସପେକ୍ଟର୍ ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍‌-ଇନ୍‌ସପେକ୍ଟର୍ ପ୍ରସନ୍ନ କୁମାର ଜାଲି ନିଲମ୍ବିତ ହୋଇଛନ୍ତି। ସେହିପରି ବ୍ରହ୍ମପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ସୁଜିତ ରଞ୍ଜନ ସ୍ୱାଇଁ ସୂଚନା [...]

Admin•August 22, 2024
Share Article:

ବ୍ରହ୍ମପୁର: ଚିକିଟିରେ ବିଷାକ୍ତ ମଦ୍ୟପାନ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି।ବେଆଇନ ମଦ କାରବାର ରୋକିବାରେ ବିଫଳତା ନେଇ ବ୍ରହ୍ମପୁର ଅବକାରୀ ଜିଲ୍ଲାର ବିଭାଗୀୟ ଇନ୍‌ସପେକ୍ଟର୍ ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍‌-ଇନ୍‌ସପେକ୍ଟର୍ ପ୍ରସନ୍ନ କୁମାର ଜାଲି ନିଲମ୍ବିତ ହୋଇଛନ୍ତି। ସେହିପରି ବ୍ରହ୍ମପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ସୁଜିତ ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଗତକାଲି ଇନ୍‌ସପେକ୍ଟର୍ ଓ ସବ୍‌-ଇନ୍‌ସପେକ୍ଟରଙ୍କୁ ଯଥାକ୍ରମେ କୋରାପୁଟ ଓ ଢେଙ୍କାନାଳକୁ ବଦଳି କରାଯାଇଥିଲା। ଆଜି କିନ୍ତୁ ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ ଗୁରୁବାର ଚିକିଟି ଗସ୍ତ କରିଛି। ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବ ମୃତକଙ୍କ ଗାଁ ଜେନାପୁରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଦୁଇ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ବିଜେଡି ତରଫରୁ ପ୍ରଦାନ କରିଛନ୍ତି ଶ୍ରୀରୂପ। “ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ପ୍ରତିନିଧି ଦଳ ଚିକିଟି ଗସ୍ତ କରିଛି। ମଦ ମୃତ୍ୟୁ ବାବଦ ବିସ୍ତୃତ ଅନୁଧ୍ୟାନ କରାଯିବ। ମୃତକ ଓ ଅସୁସ୍ଥଙ୍କ ପରିବାରକୁ ଭେଟି କଥା ହେବୁ। ରିପୋର୍ଟ ବିରୋଧୀ ଦଳ ନେତାଙ୍କୁ ଦିଆଯିବ ଓ ରାଜ୍ୟ ସରକାରଙ୍କ ଏହି ବିଫଳତା ପ୍ରସଙ୍ଗ ଉଠାଯିବ” ବୋଲି କହିଛନ୍ତି ଟିମ୍ ସଦସ୍ୟ। ଚିକିଟିରୁ ଏହି ଦଳ ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲ ଯାଇ ଅସୁସ୍ଥଙ୍କୁ ଭେଟିଛନ୍ତି।

#Odia#Odisha#News
Share Article:

Related Articles