News Room Odisha
BREAKING
Odia

ଶ୍ରୀମନ୍ଦିରରେ କୋଳିବିକା ନୀତି ପାଳିତ

ଶ୍ରୀକୃଷ୍ଣ ଜନ୍ମଷ୍ଟମୀ ପରଠାରୁ ଶ୍ରୀ ମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଏହିକ୍ରମରେ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀ ଜୀଉମାନଙ୍କର ‘ବଣ ଭୋଜି ବେଶ” ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉ ମାନଙ୍କ ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥିଲା। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣ ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରିଯାଇଥିଲା। ପୂଜାପଣ୍ଡା ସାମନ୍ତ ବଡ଼ବାଡ଼ ରୁ ରାମ [...]

Admin•August 29, 2024
Share Article:

ଶ୍ରୀକୃଷ୍ଣ ଜନ୍ମଷ୍ଟମୀ ପରଠାରୁ ଶ୍ରୀ ମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଏହିକ୍ରମରେ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀ ଜୀଉମାନଙ୍କର  ‘ବଣ ଭୋଜି ବେଶ” ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉ ମାନଙ୍କ  ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥିଲା। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣ ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରିଯାଇଥିଲା। ପୂଜାପଣ୍ଡା ସାମନ୍ତ ବଡ଼ବାଡ଼ ରୁ ରାମ ଙ୍କୁ ଓ ମହାପ୍ରଭୁଙ୍କ ବାଡ଼ରୁ କୃଷ୍ଣ ଙ୍କୁ ଆଜ୍ଞା ମାଳ ଦେଲା ପରେ ମହାଜନ ସେବକ ଙ୍କ ହାତରେ ବିଜେ ହୋଇ ରାମ କୃଷ୍ଣ ବଟ ମୂଳରେ ଥିବା ପାଲିଙ୍କିରେ ବିଜେ ହୋଇଥିଲେ । ବିମାନବଡୁ ସେବକ ଉକ୍ତ ପାଲିଙ୍କି କୁ ନେଇ ବଡ଼ ଛତା ମଠ ପାର୍ଶ୍ୱରେ ଥିବା ଏକ କାଷ୍ଠ ନିର୍ମିତ ସିଂହାସନ ରେ ବିଜେ କରାଇଥିଲେ। ଏହି ଠାରେ ଜଣେ ସେବକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ଡାକିଥିଲେ।

“ପାଣିର ଫଳ ସିଙ୍ଗଡାରେ କୋଳି ଖାଇବ ଆସ ହେ ପୁଏ ”

ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ନେଇ ରୂପା ପିଙ୍ଗଣ ରେ ରଖି ତାହାକୁ ଶ୍ରୀ ରାମ ମନ୍ଦିର କୃଷ୍ଣ ଙ୍କୁ ସମର୍ପଣ କରିଥିଲେ। ଏହାପରେ ପୂଜାପଣ୍ଡା ସେଠାରେ ଶୀତଳଭୋଗ ଓ ଭିତ୍ତରଛ ମହାପାତ୍ର ବନ୍ଦାପନା ନୀତି ବଢାଇଥିଲେ । ଏହାପରେ ଠାକୁର ବାହୁଡା ବିଜେ ହୋଇ ଜଗମୋହନ ରେ ଥିବା ଖଟ ଉପରେ ଆସି ବିଜେ ହେବା ପରେ ଅନ୍ୟାନ୍ୟ ନୀତି ବଢିଥିଲା।

#Odia#Odisha#News
Share Article:

Related Articles