News Room Odisha
BREAKING
Odia

ଚିକିଟି ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗୁରୁତର ଅସୁସ୍ଥ ଥିବା ଲକ୍ଷ୍ମଣ ବେହେରାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଭେଣ୍ଟିଲେଟରେ ରଖା ଯାଇଥିଲା। ଗତକାଲି ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ଘଟିଛି। ୬୦ ବର୍ଷ ବୟସ୍କ ଏହି ବୃଦ୍ଧଙ୍କ ଘର ଜେନାପୁର ଗାଁ ପଠାଣ ସାହି। ପୂର୍ବରୁ ଜେନାପୁର ଗ୍ରାମର ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେବି ଆହୁରି ପ୍ରାୟ ୪ [...]

Admin•August 31, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗୁରୁତର ଅସୁସ୍ଥ ଥିବା ଲକ୍ଷ୍ମଣ ବେହେରାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଭେଣ୍ଟିଲେଟରେ ରଖା ଯାଇଥିଲା। ଗତକାଲି ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ଘଟିଛି। ୬୦ ବର୍ଷ ବୟସ୍କ ଏହି ବୃଦ୍ଧଙ୍କ ଘର ଜେନାପୁର ଗାଁ ପଠାଣ ସାହି। ପୂର୍ବରୁ ଜେନାପୁର ଗ୍ରାମର ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେବି ଆହୁରି ପ୍ରାୟ ୪ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଗୋଟିଏ ଗାଁର ୩ ଜଣଙ୍କ ମୃତ୍ୟୁ ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଇତି ମଧ୍ୟରେ ବିଜେଡି, କଂଗ୍ରେସ, ବାମପନ୍ଥୀ ପ୍ରତିନିଧି ଦଳ ଉକ୍ତ ଗାଁ ତଥା ଚିକିଟି ବ୍ଲକ୍ ପରିଦର୍ଶନ କରି ବିଷାକ୍ତ ମଦ ମୃତ୍ୟୁ ଘଟଣା ରୋକିବାରେ ରାଜ୍ୟର ବିଜେପି ସରକାରଙ୍କ ବିଫଳତାକୁ ସମାଲୋଚନା କରି ସାରିଛନ୍ତି।

#Odia#Odisha#News
Share Article:

Related Articles