News Room Odisha
BREAKING
Odia

ଅନ୍ତର୍ଜାତୀୟ କ୍ରିକେଟରୁ ମୋଇନ ଅଲିଙ୍କ ଅବସର

ଲଣ୍ଡନ: ଇଂଲଣ୍ଡର ଭେଟେରାନ ଅଲରାଉଣ୍ଡର ମୋଇନ ଅଲି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତିି | ୩୭ ବର୍ଷୀୟ ଅଲି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ହ୍ବାଇଟ୍ ବଲ୍ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ସୁଯୋଗ ନ ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୯ରେ ଇଂଲଣ୍ଡର ଦିନିକିଆ ବିଶ୍ୱକପ୍ ଏବଂ ୨୦୨୨ରେ ଟି-୨୦ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିବା ବର୍ଷୀୟ ମୋଇନ ଡେଲି ବ୍ରିଟେନର ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, [...]

Admin•September 8, 2024
Share Article:

ଲଣ୍ଡନ: ଇଂଲଣ୍ଡର ଭେଟେରାନ ଅଲରାଉଣ୍ଡର ମୋଇନ ଅଲି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତିି | ୩୭ ବର୍ଷୀୟ ଅଲି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ହ୍ବାଇଟ୍ ବଲ୍ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ସୁଯୋଗ ନ ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।

୨୦୧୯ରେ ଇଂଲଣ୍ଡର ଦିନିକିଆ ବିଶ୍ୱକପ୍ ଏବଂ ୨୦୨୨ରେ ଟି-୨୦ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିବା ବର୍ଷୀୟ ମୋଇନ ଡେଲି ବ୍ରିଟେନର ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ମୋର ବୟସ ଏବେ ୩୭ ବର୍ଷ ଏବଂ ମୁଁ ଚଳିତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ମନୋନୀତ ହୋଇ ନାହିଁ। ‘ମୁଁ ଇଂଲଣ୍ଡ ପାଇଁ ବହୁତ କ୍ରିକେଟ୍ ଖେଳିଛି। ବର୍ତ୍ତମାନ ପରବର୍ତ୍ତୀ ପିଢ଼ି ପାଇଁ ସମୟ ଆସିଛି, ଯାହା ମୋତେ କୁହାଯାଇଥିଲା | ମୁଁ ଭାବିଲି ଏହା (ଅବସର ନେବାର) ଠିକ୍ ସମୟ | ମୁଁ ମୋର କାମ କରିସାରିଛି ।”

ଟି-୨୦ ବିଶ୍ୱକପ୍ ୨୦୨୪ରେ ଭାରତ ବିପକ୍ଷ ସେମିଫାଇନାଲ ମୋଇନ ଅଲିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ଉକ୍ତ ମ୍ୟାଚରେ ଇଂଲଣ୍ଡ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ମୋଇନ୍ ଅଲି ୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଜଣେ ଅଲରାଉଣ୍ଡର ଭାବେ ସେ ୬୮ ଟେଷ୍ଟ, ୧୩୮ ଦିନିକିଆ ଏବଂ ୯୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ | ଇଂଲଣ୍ଡ ପାଇଁ ସେ ସମସ୍ତ ଫର୍ମାଟରେ ୮ ଶତକ ଏବଂ ୨୮ ଅର୍ଦ୍ଧଶତକ ସହ ୬୬୭୮ ରନ୍ ସଂଗ୍ରହ କରିଥିବା ବେଳେ ୩୬୬ ୱିକେଟ୍ ନେଇଛନ୍ତି |

#Odia#Odisha#News
Share Article:

Related Articles