News Room Odisha
BREAKING
Odia

ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗ୍ରାହାମ୍ ଥୋର୍ପଙ୍କ ପରଲୋକ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗ୍ରାହାମ୍ ଥୋର୍ପଙ୍କ ୫୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୯୩ରୁ ରୁ ୨୦୦୫ ମଧ୍ୟରେ ଥୋର୍ପ ଇଂଲଣ୍ଡ ପାଇଁ ୧୦୦ ଟେଷ୍ଟ ଖେଳିଥିଲେ | ଅବସର ପରେ ସେ ଇଂଲଣ୍ଡ ସିନିୟର ପୁରୁଷ ଦଳର ବ୍ୟାଟିଂ କୋଚ୍ ଓ ସହାୟକ କୋଚ୍ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ମାର୍ଚ୍ଚ ୨୦୨୨ରେ ଆଫଗାନିସ୍ତାନର ମୁଖ୍ୟ କୋଚ୍ ପଦ ପାଇଁ ମନୋନୀତ ହେବା [...]

Admin•August 5, 2024
Share Article:

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗ୍ରାହାମ୍ ଥୋର୍ପଙ୍କ ୫୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

୧୯୯୩ରୁ ରୁ ୨୦୦୫ ମଧ୍ୟରେ ଥୋର୍ପ ଇଂଲଣ୍ଡ ପାଇଁ ୧୦୦ ଟେଷ୍ଟ ଖେଳିଥିଲେ | ଅବସର ପରେ ସେ ଇଂଲଣ୍ଡ ସିନିୟର ପୁରୁଷ ଦଳର ବ୍ୟାଟିଂ କୋଚ୍ ଓ ସହାୟକ କୋଚ୍ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ମାର୍ଚ୍ଚ ୨୦୨୨ରେ ଆଫଗାନିସ୍ତାନର ମୁଖ୍ୟ କୋଚ୍ ପଦ ପାଇଁ ମନୋନୀତ ହେବା ପରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ, ଯେଉଁ କାରଣରୁ ସେ ଆଫଗାନିସ୍ତାନ ଦଳରେ ଯୋଗ ଦେଇ ପାରିନଥିଲେ।

ଜଣେ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ଭାବେ ଜଣାଶୁଣା ଥୋର୍ପ ତାଙ୍କ ଟେଷ୍ଟ କ୍ୟାରିୟରରେ ୪୪.୬୬ ଆଭରେଜ୍ ଓ ୧୬ ଶତକ ସହ ୬୭୪୪ ରନ୍ କରିଥିଲେ। ଥୋର୍ପ ମଧ୍ୟ ଇଂଲଣ୍ଡ ପାଇଁ ୮୨ଟି ଦିନିକିଆ ଖେଳିଥିଲେ। ଏହି ଫର୍ମାଟରେ ସେ ୩୭.୧୮ ଆଭରେଜ୍ ସହ ୨୩୮୦ ରନ୍ କରିଥିଲେ | ତାଙ୍କ ପରଲୋକରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

#Odia#Odisha#News
Share Article:

Related Articles