News Room Odisha
BREAKING
Odia

ଶ୍ରୀ ମନ୍ଦିରରେ ରାଧାଷ୍ଟମୀ, ଜମେଶ୍ୱରଙ୍କ ଠାରୁ ବର୍ଷର ଆୟବ୍ୟୟର ହିସାବ ନେଲେ ସୁଦର୍ଶନ

ଆଜି ପବିତ୍ର ରାଧାଷ୍ଟମୀ । ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କ ଦ୍ବୀପହର ଧୂପ ବଢିବା ପରେ ଶ୍ରୀଦେବୀ ବା ଲକ୍ଷ୍ମୀ ଆଜ୍ଞାମାଳ ପାଇଁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ରାଧା ରୂପରେ ତାଙ୍କର ଅଭିଷେକ ବା ମାଜଣ ନୀତି ସମ୍ପର୍ଣ୍ଣ ହୋଇଥିଲା।ଏହି ସମୟ ରେ ଆଜି ମହାପ୍ରଭୁ ଶ୍ରୀସୁଦର୍ଶନ ଆଜ୍ଞାମାଳ ପାଇ ଭୃଗୁ ଓ ପଣ୍ଡୁ(କଣ୍ଡୁ) ଆଶ୍ରମ ପରିଭ୍ରମଣ କରିଥିଲେ । ପଣ୍ଡୁ (କଣ୍ଡୁ) ଆଶ୍ରମର ପିଣ୍ଡିରେ ବିଜେ ହେବା ପରେ, ପୂଜାପଣ୍ଡାଙ୍କ ଦ୍ବାରା ପ୍ରଥମେ ଶ୍ରୀଯମେଶ୍ବର [...]

Admin•September 12, 2024
Share Article:

ଆଜି ପବିତ୍ର ରାଧାଷ୍ଟମୀ । ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କ ଦ୍ବୀପହର ଧୂପ ବଢିବା ପରେ ଶ୍ରୀଦେବୀ ବା ଲକ୍ଷ୍ମୀ ଆଜ୍ଞାମାଳ ପାଇଁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ରାଧା ରୂପରେ ତାଙ୍କର ଅଭିଷେକ ବା ମାଜଣ ନୀତି ସମ୍ପର୍ଣ୍ଣ ହୋଇଥିଲା।ଏହି ସମୟ ରେ ଆଜି ମହାପ୍ରଭୁ ଶ୍ରୀସୁଦର୍ଶନ ଆଜ୍ଞାମାଳ ପାଇ ଭୃଗୁ ଓ ପଣ୍ଡୁ(କଣ୍ଡୁ) ଆଶ୍ରମ ପରିଭ୍ରମଣ କରିଥିଲେ । ପଣ୍ଡୁ (କଣ୍ଡୁ) ଆଶ୍ରମର ପିଣ୍ଡିରେ ବିଜେ ହେବା ପରେ, ପୂଜାପଣ୍ଡାଙ୍କ ଦ୍ବାରା ପ୍ରଥମେ ଶ୍ରୀଯମେଶ୍ବର ତତ୍ପରେ ଶ୍ରୀସୁଦର୍ଶନଙ୍କ ନିକଟରେ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟର ହିସାବ ତଥା ଜମିଜମାର ବିବରଣୀ, ତାଳପତ୍ର ପୋଥିରେ ଲିଖିତ, ପାଠ କରାଯାଇଥିଲା। ଶ୍ରୀ ଜମେଶ୍ୱର ହେଉଛନ୍ତି ଶ୍ରୀ ମନ୍ଦିର ରର ହିସାବ ରକ୍ଷକ। ଏହାପରେ ଶ୍ରୀ ସୁଦର୍ଶନ ବାହୁଡା ବିଜେ ରେ ଶ୍ରୀମନ୍ଦିର ଫେରିଥିଲେ। ସୁଦର୍ଶନ ଙ୍କ ସିଂହାସନ ବିଜେ ପରେ ଶ୍ରୀଦେବୀ ସିଂହାସନରେ ବିଜେ କରିଥିଲେ।

#Odia#Odisha#News
Share Article:

Related Articles