News Room Odisha
BREAKING
Odia

ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଚେନ୍ନାଇ: ଏକ ମାସର ବିରତି ପରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ଆଗାମୀ ଦୁଇ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ ଆରମ୍ଭ କରିଛି । ଦଳର ପ୍ରଥମ ଅଭ୍ୟାସ ଅଧିବେଶନରେ ଚାମ୍ପିୟନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନେଟ୍ସରେ ୪୫ ମିନିଟ୍ ବିତାଇଥିବା ବେଳେ ଦ୍ରୁତ ବୋଲର ଜସପ୍ରୀତ ବୁମରା ମଧ୍ୟ ଅଭ୍ୟାସ କରିଛନ୍ତି ‌। ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ଖେଳାଯିବ | ଅଧିନାୟକ ରୋହିତ ଶର୍ମା, କୋହଲିଙ୍କ ସମେତ ପୂରା ଦଳ ଏମ୍ଏ [...]

Admin•September 13, 2024
Share Article:
ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଚେନ୍ନାଇ: ଏକ ମାସର ବିରତି ପରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ଆଗାମୀ ଦୁଇ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ ଆରମ୍ଭ କରିଛି । ଦଳର ପ୍ରଥମ ଅଭ୍ୟାସ ଅଧିବେଶନରେ ଚାମ୍ପିୟନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନେଟ୍ସରେ ୪୫ ମିନିଟ୍ ବିତାଇଥିବା ବେଳେ ଦ୍ରୁତ ବୋଲର ଜସପ୍ରୀତ ବୁମରା ମଧ୍ୟ ଅଭ୍ୟାସ କରିଛନ୍ତି ‌।

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ଖେଳାଯିବ | ଅଧିନାୟକ ରୋହିତ ଶର୍ମା, କୋହଲିଙ୍କ ସମେତ ପୂରା ଦଳ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଏକାଠି ହୋଇଛନ୍ତି। ଦଳର ଅଭ୍ୟାସ ବେଳେ ନୂଆ ବୋଲିଂ କୋଚ୍ ମର୍ନେ ମୋର୍କେଲ ଏବଂ ସହକାରୀ କୋଚ୍ ଅଭିଷେକ ନାୟାର ମଧ୍ୟ ଉପସ୍ଥିତ ଥିଲେ।

ବିସିସିଆଇ ପ୍ରଥମ ଦିନର ଅଭ୍ୟାସର ଫଟୋ ସେୟାର କରି ଲେଖିଛି, “କାଉଣ୍ଟ ଡାଉନ ଆରମ୍ଭ ହୋଇଛି।” ଏକ ରୋମାଞ୍ଚକର ଘରୋଇ ସିଜନ୍ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି |

ଏକ ମାସରୁ ଊର୍ଦ୍ଧ୍ବ ବିରତି ପରେ ଭାରତୀୟ ଖେଳାଳି ପଡ଼ିଆକୁ ଫେରିବେ | ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ ତତ୍ବାବଧାନରେ ଏହା ହେଉଛି ପ୍ରଥମ ଟେଷ୍ଟ ସିରିଜ୍ |

ନିକଟରେ ବାଂଲାଦେଶ ଦଳ ପାକିସ୍ତାନରେ ପାକିସ୍ତାନକୁ ଟେଷ୍ଟ ସିରିଜରେ ୨-୦ରେ ମାତ୍ ଦେଇଥିଲା। ଉକ୍ତ ଐତିହାସିକ ବିଜୟ ପରେ ବାଂଲାଦେଶର ମନୋବଳ ବେଶ୍ ଉଚ୍ଚ ରହିଛି।

ଭାରତ-ବାଂଲାଦେଶ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି)ର ଏକ ଅଂଶ | ଏହା ପରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ଅଷ୍ଟ୍ରେଲିଆରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜ୍ ଖେଳିବା କାର୍ଯ୍ୟକ୍ରମ ରହିଛି।

ଡବ୍ଲୁଟିସିରେ ଭାରତ ୬୮.୫୨ ପ୍ରତିଶତ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ୬୨.୫୨ ପ୍ରତିଶତ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି | ବାଂଲାଦେଶ ୪୫.୮୩ ପ୍ରତିଶତ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି |

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ସେପ୍ଟେମ୍ବର ୨୭ରୁ କାନପୁରରେ ଖେଳାଯିବ।

#Odia#Odisha#News
Share Article:

Related Articles