News Room Odisha
BREAKING
Odia

ଆରମ୍ଭ ହୋଇଛି ପିତୃପକ୍ଷ, ଆସନ୍ତୁ ଜାଣିବା କଣ ରହିଛି ଏହାର ମହତ୍ତ୍ୱ

ଆରମ୍ଭ ହୋଇଛି ପିତୃପକ୍ଷ। ଏହି ପନ୍ଦର ଦିନ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ତର୍ପଣ କରାଯାଏ। ଆସନ୍ତୁ ଜାଣିବା କଣ ରହିଛି ଏହାର ମହତ୍ତ୍ୱ ? ପିତୃଋଣରୁ ମୁକ୍ତି ପାଇବା ପାଇଁ ତଥା ପିତୃପୁରୁଷଙ୍କର ସନ୍ତୁଷ୍ଟି ଓ ଉଚ୍ଚତର ଲୋକ ଗମନ ନିମନ୍ତେ ପ୍ରତ୍ୟେକ ହିନ୍ଦୁ ପରିବାର ରେ ଏହି ଶ୍ରାଦ୍ଧ କର୍ମ କରାଯାଇଥାଏ। ଯମସ୍ମୃତି ମତରେ ଏହି ଶ୍ରାଦ୍ଧ ସାଧାରଣତଃ ୫ ପ୍ରକାର ହୋଇଥାଏ । ଯଥା – ୧) ନିତ୍ୟ – ଯାହା ପ୍ରତିଦିନ [...]

Admin•September 20, 2024
Share Article:

ଆରମ୍ଭ ହୋଇଛି ପିତୃପକ୍ଷ। ଏହି ପନ୍ଦର ଦିନ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ତର୍ପଣ କରାଯାଏ। ଆସନ୍ତୁ ଜାଣିବା କଣ ରହିଛି ଏହାର ମହତ୍ତ୍ୱ ?

ପିତୃଋଣରୁ ମୁକ୍ତି ପାଇବା ପାଇଁ ତଥା ପିତୃପୁରୁଷଙ୍କର ସନ୍ତୁଷ୍ଟି ଓ ଉଚ୍ଚତର ଲୋକ ଗମନ ନିମନ୍ତେ ପ୍ରତ୍ୟେକ ହିନ୍ଦୁ ପରିବାର ରେ ଏହି ଶ୍ରାଦ୍ଧ କର୍ମ କରାଯାଇଥାଏ।

ଯମସ୍ମୃତି ମତରେ ଏହି ଶ୍ରାଦ୍ଧ ସାଧାରଣତଃ ୫ ପ୍ରକାର ହୋଇଥାଏ ।

ଯଥା –

୧) ନିତ୍ୟ – ଯାହା ପ୍ରତିଦିନ ପିତୃପୁରୁଷଙ୍କୁ ଜଳ ଅର୍ପଣ ଦ୍ୱାରା କରାଯାଇଥାଏ।
୨) ନୈମିତ୍ତିକ – କୌଣସି ନିର୍ଦ୍ଦିଷ୍ଟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଶ୍ରାଦ୍ଧ।
୩) କାମ୍ୟ – କୌଣସି କାମନା ପୂର୍ତ୍ତି ଉଦ୍ଦେଶ୍ୟରେ କରାଯାଉଥିବା ଶ୍ରାଦ୍ଧ।
୪) ବୃଦ୍ଧି – ବିବାହ ତଥା ଜନ୍ମ ଆଦି ମାଙ୍ଗଳିକ କାର୍ଯ୍ୟରେ କରାଯାଉଥିବା ଶ୍ରାଦ୍ଧ। ଏହାକୁ ନନ୍ଦୀ ଶ୍ରାଦ୍ଧ ମଧ୍ୟ କୁହାଯାଏ।
୫) ପାର୍ବଣ – ପିତୃପକ୍ଷ, ଅମାବାସ୍ୟା ତଥା ନିର୍ଦ୍ଦିଷ୍ଟ ପର୍ବ ଆଦିରେ କରାଯାଉଥିବା ଶ୍ରାଦ୍ଧ।

ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାଦ୍ୱାରା ଆୟୁ, ସନ୍ତାନ ସନ୍ତତି, ଧନସମ୍ପତ୍ତି, ମେଧା, ଯଶ, ବଳ, ସାମ୍ରାଜ୍ୟ ଓ ସୁଖସମୃଦ୍ଧି ଲାଭ, ତଥା ଅନ୍ତତଃ ସ୍ୱର୍ଗ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେଣୁ ସୌଭାଗ୍ୟ କାମନା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଶ୍ରାଦ୍ଧ କରିବା ଉଚିତ। ଏହି ଶ୍ରାଦ୍ଧ ଦ୍ୱାରା ହିଁ ଆମ ପିତୃପୁରୁଷ ଖାଦ୍ୟ ଗ୍ରହଣ କରିଥାନ୍ତି। ଶ୍ରାଦ୍ଧ ଅଭାବରୁ ପିତୃପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି, ଯାହାର ଫଳସ୍ୱରୂପ ଆମକୁ ଦୁର୍ଭାଗ୍ୟ ଭୋଗ କରିବାକୁ ପଡିଥାଏ।

ଅତି କମରେ ବର୍ଷକୁ ଦୁଇଥର ଶ୍ରାଦ୍ଧ କାର୍ଯ୍ୟ କରିବା ଉଚିତ। ସେହି ସମୟ ଗୁଡିକ ହେଲା –

୧) କ୍ଷୟ ତିଥି – ଯେଉଁ ତିଥିରେ ଆମ ପିତୃପୁରୁଷ ମୃତ୍ୟୁବରଣ କରିଥିବେ, ସେହି ତିଥିରେ ତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କାର୍ଯ୍ୟ କରିବା ଉଚିତ।
୨) ପିତୃପକ୍ଷ – ଆଶ୍ୱିନ ମାସର କୃଷ୍ଣପକ୍ଷରେ ପ୍ରତ୍ୟେକ ଦିନ ଅମାବାସ୍ୟା ପର୍ଯ୍ୟନ୍ତ (କେତେକ ସ୍ଥାନରେ ଭାଦ୍ରବ ମାସର କୃଷ୍ଣପକ୍ଷ, ଯେଉଁମାନେ ଅମାବାସ୍ୟାନ୍ତ ପଞ୍ଜିକା ଅନୁସରଣ କରିଥାନ୍ତି) ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଉଚିତ।

ଶାସ୍ତ୍ରରେ କୁହାଯାଇଛି ଯେ ଦେବକାର୍ଯ୍ୟ ଅପେକ୍ଷା ପିତୃକାର୍ଯ୍ୟ ଶ୍ରେଷ୍ଠ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହାକୁ ନିଷ୍ଠାର ସହିତ ପାଳନ କରିବା ଉଚିତ।

#Odia#Odisha#News
Share Article:

Related Articles