News Room Odisha
BREAKING
Odia

ଭରତପୁର ଥାନା ନିର୍ଯ୍ୟାତନା ଘଟଣା: ନବୀନଙ୍କ ଦୃଢ଼ ନିନ୍ଦା, ଏସ୍ଆଇଟି ତଦନ୍ତ ଦାବି

ଭୁବନେଶ୍ୱର: ଭରତପୁର ଥାନା ରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନା ଦିଆଗଲା ତାକୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି। ଘଟଣା କୁ ଲୋମହର୍ଷଣକାରୀ ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି [...]

Admin•September 20, 2024
Share Article:

ଭୁବନେଶ୍ୱର: ଭରତପୁର ଥାନା ରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନା ଦିଆଗଲା ତାକୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି। ଘଟଣା କୁ ଲୋମହର୍ଷଣକାରୀ ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି।

ଏହି ନାରକୀୟ ଘଟଣାର ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ଘଟଣା ରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟ ରେ ମୋ ସରକାର ବ୍ୟବସ୍ଥା ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କାରି ମନ୍ତୀ ଓ ବରିଷ୍ଠ ଅଧିକାରୀ ମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଯାଉଥିବା ନାଗରିକ ମାନଙ୍କ ଠାରୁ କର୍ମଚାରୀ ମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସଂମ୍ପର୍କ ରେ ଫିଡବ୍ୟାକ୍ ସଂଗ୍ରହ କରୁଥିଲେ। ବିଜେପି ସରକାର ଶାସନ କୁ ଆସିବା ପରେ ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ବନ୍ଦ କରିଦେଲେ, ଯାହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ପୁରୀ ରାଜଭବନ ଘଟଣା ରେ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟପାଳଙ୍କ ପୁଅ ଆକ୍ରମଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରି ଦେବା ଦ୍ୱାରା ଏହା ଅପରାଧୀ ମାନଂକୁ ଉତ୍ସାହିତ କରିଛି। ରାଜ୍ୟପାଳ ଙ୍କ ପୁଅ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୁଣି ଥରେ ସରକାର ଙ୍କୁ ଅନୁରୋଧ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ଭରତପୁର ଥାନା ରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କ ଉପରେ ଯେଭଳି ଜଘନ୍ୟ ଅତ୍ୟାଚାର କରାଗଲା ତାର କୋର୍ଟ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ସହ ଶ୍ରୀ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବୀ କରିଛନ୍ତି।

#Odia#Odisha#News
Share Article:

Related Articles