ଶ୍ରୀ ମନ୍ଦିରରେ ଷୋଡ଼ଶ ଦିବସବ୍ୟାପୀ ଶାରଦୀୟ ପୂଜା ଆରମ୍ବ ସହିତ ମୂଳାଷ୍ଟମୀ ନୀତି ସମ୍ପର୍ଣ୍ଣ
ଶ୍ରୀ ମନ୍ଦିରରେ ପାରମ୍ପରିକ ରୀତିରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଉତ୍ସବ। କୃଷ୍ଣ ଅଷ୍ଟମୀ ତିଥିର ଅନ୍ୟନାମ ‘ମୂଳାଷ୍ଟମୀ’। ଏହିଦିନ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କର ଶରତ୍କାଳୀନ ଷୋଡ଼ଶ ଦିବସବ୍ୟାପୀ ପୂଜା ଆରମ୍ଭ ହୁଏ। ଏହି ଦୁର୍ଗା ବା ଦେବୀ ଶୟନ ନୀତି ଦେବଶୟନ ନୀତି ପରି ଦୀର୍ଘ ଚାରିମାସ ନୁହେ; କିନ୍ତୁ ଏଥିରେ ମଧ୍ୟ ପାଶ୍ୱର୍ପରିବର୍ତ୍ତନ ନୀତି ଅଛି। ପନ୍ଦର ଦିନର ଏହି ଶୟନ ନୀତିରେ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ପୂର୍ଣ୍ଣମୀ [...]
ଶ୍ରୀ ମନ୍ଦିରରେ ପାରମ୍ପରିକ ରୀତିରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଉତ୍ସବ। କୃଷ୍ଣ ଅଷ୍ଟମୀ ତିଥିର ଅନ୍ୟନାମ ‘ମୂଳାଷ୍ଟମୀ’। ଏହିଦିନ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କର ଶରତ୍କାଳୀନ ଷୋଡ଼ଶ ଦିବସବ୍ୟାପୀ ପୂଜା ଆରମ୍ଭ ହୁଏ। ଏହି ଦୁର୍ଗା ବା ଦେବୀ ଶୟନ ନୀତି ଦେବଶୟନ ନୀତି ପରି ଦୀର୍ଘ ଚାରିମାସ ନୁହେ; କିନ୍ତୁ ଏଥିରେ ମଧ୍ୟ ପାଶ୍ୱର୍ପରିବର୍ତ୍ତନ ନୀତି ଅଛି। ପନ୍ଦର ଦିନର ଏହି ଶୟନ ନୀତିରେ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦେବୀ ଦକ୍ଷିଣ କଡ଼ ମାଡ଼ି ଶୟନ କରନ୍ତି। ଭାଦ୍ରବ ପୂର୍ଣ୍ଣମୀ ଦିନ ତାଙ୍କର ପାଶ୍ୱର୍ପରିବର୍ତ୍ତନ ହୁଏ। ସେହିଦିନଠାରୁ ଆଶ୍ୱିନ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ, ସେ ବାମ କଡ଼ ମାଡ଼ି ଶୟନ କରନ୍ତି।
ଅଷ୍ଟମୀ ଦିନ ନିଦରୁ ଉଠନ୍ତି। ସେଦିନ ତାଙ୍କର ସହସ୍ରକୁମ୍ଭାଭିଷେକ କରାଯାଇ ଷୋଡ଼ଶ ଦିନବ୍ୟାପୀ ଦୁର୍ଗାପୂଜାର ଆରମ୍ଭ ହୁଏ। ଷୋହଳ ଦିନ ବ୍ୟାପୀ ଏହି ପୂଜା ବ୍ୟତୀତ, ଦେବୀ ଦୁର୍ଗାଙ୍କର ନଅଦିନ, ପାଞ୍ଚଦିନ, ତିନିଦିନ ଓ ଦୁଇଦିନ ବ୍ୟାପୀ ପୂଜାର ବିଧି ମଧ୍ୟ ଅଛି। ଯେଉଁ ବ୍ୟକ୍ତି ଏହିସବୁ ପୂଜାବିଧିରୁ କୌଣସିଟି କରି ନ ପାରନ୍ତି, ତାଙ୍କ ପାଇଁ ଏକଦିନ ପୂଜାର ବିଧି ମଧ୍ୟ ରହିଛି। ସେହି ଏକଦିନ ପୂଜାବିଧି ଆଶ୍ୱିନ ଶୁକ୍ଳ ନବମୀ ଦିନ କରାଯାଇଥାଏ। ଏହି ସମସ୍ତ ପ୍ରକାରର ପୂଜାବିଧି ପରେ, ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ତିଥିର ଏକାଦଶ ମୁହୂର୍ତ୍ତ ବା ପ୍ରଦୋଷ ସମୟରେ, ଅପରାଜିତା ଦଶମୀ ପୂଜା କରାଯାଏ। ଏହା ‘ବିଜୟାଦଶମୀ’ ଭାବରେ ଖ୍ୟାତ। ଦେବୀ ଦୁର୍ଗାଙ୍କର ଷୋଡ଼ଶଦିନ ବ୍ୟାପୀ ପୂଜା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାର ମୂଳ ତିଥି ହେଉଛି ଆଶ୍ୱିନ କୃଷ୍ଣ ଅଷ୍ଟମୀ। ସେ ସଂପର୍କରେ ଶାସ୍ତ୍ରୋକ୍ତି ଅଛି- “ମୂଳେନାବାହୟେ ଦେବୀମ୍।” ଏହା ସୂଚାଏ, ଏହି ତିଥି ହେଉଛି ଷୋଡ଼ଶ ଦିନ ବ୍ୟାପୀ ଦେବୀ ପୂଜାର ମୂଳ। ସେଥିପାଇଁ ଏହାର ନାମ ମୂଳାଷ୍ଟମୀ। ଶ୍ରୀମନ୍ଦିରରେ ଦେବୀ ବିମଳା ଙ୍କ ପୀଠ ରେ ଯଥାବିଧି ସହସ୍ର କୁମ୍ଭ ବରଣ ସହିତ ଦୁର୍ଗା ମାଧବ ଉପସନା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି।
Odisha asks colleges, varsities to form panel for addressing sexual harassment complaints
Next ArticleBJD to Hold Crucial Meeting on Sept. 27
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
