News Room Odisha
BREAKING
Odia

ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଦୁର୍ଗା ମାଧବ ଉପାସନା ଆରମ୍ଭ

ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଦୁର୍ଗା ମାଧବ ଉପାସନା ଆରମ୍ଭ ହୋଇଛି।ପୀଠଦେବୀ ବିମଳା ଙ୍କ ମନ୍ଦିରରେ ଭଦ୍ରାସନରେ ।ଦୁର୍ଗା ଏବଂ ମାଧବ ଏକତ୍ର ରୁନ୍ଧା ହୋଇ ବିରାଜମାନ କରିଛନ୍ତି। ପୁରୀ ରେ ଦୁର୍ଗା ମାଧବ ଉପାସନା ର ଏକ ସ୍ଵତନ୍ତ୍ରତା ରହିଛି। ଜଗନ୍ନାଥ ଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ରେ ଲୋକମାନେ ଘରେ ଘରେ ଦୁର୍ଗା ମାଧବ ଙ୍କୁ ପୂଜା କରନ୍ତି। ଏଥିପାଇଁ ପୁରାତନ ଘରର ପ୍ରବେଶ ସ୍ଥାନ ରେ ଦୁର୍ଗା ମାଧବ ଙ୍କ ର ଚିତ୍ର [...]

Admin•September 26, 2024
Share Article:

ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଦୁର୍ଗା ମାଧବ ଉପାସନା ଆରମ୍ଭ ହୋଇଛି।ପୀଠଦେବୀ ବିମଳା ଙ୍କ ମନ୍ଦିରରେ ଭଦ୍ରାସନରେ ।ଦୁର୍ଗା ଏବଂ ମାଧବ ଏକତ୍ର ରୁନ୍ଧା ହୋଇ ବିରାଜମାନ କରିଛନ୍ତି। ପୁରୀ ରେ ଦୁର୍ଗା ମାଧବ ଉପାସନା ର ଏକ ସ୍ଵତନ୍ତ୍ରତା ରହିଛି। ଜଗନ୍ନାଥ ଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ରେ ଲୋକମାନେ ଘରେ ଘରେ ଦୁର୍ଗା ମାଧବ ଙ୍କୁ ପୂଜା କରନ୍ତି। ଏଥିପାଇଁ ପୁରାତନ ଘରର ପ୍ରବେଶ ସ୍ଥାନ ରେ ଦୁର୍ଗା ମାଧବ ଙ୍କ ର ଚିତ୍ର ଦେଖିବାକୁ ମିଳିଥାଏ।

ପୁରୀ ଲୋକ ଘରେ ପ୍ରବେଶ କରିବା ବେଳେ ଦୁର୍ଗାମାଧବ ଙ୍କୁ ମୁଣ୍ଡିଆ ମାରି ପଶିବା ବେଳେ ଘରୁ କୌଣସି କାର୍ଯ୍ୟରେ ବାହାରିଲେ ବି ଦୁର୍ଗାମାଧବ ଙ୍କ ର ଆଶୀର୍ବାଦ ନେଇଯାଆନ୍ତି। ଆମ ଗଜପତି କାଞ୍ଚି ଅଭିଯାନ ରେ ଯିବାବେଳେ ଦୁର୍ଗାମାଧବ ଙ୍କ ଆଶୀର୍ବାଦ ନେଇ ଯାଇଥିଲେ।

ଦୁର୍ଗାମାଧବ ପୂଜା ସମ୍ପୂର୍ଣ୍ଣ ତାନ୍ତ୍ରିକ ଉପାସନା ଓ ଏହାର ତତ୍ତ୍ଵ ଦୁର୍ଗା ସପ୍ତଶତୀରେ ମହାମାୟାଙ୍କ ଉତ୍ଥାପନ ଓ ବିସର୍ଜନ ଉପରେ ଆଧାରିତ। ଏହି ପୂଜା ଭାରତର ଅନ୍ୟ କୌଣସି ସ୍ଥାନରେ ହୁଏନି, ଏହା ଉତ୍କଳର ଅନନ୍ୟ ଉପାସନା ପଦ୍ଧତି। ଜୟ ଜଗନ୍ନାଥ।
ଏହି କେବଳ ପୁରୀ ନୁହେଁ,ପଞ୍ଚକୋଶୀ ଙ୍କ ଘରେ ମଧ୍ୟ ଦୁର୍ଗା ମାଧବ ଙ୍କର ଚିତ୍ର ଅଙ୍କିତ ହୋଇଥାଏ।

ପୁରୀର ମୌଳିକ ବିଶ୍ୱାସ, “ବିପଦେ ଆପଦେ ଦୁର୍ଗାମାଧବ ରକ୍ଷା କରିବେ”।

#Odia#Odisha#News
Share Article:

Related Articles