News Room Odisha
BREAKING
Odia

ଆଜି ଇନ୍ଦିରା ଏକାଦଶୀ, ଏହି ବ୍ରତ ରଖିଲେ ପିତୃ ପୁରୁଷ ବୈକୁଣ୍ଠ ଗମନ କରିଥାନ୍ତି

ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ ‘ଇନ୍ଦିରା ଏକାଦଶୀ’। ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର ମହତ୍ତ୍ୱ ସର୍ବାଧିକ। ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। ପ୍ରାଚୀନ କାଳରେ ମାହିଷ୍ମତୀ ପୁରରେ ଇନ୍ଦ୍ରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ। ତେଣୁ ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ। ଥରେ ନାରଦ ଆସି ତାଙ୍କୁ ସୂଚନା ଦେଲେ ଯେ ପୁଣ୍ୟ ଶେଷ ହୋଇଯିବା କାରଣରୁ ତାଙ୍କର [...]

Admin•September 28, 2024
Share Article:

ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ ‘ଇନ୍ଦିରା ଏକାଦଶୀ’। ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର ମହତ୍ତ୍ୱ ସର୍ବାଧିକ।

ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। ପ୍ରାଚୀନ କାଳରେ ମାହିଷ୍ମତୀ ପୁରରେ ଇନ୍ଦ୍ରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ। ତେଣୁ ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ। ଥରେ ନାରଦ ଆସି ତାଙ୍କୁ ସୂଚନା ଦେଲେ ଯେ ପୁଣ୍ୟ ଶେଷ ହୋଇଯିବା କାରଣରୁ ତାଙ୍କର ପିତା ସ୍ୱର୍ଗଲୋକରୁ ଆସି ଯମଙ୍କର ନରକପୁରରେ ନିବାସ କରିଛନ୍ତି। ଏହା ଶୁଣି ଇନ୍ଦ୍ରସେନ ଅତ୍ୟନ୍ତ ଦୁଃଖିତ ହେଲେ। ନାରଦ ତାଙ୍କୁ ଉପଦେଶ ଦେଲେ, “ତୁମେ ନିଷ୍ଠାର ସହିତ ଆଶ୍ୱିନ କୃଷ୍ଣ ପକ୍ଷର ଇନ୍ଦିରା ଏକାଦଶୀ ବ୍ରତ କରି, ତାର ପୁଣ୍ୟ ଫଳ ଯଦି ତୁମର ପିତାଙ୍କୁ ଅର୍ପଣ କରିବ, ସେ ପୁନଶ୍ଚ ସ୍ୱର୍ଗଲୋକ ଗମନ କରିବେ। ଇନ୍ଦ୍ରସେନ ଏହି ବ୍ରତ ପାଳନ କରିବାରୁ ତାଙ୍କ ପିତାଙ୍କର ମୋକ୍ଷପ୍ରାପ୍ତି ହୋଇଥିଲା।

ଏହି ଏକାଦଶୀ ଦିନ ସାରାରାତି ଉଜାଗର ରହି ବିଷ୍ଣୁସହସ୍ରନାମ ପାଠ କରିବା ସହିତ ଶାଳଗ୍ରାମ ଙ୍କୁ ପୂଜା କରିବେ। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ନୈବେଦ୍ୟରେ ତୁଳସୀପତ୍ର ପ୍ରଦାନ କରିବେ। ଏହିଦିନ ରସୁଣ, ପିଆଜ, ବାଇଗଣ, ମାଂସ, ମଦିରା, ପାନ, ଗୁଆ, ତମାଖୁ ଆଦିର ସେବନ ନିଷିଦ୍ଧ। ବ୍ରତ ସମାପ୍ତ ହେବା ପରେ ତାହାର ପୁଣ୍ୟଫଳ ପିତୃପୁରୁଷଙ୍କୁ ସମର୍ପଣ କରିବାକୁ ହେବ। ଏହାଦ୍ବାରା ସେମାନଙ୍କର ମୋକ୍ଷପ୍ରାପ୍ତି ହୋଇଥାଏ । ବାଳକ, ବୃଦ୍ଧ, ଗର୍ଭବତୀ ମହିଳା ଓ ଅସୁସ୍ଥ ବ୍ୟକ୍ତି ଫଳ ତଥା ଦୁଗ୍ଧ ଆହାର କରି ଏହିବ୍ରତ ରଖି ପାରିବେ।

#Odia#Odisha#News
Share Article:

Related Articles