News Room Odisha
BREAKING
Odia

ନବରାତ୍ରିର ଆଜି ଚତୁର୍ଥ ଦିବସ, ଦେବୀ ଆଜି କୁଷ୍ମାଣ୍ଡା ରୂପରେ ଆରାଧିତ

ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ। ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡ କୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କ ନାମ କୁଷ୍ମାଣ୍ଡା । ମା’କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ମିଳୁଛି। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ନିର୍ଗତ ହେଉଛି ତାହାର ସୃଷ୍ଟି [...]

Admin•October 6, 2024
Share Article:

ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ। ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡ କୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କ ନାମ କୁଷ୍ମାଣ୍ଡା । ମା’କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ମିଳୁଛି। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ନିର୍ଗତ ହେଉଛି ତାହାର ସୃଷ୍ଟି କର୍ତ୍ତା ହେଉଛନ୍ତି ଦେବି କୁଷ୍ମାଣ୍ଡା।

ଯେତେବେଳେ ଏ ଦୃଶ୍ୟମାନ ସୃଷ୍ଟିର ଅସ୍ତିତ୍ଵ ନଥିଲା, ସେହି ସମୟରେ ଦେବି ଭଗବତୀ ଏହି ସୃଷ୍ଟି ରଚନା କରିଥିଲେ। ସେଥିପାଇଁ ଦେବିଙ୍କୁ ଆଦ୍ୟ ସ୍ଵରୂପା ବା ଆଦିଶକ୍ତି କୁହାଯାଏ। ମା’ ଙ୍କ ସ୍ୱରୂପ ହେଉଛି ସିଏ ସିଂହାରୁଢା। କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୂଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭାପାଏ। ଅଷ୍ଟମ ହାତରେ ମାଆଙ୍କ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ ମଧ୍ୟ ପକ୍ଷାନ୍ତରେ କୁଷ୍ମାଣ୍ଡା କୁହାଯାଇଥାଏ। ଏହି ଦେବୀଙ୍କ ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ।

ମା’ କୁଷ୍ମାଣ୍ଡାଙ୍କ ଉପାସନା କଲେ ଭକ୍ତଙ୍କ ସମସ୍ତ ରୋଗ ଶୋକ ନଷ୍ଟ ହୋଇଥାଏ ବୋଲି ଶାସ୍ତ୍ରୀୟ ନିର୍ଦେଶ ରହିଛି।

#Odia#Odisha#News
Share Article:

Related Articles