News Room Odisha
BREAKING
Odia

ଓଏସ୍ଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ

ବାଲେଶ୍ବର: ଆରଆଇ ଅମିନ ନିଯୁକ୍ତିରେ ଜାଲିଆତି ପରେ ଓଏସ୍ଏସସି ଦ୍ବାରା ପରିଚାଳିତ ପରିସଂଖ୍ୟାନ ସହାୟକ ପରୀକ୍ଷାରେ ବି ଜାଲିଆତି। ଆଜି ଏହାର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି। ହେଲେ କର୍ତ୍ତୃପକ୍ଷ ବିନା ତଦନ୍ତରେ ଏହି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି। ଆଜି ଓଏସ୍ଏସସି ଦ୍ବାରା ପରିଚାଳିତ ପରିସଂଖ୍ୟାନ ସହାୟକ ପଦବୀ ପାଇଁ ପରୀକ୍ଷା ଥିଲା। ସକାଳ ସାଢେ ୧୦ଟାରୁ ସାଢେ ୧୨ଟା ଯାଏ ପରୀକ୍ଷା ହେବାର ଥିଲା। ହେଲେ ନିର୍ଦ୍ଧାରିତ ସମୟର [...]

Admin•October 6, 2024
Share Article:

ବାଲେଶ୍ବର: ଆରଆଇ ଅମିନ ନିଯୁକ୍ତିରେ ଜାଲିଆତି ପରେ ଓଏସ୍ଏସସି ଦ୍ବାରା ପରିଚାଳିତ ପରିସଂଖ୍ୟାନ ସହାୟକ ପରୀକ୍ଷାରେ ବି ଜାଲିଆତି। ଆଜି ଏହାର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି। ହେଲେ କର୍ତ୍ତୃପକ୍ଷ ବିନା ତଦନ୍ତରେ ଏହି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି।

ଆଜି ଓଏସ୍ଏସସି ଦ୍ବାରା ପରିଚାଳିତ ପରିସଂଖ୍ୟାନ ସହାୟକ ପଦବୀ ପାଇଁ ପରୀକ୍ଷା ଥିଲା। ସକାଳ ସାଢେ ୧୦ଟାରୁ ସାଢେ ୧୨ଟା ଯାଏ ପରୀକ୍ଷା ହେବାର ଥିଲା। ହେଲେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ବାଲେଶ୍ବରର ଗୋପାଳଗାଁ ସ୍ଥିତ ପ୍ରଜ୍ଞାଭାରତୀ ସ୍କୁଲରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଥିବା ନେଇ ଜଣେ ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ। ନିୟମ ଅନୁଯାୟୀ ଏହା ପରୀକ୍ଷାର ୧୫ ମିନିଟ ପୂର୍ବରୁ ପରୀକ୍ଷାର୍ଥୀଙ୍କ ସମ୍ମୁଖରେ ଖୋଲିବା କଥା। ହେଲେ ଏହା ଯଥେଷ୍ଟ ପୂର୍ବରୁ ଖୋଲାଥିବା ଦେଖି ପରୀକ୍ଷାର୍ଥୀ ଜଣକ ଅଭିଯୋଗ କରିଥିଲେ। ଏନେଇ ସିସିଟିଭି ଫୁଟେଜ ଯାଞ୍ଚ ବେଳେ ସେଥିରେ ବି ହେରଫେର ହୋଇଥିବା ସନ୍ଦେହ ହୋଇଥିଲା। ତେଣୁ ପରୀକ୍ଷାକୁ ବାତିଲ କରିବାକୁ ପରୀକ୍ଷାର୍ଥୀ ମାନେ ଦାବି କରିଥିଲେ ହେଁ କର୍ତ୍ତୃପକ୍ଷ ଶୁଣିନଥିବା ଅଭିଯୋଗ ହୋଇଛି। ସେପଟେ କର୍ତ୍ତୃପକ୍ଷ ମଧ୍ଯ ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ଉଡାଇ ଦେଇଛନ୍ତି। ଯଦ୍ବାରା ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଛି।

#Odia#Odisha#News
Share Article:

Related Articles