ଆଜି ମହା ନବମୀ ପୂଜା, ସର୍ବତ୍ର ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେବ କୁମାରୀ ପୂଜା, ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ
ଦୂର୍ଗାପୂଜାର ଅନ୍ୟତମ ବୈଶିଷ୍ଟ୍ୟ ହେଲା, କୁମାରୀ ପୂଜା । ଦୂର୍ଗାପୂଜାର ନବମୀ ତିଥିରେ ଏହି କୁମାରୀ ପୂଜା କରାଯାଇଥାଏ । ଏହି ଅବସରରେ ଏକ ବର୍ଷ ଠାରୁ ଆରମ୍ଭ କରି ଷୋହଳ ବର୍ଷର (ଋତୁମତୀ ହୋଇ ନ ଥିବା) ବାଳିକାଙ୍କୁ କୁମାରୀ ରୂପରେ ପୂଜା କରାଯାଇଥାଏ । ବୟସର ତାରତମ୍ୟ ଅନୁସାରେ କୁମାରୀ କନ୍ୟାର ନାମ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ । ଏକ ବର୍ଷଠୁ ଷୋଳ ବର୍ଷ କ୍ରମରେ ଯଥାକ୍ରମେ ଏମାନେ ସନ୍ଧ୍ୟା, ସରସ୍ଵତୀ, ତ୍ରିଧା, [...]
ଦୂର୍ଗାପୂଜାର ଅନ୍ୟତମ ବୈଶିଷ୍ଟ୍ୟ ହେଲା, କୁମାରୀ ପୂଜା । ଦୂର୍ଗାପୂଜାର ନବମୀ ତିଥିରେ ଏହି କୁମାରୀ ପୂଜା କରାଯାଇଥାଏ । ଏହି ଅବସରରେ ଏକ ବର୍ଷ ଠାରୁ ଆରମ୍ଭ କରି ଷୋହଳ ବର୍ଷର (ଋତୁମତୀ ହୋଇ ନ ଥିବା) ବାଳିକାଙ୍କୁ କୁମାରୀ ରୂପରେ ପୂଜା କରାଯାଇଥାଏ । ବୟସର ତାରତମ୍ୟ ଅନୁସାରେ କୁମାରୀ କନ୍ୟାର ନାମ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ । ଏକ ବର୍ଷଠୁ ଷୋଳ ବର୍ଷ କ୍ରମରେ ଯଥାକ୍ରମେ ଏମାନେ ସନ୍ଧ୍ୟା, ସରସ୍ଵତୀ, ତ୍ରିଧା, କାଳିକା, ସୁଭଗା, ଉମା, ମାଳିନୀ, କୁବ୍ଜିକା, କଳିସନ୍ଦର୍ଭା, ଅପରାଜିତା, ଋଦ୍ରାଣୀ, ଭୈରବୀ, ମହାଲକ୍ଷ୍ମୀ, ପୀଠନାୟିକା, କ୍ଷେତ୍ରଜ୍ଞା ଓ ଅମ୍ବିକା ନାମରେ ପୂଜା ପାଇଥାନ୍ତି। ସ୍ମୃତି ଅନୁସାରେ ଅଷ୍ଟ ବର୍ଷର କନ୍ୟା ଗୌରୀ, ଦଶ ବର୍ଷର କନ୍ୟା ରୋହିଣୀ ଏବଂ ବାରବର୍ଷର କନ୍ୟାକୁ କୁମାରୀ କୁହାଯାଏ । ‘ଅନ୍ନଦା କଳ୍ପ’ ଆଦି ଆଗମ ଶାସ୍ତ୍ରରେ ଅଜାତପୁଷ୍ପା କନ୍ୟାକୁ କୁମାରୀ କୁହାଯାଇଛି । କୁମାରୀ କନ୍ୟାର ପୂଜା ଠିକ୍ ଦେବୀଙ୍କର ପୂଜା ଆରାଧନା ପରି କରିବାକୁ ପଡ଼ିଥାଏ । ପାଦ୍ୟ, ଅର୍ଘ୍ୟ, ଧୂପ, କୁଙ୍କୁମ ଓ ଉତ୍ତମ ଚନ୍ଦନରେ ଭକ୍ତି ଭାବରେ ଅର୍ଚ୍ଚନା କରି କୁମାରୀଙ୍କୁ ନିବେଦନ କରାଯାଏ ।
Naveen Visits Durga Puja Pandals in Bhubaneswar
Next Articleଆଜି ଆଶ୍ଵିନ ଶୁକ୍ଳଦଶମୀ, ପବିତ୍ର ବିଜୟା ଦଶମୀ ବା ଦଶହରା, ଶ୍ରୀଜୀଉଙ୍କ ସୁନାବେଶ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
