News Room Odisha
BREAKING
Odia

ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ, ୨୪ ମାର୍କ ରଖିଲେ ହେବେ ପାସ୍

ଭୁବନେଶ୍ୱର: ବଦଳିବ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚା । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ଏଣିକି ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବାକୁ ଯାଉଛନ୍ତି +୨ ଛାତ୍ରଛାତ୍ରୀ। ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ହେବ। ୧୦୦ ରୁ ୨୪ ମାର୍କ ରଖିଲେ [...]

Admin•November 22, 2024
Share Article:

ଭୁବନେଶ୍ୱର: ବଦଳିବ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚା । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ଏଣିକି ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବାକୁ ଯାଉଛନ୍ତି +୨ ଛାତ୍ରଛାତ୍ରୀ। ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ହେବ। ୧୦୦ ରୁ ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ ।

ପିଲାଙ୍କୁ ବୋର୍ଡ ପରୀକ୍ଷାର ଚାପ କମାଇବା ଓ ଭଲ ନମ୍ବର ସ୍କୋର କରିବା ପାଇଁ ନ୍ୟାସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା।

#Odia#Odisha#News
Share Article:

Related Articles