News Room Odisha
BREAKING
Odia

ନୂଆପଡା ସୀମାରେ ଜୁଆ ଆଡ୍ଡା ଉପରେ ବଡ ଧରଣର ଚଢାଉ, ୮୦ ଗିରଫ

ଭୁବନେଶ୍ବର: ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନୂଆପଡା ଛତିଶଗଡ ସୀମାନ୍ତରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡାରେ ଚଢାଉ ହୋଇଛି। ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଡିଆଇଜି ( ଏସ୍ଆରଡବ୍ଲୁ)ଙ୍କ ତତ୍ତ୍ୱବଧାନରେ ଛତିଶଗଡ ସୀମା ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଏକ ବଡ଼ ଧରଣର ଚଢ଼ଉ କରିଛି। ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିବା ସହ ୮୦ ଜଣଙ୍କୁ [...]

Admin•November 24, 2024
Share Article:

ଭୁବନେଶ୍ବର: ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନୂଆପଡା ଛତିଶଗଡ ସୀମାନ୍ତରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡାରେ ଚଢାଉ ହୋଇଛି। ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଡିଆଇଜି ( ଏସ୍ଆରଡବ୍ଲୁ)ଙ୍କ ତତ୍ତ୍ୱବଧାନରେ ଛତିଶଗଡ ସୀମା ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଏକ ବଡ଼ ଧରଣର ଚଢ଼ଉ କରିଛି। ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିବା ସହ ୮୦ ଜଣଙ୍କୁ ଗିରଫ କରିଛି। ଏହାସହ ୭୪ଟି ମୋବାଇଲ ଫୋନ ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

#Odia#Odisha#News
Share Article:

Related Articles