News Room Odisha
BREAKING
Odia

ଜାନୁଆରୀରେ ବିଜେଡିର ସାଂଗଠନିକ ନିର୍ବାଚନ, ନବୀନ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି। ଡିସେମ୍ବର ୨୧ ତାରିଖ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି। ଏହା ପରେ ସବୁ ଆଡୁ ରିପୋର୍ଟ ଆସିବା ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ତାକୁ ଯାଞ୍ଚ କରି ରିପୋର୍ଟ ଦଳୀୟ ସଭାପତିଙ୍କୁ ଦେବେ। ତାପରେ ଚୂଡାନ୍ତ ସଭ୍ୟ ତାଲିକା ଆସିବ ବୋଲି ଦଳୀୟ ସୂତ୍ରରୁ [...]

Admin•December 16, 2024
Share Article:

ଭୁବନେଶ୍ବର: ଆସନ୍ତା ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି। ଡିସେମ୍ବର ୨୧ ତାରିଖ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି। ଏହା ପରେ ସବୁ ଆଡୁ ରିପୋର୍ଟ ଆସିବା ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ତାକୁ ଯାଞ୍ଚ କରି ରିପୋର୍ଟ ଦଳୀୟ ସଭାପତିଙ୍କୁ ଦେବେ। ତାପରେ ଚୂଡାନ୍ତ ସଭ୍ୟ ତାଲିକା ଆସିବ ବୋଲି ଦଳୀୟ ସୂତ୍ରରୁ ସୂଚନା ଦିଆଯାଇଛି।

ଏଥିରେ ୨୪ ଜଣ ପ୍ରାଥମିକ ସଦସ୍ୟରେ ଜଣେ ସକ୍ରିୟ ସଦସ୍ୟ ରହିବେ। ତେବେ ସାଙ୍ଗଠନିକ ନିର୍ବାଚନ ପରେ ବି ବର୍ଷ ତମାମ ସଭ୍ୟ ସଂଗ୍ରହ ହୋଇ ପାରିବ। ୱାର୍ଡ କମିଟି ଅନେକ ସ୍ଥାନରେ ଗଠନ ସରିଥିବା ନେଇ ବିଜେଡି ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles