News Room Odisha
BREAKING
Odia

ରୁବେନ ବାନାର୍ଜୀଙ୍କୁ ବିଜେଡି ନେତା ଅରୁଣ ସାହୁଙ୍କ ଚାଲେଞ୍ଜ : ବିଜେପି ଉପରେ ଗୋଟିଏ ଧାଡି ଲେଖିକି ଦେଖାନ୍ତୁ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ, ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଯୋଉ ପୁସ୍ତକଟି ଲେଖିଛନ୍ତି ତାହା ଲେଖିବା ପୂର୍ବରୁ ସେ ଥରେ ହେଲେ ନବୀନଙ୍କୁ ଭେଟି ନାହାନ୍ତି। ଯାହା ଉପରେ ତାଙ୍କ ପୁସ୍ତକ ରଚନା ହୋଇଛି ତାଙ୍କୁ ନପଚାରି ଏଭଳି ଲେଖିବା ନିନ୍ଦନୀୟ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁ । ପୂର୍ବରୁ ବି ବିଭିନ୍ନ ପ୍ରସଙ୍ଗରେ ନବୀନ ବାବୁଙ୍କ ବିରୋଧରେ ଅନେକ କଥା କହି ଆସିଥିବା [...]

Admin•December 23, 2024
Share Article:

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ, ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଯୋଉ ପୁସ୍ତକଟି ଲେଖିଛନ୍ତି ତାହା ଲେଖିବା ପୂର୍ବରୁ ସେ ଥରେ ହେଲେ ନବୀନଙ୍କୁ ଭେଟି ନାହାନ୍ତି। ଯାହା ଉପରେ ତାଙ୍କ ପୁସ୍ତକ ରଚନା ହୋଇଛି ତାଙ୍କୁ ନପଚାରି ଏଭଳି ଲେଖିବା ନିନ୍ଦନୀୟ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁ । ପୂର୍ବରୁ ବି ବିଭିନ୍ନ ପ୍ରସଙ୍ଗରେ ନବୀନ ବାବୁଙ୍କ ବିରୋଧରେ ଅନେକ କଥା କହି ଆସିଥିବା ରୁବେନଙ୍କ ପୁସ୍ତକକୁ ଅରୁଣ ସାହୁ ତୀବ୍ର ସମାଲୋଚନା କରିଛନ୍ତି।

ପ୍ରାପ୍ତ ସୂଚନାମତେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ରୁବେନ ବାନାର୍ଜୀ ଏକ ପୁସ୍ତକ ରଚନା କରିଛନ୍ତି। ଏଥିରେ ନବୀନ ବାବୁଙ୍କ ସଂକ୍ରାନ୍ତରେ ଅତି ବ୍ୟକ୍ତିଗତ ତଥା ନକରାତ୍ମକ କଥା ଉଲ୍ଲେଖ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବିଧାୟକ ଶ୍ରୀ ସାହୁ ଏହାକୁ ଦୃଢ ନିନ୍ଦା କରି ନିୟମ ଉଲ୍ଲଂଘନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ରୁବେନ ବାବୁ ନିର୍ବାଚନ ଆଗରୁ ଏବଂ ପରେ ମଧ୍ଯ ବିରୋଧୀ ଦଳର ନେତା ଭୂମିକା ତୁଳାଇ ଆସିଛନ୍ତି। ଆଉ ବିରୋଧୀ ଦଳର ଇଙ୍ଗିତରେ ନବୀନ ବାବୁଙ୍କ ସଂକ୍ରାନ୍ତରେ ତାଙ୍କର ପୁସ୍ତକରେ ବିଭ୍ରାନ୍ତିକର ତଥା ମିଛ କଥା ଲେଖିଛନ୍ତି। ହେଲେ ରୁବେନ ବାବୁ ଦୀର୍ଘ ବର୍ଷ ହେଲା ନବୀନ ବାବୁଙ୍କୁ ଭେଟି ନାହାନ୍ତି କି ଏନେଇ ଆଲୋଚନା ବି କରିନାହାନ୍ତି। ଏପରିକି କୌଣସି ବ୍ୟକ୍ତିଙ୍କ ସଂକ୍ରାନ୍ତରେ ପୁସ୍ତକ ପ୍ରକାଶନ ପୂର୍ବରୁ ଆବଶ୍ୟକ ହେଉଥିବା ଅନୁମତି ବି ସେ ଲୋଡିନାହାନ୍ତି। ଏହା ସାଂଘାତିକ ଅପରାଧ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

#Odia#Odisha#News
Share Article:

Related Articles