News Room Odisha
BREAKING
Odia

ରୁବେନଙ୍କ ପୁସ୍ତକ ବିଜେପି ଦ୍ୱାରା ପ୍ରାୟୋଜିତ: ଗଣେଶ୍ଵର

ଭୁବନେଶ୍ୱର: ରୁବେନ ବାନାର୍ଜୀ ଲେଖିଥିବା ପୁସ୍ତକ ବିଜେପି ଦ୍ବାରା ପ୍ରାୟୋଜିତ। ଏହାର ଗୋଟିଏ ପୃଷ୍ଠା ପଢିଲେ ହିଁ ଏହା ସ୍ପଷ୍ଟ ହେଉଛି ବୋଲି ବିଜେଡି ବିଧାୟକ ଗଣେଶ୍ଵର ବେହେରା ପ୍ରକାଶ କରିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ଏହି ପୁସ୍ତକର ଅଭିଶନ୍ଧି ହେଲା ନବୀନ ପଟ୍ଟନାୟକଙ୍କୁ ନିନ୍ଦିତ ଓ ନ୍ୟୁନ କରିବା। ଏହାକୁ ଲୋକେ କେବେ ଗ୍ରହଣ କରିବେ ନାହିଁ। ଯିଏ ଜଣଙ୍କ ଜୀବନୀ ଲେଖେ, ସେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥାଏ। ତାକୁ ଅଧିକ ପରିଚିତ [...]

Admin•December 24, 2024
Share Article:

ଭୁବନେଶ୍ୱର: ରୁବେନ ବାନାର୍ଜୀ ଲେଖିଥିବା ପୁସ୍ତକ ବିଜେପି ଦ୍ବାରା ପ୍ରାୟୋଜିତ। ଏହାର ଗୋଟିଏ ପୃଷ୍ଠା ପଢିଲେ ହିଁ ଏହା ସ୍ପଷ୍ଟ ହେଉଛି ବୋଲି ବିଜେଡି ବିଧାୟକ ଗଣେଶ୍ଵର ବେହେରା ପ୍ରକାଶ କରିଛନ୍ତି।

ଶ୍ରୀ ବେହେରା କହିଛନ୍ତି ଯେ, ଏହି ପୁସ୍ତକର ଅଭିଶନ୍ଧି ହେଲା ନବୀନ ପଟ୍ଟନାୟକଙ୍କୁ ନିନ୍ଦିତ ଓ ନ୍ୟୁନ କରିବା। ଏହାକୁ ଲୋକେ କେବେ ଗ୍ରହଣ କରିବେ ନାହିଁ। ଯିଏ ଜଣଙ୍କ ଜୀବନୀ ଲେଖେ, ସେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥାଏ। ତାକୁ ଅଧିକ ପରିଚିତ କରିବାକୁ ଲେଖେ। କାହାର ଜୀବନୀ ଲେଖିବା ପୂର୍ବରୁ ସଂପୃକ୍ତ

ବ୍ୟକ୍ତିକୁ ଅନୁଶୀଳନ କରିବା ଦରକାର। ହେଲେ ରୁବେନ ତ ଗତ ଦଶ ବର୍ଷ ହେବ ନବୀନଙ୍କ ସହ ଦେଖା ହୋଇ ନାହାନ୍ତି କି ବାର୍ତ୍ତାଳାପ କରି ନାହାନ୍ତି। ନିଜକୁ ସେ ନିରପେକ୍ଷ କେମିତି କହୁଛନ୍ତି। ନିରପେକ୍ଷତାର କାଣିଚାଏ ବି ଗନ୍ଧ ନାହିଁ। ଏହାର ପ୍ରତି ପୃଷ୍ଠା ଦେଖିଲେ ଲାଗୁଛି, ଶାସକ ଦଳ ପ୍ରରୋଚନାରେ ଏହା ଲେଖାଯାଇଛି। ଚା କପରେ ଝଡ଼ ସୃଷ୍ଟି କରିବା ପାଇଁ ଏହି ପୁସ୍ତକ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁ କାହାଣୀ ସେ ଲେଖିଛନ୍ତି, ତାକୁ ଗଭୀର ତନଖିଲେ ଜଣା ପଡିବ, ଏହା ଅସତ୍ୟ ଓ ଅବାସ୍ତବ ତଥା ଅତିରଞ୍ଜିତ ଓ କଳ୍ପନାର ସମାହାର। ପାଠକ ସମାଜ ଏହି ପୁସ୍ତକ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

#Odia#Odisha#News
Share Article:

Related Articles