୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି। ଏହି ବୈଠକରେ ବିଏମସି କମିସନର , ବିଧାୟକ, ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା [...]
ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି। ଏହି ବୈଠକରେ ବିଏମସି କମିସନର , ବିଧାୟକ, ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ଯେ ୯ ଜାନୁୟାରୀ ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ମହାତ୍ମା ଗାନ୍ଧୀଙ୍କ ଭାରତ ଫେରିବାକୁ ଏହି ଦିବସ ସ୍ମରଣ କରିଥାଏ । ଏହି ଦିନକୁ ପାଳନ କରିବାପାଇଁ ୨୦୦୩ରେ ପ୍ରବାସୀ ଭାରତୀୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ କରାଯାଇଥିଲା । ଭାରତର ବିକାଶ ପାଇଁ ବିଦେଶୀ ଭାରତୀୟ ସମ୍ପ୍ରଦାୟର ସହଭାଗିତା ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ । ତେବେ ୨୦୧୫ ଠାରୁ ସଂଶୋଧିତ ଫର୍ମାଟରେ ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଛି । ଆମେ ଗର୍ବିତ ଯେ ଆମର ଯଶ୍ବସୀ ପ୍ରଧାନମନ୍ତ୍ରୀ ବିଭିନ୍ନ ଆର୍ନ୍ତଜାତୀୟ ଦେଶ ଗସ୍ତ ସମୟରେ ସେ ଦେଶବାସୀଙ୍କୁ ଓଡିଶା ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଛନ୍ତି । କୁଏତ ଗସ୍ତର ସଦ୍ୟତମ ଉଦାହରଣ ଯେଉଁଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗଞ୍ଜାମର ଜଣେ ଯୁବକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଭୁବନେଶ୍ବର ଠାରେ ଆୟୋଜିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ସର୍ବଭାରତୀୟ ସ୍ତରରେ ଓଡିଶାର ସଂସ୍କୃତି ଓଐତିହ୍ୟ ପ୍ରଦର୍ଶନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସମସ୍ତଙ୍କ ମିଳିତ ପ୍ରୟାସରେ ଏହା ସଫଳ କରି ଆମ ରାଜ୍ୟକୁ ବିଶ୍ବସ୍ତରରେ ଗର୍ବିତ କରାଇ ପାରିବା । ଜାନୁଆରୀ ୮ ,୯,୧୦ ତିନି ଦିନ ଧରି ଚାଲିବ ପ୍ରବାସୀ ଭାରତୀୟ ଦିବସ। ପୂର୍ବରୁ ଇନ୍ଦୋର ଓ ବାରଣାସୀ ଅନୁଷ୍ଟିତ ହେଇଥିଲା ପ୍ରବାସୀ ଭାରତୀୟ ଦିବସ। ଉଦଘାଟନରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦ୍ୱିତୀୟ ଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉଦଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯୋଗଦେବେ ।
ଓଡ଼ିଶା ସରକାରଙ୍କ ଗୃହ ବିଭାଗ , ପର୍ଯ୍ୟଟନ ବିଭାଗ ପୂରା ପ୍ରସ୍ତୁତିରେ ଲାଗିପଡିଛନ୍ତି । କଟକ , ପୁରୀ , ଭୁବନେଶ୍ବର ଓ କୋଣାର୍କ ପର୍ଯ୍ୟଟନ କ୍ଷେତ୍ର ରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ୧୪୦ ଦେଶର ଅତିଥି ଓ ପାଞ୍ଚ ହଜାର ରୁ ସାତ ହଜାର ପ୍ରବାଦୀ ଭାରତୀୟ ଯୋଗ ଦେବେ। ଅନ୍ୟ ଦେଶରୁ ଆସୁଥିବା ଅତିଥି ଓ ପ୍ରବାସୀ ଭାରତୀୟ ପାଇଁ ହୋଟେଲ, ଆଇ ବି , ଗେଷ୍ଟ ହାଉସ ବୁକିଂ ଚାଲିଛି। ଓଡ଼ିଶାର ସଂସ୍କୃତି , ପରମ୍ପରା ଐତିହ ବିଷୟରେ ସମସ୍ତେ ଜାଣିବେ । ଏ ନେଇ ସବୁ ପ୍ରକାର ବ୍ୟବସ୍ଥା କରୁଛି ପର୍ଯ୍ୟଟନ ବିଭାଗ । ଯିବା ଆସିବ ପାଇଁ କ୍ରୁଟ ପକ୍ଷରୁ ୫୦ ଟି ନୁଆ ବସ ଓ ୫ଟି ଡବଲ ଡ୍ଡେକର ବସ ଚାଲିବ। ଓଡ଼ିଶା ପୋଲିସ ସୁରକ୍ଷା କୁ କଡ଼ା କଡି କରିଛି। କିଛିଦିନ ପୁର୍ବରୁ ଡ଼ିଜି, ଆଜି ସମ୍ମିଳନୀ ରେ ଆମେ ବେଶ ସଫଳତା ପାଇଛୁ। ଭୁବନେଶ୍ଵରରକୁ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ କରାଯାଇଅଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରାରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭୁବନେଶ୍ବର, କଟକ, ପୁରୀ ଓ ଖୋରଧା ଜିଲ୍ଲାରେ ଏ ନେଇ ପ୍ରସ୍ତୁତି କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଖାରବେଳ ଭବନ ଠାରେ ଅନୁଷ୍ଠିତ ଉକ୍ତବୈଠକରେ ବିଧାୟକ ବାବୁ ସିଂ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ମେୟର ସୁଲୋଚନା ଦାସ, କମିଶନର, ବିଏମସି, ରାଜେଶ ପ୍ରଭାକର ପାଟିଲ, ଭିସି ବିଡିଏ ତିରୁମାଳା ନାଏକ, ପର୍ଯ୍ୟଟନ ନିର୍ଦେଶକ, ସଂସ୍କୃତି ବିଭାଗ ନିର୍ଦେଶକ, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାପାଳଙ୍କ ସେମତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳିତ
Next Articleଦୁଇ ଦିନିଆ ରାଜ୍ୟସ୍ତରୀୟ କୃଷକ ଉତ୍ପାଦକ ସଂଘର ପ୍ରଶିକ୍ଷଣ ଶେଷ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
