News Room Odisha
BREAKING
Odia

କେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛି ନିର୍ବାଚନ କମିଶନ : ଅରୁଣ

ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ହୋଇଥିବା ଇଭିଏମ୍‌ ଜାଲିଆତିକୁ ନେଇ ସାରା ଓଡ଼ିଶାରେ ସନ୍ଦେହ ସୃଷ୍ଟି ହୋଇଛି। ତଥାପି ବାରମ୍ବାର ଅନୁରୋଧ ସତ୍ତ୍ବେ ଭାରତୀୟ ନିର୍ବାଚନ କମିଶନ ଏନେଇ ସନ୍ଦେହ ଦୂର କାହିଁକି କରୁନାହାନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରଶ୍ନ କରୁଛି। ଭୋଟ ଫଳାଫଳ ତଥା ମତଦାନ ହାରରେ ଥିବା ଅସଙ୍ଗତି ପ୍ରସଙ୍ଗରେ ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ନିର୍ବାଚନ କମିସନଙ୍କ ଉପରେ ବର୍ଷିଛି। ବିଧାୟିକ ଅରୁଣ ସାହୁ କହିଛନ୍ତି [...]

Admin•December 24, 2024
Share Article:

ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ହୋଇଥିବା ଇଭିଏମ୍‌ ଜାଲିଆତିକୁ ନେଇ ସାରା ଓଡ଼ିଶାରେ ସନ୍ଦେହ ସୃଷ୍ଟି ହୋଇଛି। ତଥାପି ବାରମ୍ବାର ଅନୁରୋଧ ସତ୍ତ୍ବେ ଭାରତୀୟ ନିର୍ବାଚନ କମିଶନ ଏନେଇ ସନ୍ଦେହ ଦୂର କାହିଁକି କରୁନାହାନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରଶ୍ନ କରୁଛି।

ଭୋଟ ଫଳାଫଳ ତଥା ମତଦାନ ହାରରେ ଥିବା ଅସଙ୍ଗତି ପ୍ରସଙ୍ଗରେ ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ନିର୍ବାଚନ କମିସନଙ୍କ ଉପରେ ବର୍ଷିଛି। ବିଧାୟିକ ଅରୁଣ ସାହୁ କହିଛନ୍ତି ଯେ, ଦଳୀୟ ପ୍ରତିନିଧି ଗତକାଲି କମିଶନଙ୍କୁ ଭେଟିଥିଲେ। ନିର୍ବାଚନ ସରିବା ପରେ ସବୁ ବୁଥ ପାଇଁ ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଲୁ। ହେଲେ ସେମାନେ ଦେଲେନି। ଏହି ତଥ୍ୟ ପାଇବା ଅଧିକାର ସମସ୍ତଙ୍କ ଅଛି। ବୋଧେ ଅଲିଖିତ ନିର୍ଦେଶ ଦିଆଯାଇଛି ରାଜ୍ୟ ସରକାରଙ୍କ ପକ୍ଷରୁ ନ ଦେବାକୁ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଛ ମାସର ରିସର୍ଚ୍ଚ କରି ଆମେ ତଥ୍ୟ ସଂଗ୍ରହ କରିଛୁ। ଅସଂଗତି ଓ ତାଳମେଳ ନଥିବା ଦେଖିଲୁ। ୧୭ ସି- ପାର୍ଟ ୱାନ ଫର୍ମରେ ବୁଥରେ ଭୋଟର ଓ ଭୋଟ ସଂଖ୍ୟା ରହିଥାଏ। ଗଣତି ସମୟରେ କେତେ ଭୋଟ ପଡିଛି ତାହା ଫର୍ମ-୨୦ରେ ଉଲ୍ଲେଖ ରହିଥାଏ। ହେଲେ ଏହି ଦୁଇ ଫର୍ମର ତଥ୍ଯରେ ଆଦୌ ତାଳମେଳ ରହୁନାହିଁ। କେଉଁଠି ୫ ଅଧିକ ତ ପୁଣି କେଉଁଠି ସଂଖ୍ୟା ଶୂନ। ବିଜେଡି ଏହା ଉପରେ ୬ ମାସ ଧରି ଗବେଷଣା କରି ରିପୋର୍ଟ ପ୍ରସ୍ତୁତ କରି ଇସିଆଇକୁ ଦେଇଛି। ତଥାପି ଇସିଆଇ ଏହି ସନ୍ଦେହ ଦୂର କାହିଁକି କରୁନାହାନ୍ତି ବୋଲି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି।

ଇସିଆଇ ଯଦି ସ୍ୱଚ୍ଛ, ଏହା ଜଣାଇବା ଦରକାର। ଯଦି ଇସିଆଇ ଠିକ, ତେବେ କପି କାହିଁକି ଦେଉନ? କେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛ? ଏହା ଗୋପନୀୟ ନୁହେଁ ତଥ୍ୟ ଦେବା ଦରକାର। ଭୋଟ ଦିନ ସନ୍ଧ୍ୟା ୫ ରେ କ୍ଲୋଜ୍ ଅଫ ପୋଲ ହୁଏ। ଆଉ ଗୋଟେ ଏଣ୍ଡ ଅଫ ପୋଲ ରାତି ୧୧ଟା ୪୫ ରେ ଏହା ଦେଖାଯାଏ। ରିପୋର୍ଟ ପର ଦିନ ସକାଳେ ଦେବା କଥା। ହେଲେ ଇସିଆଇ କାହିଁକି ଏହା ଦେବାରେ ଦୁଇ ଦିନ ଡେରି କଲେ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

୨୦୨୪ ରେ ନେଟୱର୍କ ଭଲ ଥିବା ବେଳେ ଯଦି କହିବେ ତଥ୍ୟ ଆସି ନଥିଲା, ତାହେଲେ ଏହା ଅପରାଧ। ଏଣ୍ଡ ଅଫ ପୋଲରେ ତଥ୍ୟ ଭୁଲ ଆସିଲା। ଫରକ ୨% ହୋଇପାରେ. ହେଲେ ଏଥର ୨୫-୩୦% ଫରକ ଅଛି। ଇଭିଏମ୍‌ରେ ୭୦୦ ଜଣ ଭୋଟ ଦେଲେ, କିନ୍ତୁ ଗଣତି ବେଳେ ୭୩୫ କେମିତି ହେଉଛି ବା ୬୦୦ କେମିତି ହେଉଛି? ପ୍ରିଜାଇଡିଂ ଅଫିସର ଏମିତି ରିପୋର୍ଟ କେମିତି ଦେଲେ? ମଣିଷ ଇଭିଏମ୍‌ ଚଳାଏ। ମଣିଷ ଜାଲିଆତି କଲେ ଜାଲିଆ ଦଳ ଆସିବ। ଇସିଆଇକୁ ପ୍ରଶ୍ନ କଲେ ବିଜେପି କାହିଁକି ଚିହିଁକି ଉଠିଲେ? ଆମେ ତ ବିଜେପି ନାଁ ନେଇ ନଥିଲୁ. ଠାକୁର ଘରେ କିଏ, ମୁଁ କଦଳୀ ଖାଇନି ବୋଲି ବିଜେପିର ଚଞ୍ଚକତାପୂର୍ଣ୍ଣ କାମ ପଦାରେ ପଡିଛି ବୋଲି ଶ୍ରୀ ସାହୁ କହିଛନ୍ତି। ଆମେ ତ ଇସିଆଇର ନିରପେକ୍ଷତା ଉପରେ ପ୍ରଶ୍ନ କରିଥିଲୁ। ଯଦି ଜାଲିଆତି ନାହିଁ ପ୍ରମାଣ କରିବେ, ଆମେ ଭାବିବୁ ଗଣତନ୍ତ୍ର ଠିକ ଅଛି। ଆଜି ବି ନବୀନ ପଟ୍ଟନାୟକ ଯେଉଁ ସଭାକୁ ଯାଉଛନ୍ତି, ଲୋକେ ଝୁରି ଝୁରି କାନ୍ଦୁଛନ୍ତି। ଲୋକେ କହୁଥିଲେ ଅଳ୍ପେ ହେଲେ ବି ନବୀନ ଜିତିବେ। ତେଣୁ ଲୋକଙ୍କ ମନରେ ସନ୍ଦେହ ଆସିଲା। ଆମେ ଛ ମାସ ରିସର୍ଚ୍ଚ କରି ଏ ସବୁ ତଥ୍ୟ ପାଇଲୁ। ଜାଲିଆତି ହୋଇଥିଲେ, ଜାଲିଆତି ଦଳ ହିଁ ସରକାର କରିବେ। ଏକାମ୍ରରେ ଗୋଟେ ବୁଥରେ ୮୬୩ ଭୋଟ ଦେଲେ। ଯାହା ଫର୍ମ ୨୭ ସି- ପାର୍ଟ ୱାନରେ ଦିଆଗଲା। ହେଲେ ଫର୍ମ ୨୦ ରେ ୮୨୧ ଭୋଟ ବୋଲି ତଥ୍ଯ ଦିଆଗଲା। ଏହା ଭାରତୀୟ ନିର୍ବାଚନ ଇତିହାସରେ ପ୍ରଥମ ବୋଲି ଶ୍ରୀ ସାହୁ କହିଛନ୍ତି।

ସେହିପରି ପ୍ରିଜାଇଡିଙ୍ଗ ଅଫିସର ଓ ରିଟର୍ନିଙ୍ଗ ଅଫିସରଙ୍କ ଦୁଇ ତଥ୍ୟ କେମିତି ଏତେ ଅଲଗା ବୋଲି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ପ୍ରଶ୍ନ କରିଛନ୍ତି। ସବୁ ନିର୍ବାଚନ ମଣ୍ଡଳୀର ତଥ୍ଯ ଆରଟିଆଇ ବଳରେ ମାଗିବା ପରେ ବି ମିଳିଲାନି। ପୂର୍ବରୁ ଅତିକମରେ ୨% ବ୍ୟବଧାନ ରହୁଥିଲା। ହେଲେ ୨୦୨୪ ରେ ୨୫% ରହିବା ନିହାତି ଭାବେ ଇସିଆଇର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଣ୍ଟାମାଳରେ ଏଭଳି ଅସଙ୍ଗତି ହାର ୨୮% ରହିଥିବା ବେଳେ ମୋହନ ମାଝୀଙ୍କ ନିର୍ବାଚନ ମଣ୍ଡଳୀରେ ୩୦.୬% ଫରକ ରହିଛି। ଇସିଆଇଙ୍କ ଶେଷ ରିପୋର୍ଟରେ ୨୦% ଫରକ ରହିଛି। ଯାହା ବହୁ ବଡ଼। ଓଡ଼ିଶାର ୨୧ ସଂସଦୀୟ କ୍ଷେତ୍ର ଓ ତା ଅଧୀନ ୭ ବିଧାନସଭାରେ ଦୁଇଟି ଭୋଟ ହୁଏ। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ୪୯୫୬ ବ୍ୟବଧାନ ରହିଛି। କନ୍ଧମାଳରେ ୩୫୨୧, ୧୫୮୭ ରହିଛି ଯାଜପୁରରେ। ଏ ସବୁ ବ୍ୟବଧାନ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତେଣୁ ଇସିଆଇଙ୍କ ପାଖରେ ସ୍ପଷ୍ଟୀକରଣ ପାଇଁ ବିଜେଡି ଫେରାଦ ହୋଇଛି ବୋଲି ଶ୍ରୀମତି ସେଠୀ ପ୍ରକାଶ କରିଛନ୍ତି।

#Odia#Odisha#News
Share Article:

Related Articles