News Room Odisha
BREAKING
Odia

“ତୋ ବାକ୍ୟ ତୁହି ରକ୍ଷା କର ” : ବିଭିନ୍ନ ପ୍ରସଙ୍ଗରେ ସରକାରକୁ ପ୍ରସନ୍ନଙ୍କ ଶାଣିତ ଆକ୍ରମଣ

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗରେ ଆଜି ରାଜ୍ଯ ସରକାରକୁ ଶାଣିତ ଆକ୍ରମଣ କରିଛନ୍ତି ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ଯ। ବାର୍ଦ୍ଧକ୍ଯ ଭତ୍ତା ନେଇ ପ୍ରତାରଣା ସମେତ ଗନ୍ଧମାର୍ଦ୍ଦନ ଆଦି ପ୍ରସଙ୍ଗରେ ସରକାରକୁ କଡା ସମାଲୋଚନା କରିଛନ୍ତି ଶ୍ରୀ ଆଚାର୍ଯ୍ଯ। ସେ କହିଛନ୍ତି ଯେ, ଆଜି ସରକାର ଭତ୍ତା ବାଣ୍ଟୁଛନ୍ତି। ଭଲ କଥା, ହେଲେ ଦୁଃଖ ଏତିକି ଯେ ନିର୍ବାଚନ ପ୍ରତିଶ୍ରୁତି ରଖିଲେ ନାହିଁ। ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ନେଇ ନିର୍ବାଚନ ପୂର୍ବରୁ କହିଲେ। [...]

Admin•January 15, 2025
Share Article:
“ତୋ ବାକ୍ୟ ତୁହି ରକ୍ଷା କର ” : ବିଭିନ୍ନ ପ୍ରସଙ୍ଗରେ ସରକାରକୁ ପ୍ରସନ୍ନଙ୍କ ଶାଣିତ ଆକ୍ରମଣ

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗରେ ଆଜି ରାଜ୍ଯ ସରକାରକୁ ଶାଣିତ ଆକ୍ରମଣ କରିଛନ୍ତି ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ଯ। ବାର୍ଦ୍ଧକ୍ଯ ଭତ୍ତା ନେଇ ପ୍ରତାରଣା ସମେତ ଗନ୍ଧମାର୍ଦ୍ଦନ ଆଦି ପ୍ରସଙ୍ଗରେ ସରକାରକୁ କଡା ସମାଲୋଚନା କରିଛନ୍ତି ଶ୍ରୀ ଆଚାର୍ଯ୍ଯ।

ସେ କହିଛନ୍ତି ଯେ, ଆଜି ସରକାର ଭତ୍ତା ବାଣ୍ଟୁଛନ୍ତି। ଭଲ କଥା, ହେଲେ ଦୁଃଖ ଏତିକି ଯେ ନିର୍ବାଚନ ପ୍ରତିଶ୍ରୁତି ରଖିଲେ ନାହିଁ। ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ନେଇ ନିର୍ବାଚନ ପୂର୍ବରୁ କହିଲେ। ହେଲେ ନିର୍ବାଚନ ପରେ କେବଳ ୮୦ ବର୍ଷ ଲୋକଙ୍କୁ ମିଳିବ କହିଲେ। ଆହେ ସୌଦାଗର ନିଜ ବାକ୍ୟ ନିଜେ ରକ୍ଷା କର ବୋଲି ଶ୍ରୀ ଆଚାର୍ଯ୍ଯ କଟାକ୍ଷ କରିଛନ୍ତି।
 ସେହିପରି ନିବେଶ ପ୍ରସଙ୍ଗରେ କହିଛନ୍ତି ଯେ, ଯଦି ଓଡ଼ିଶାକୁ ଶିଳ୍ପ ଆସିବ, ସ୍ୱାଗତ। ହେଲେ ଶିଳ୍ପ ନାଁରେ ପରିବେଶକୁ ନଷ୍ଟ କରିବାକୁ ଦିଆଯିବ ନାହିଁ। ବାଲକୋକୁ ନେଇ ଗନ୍ଧମାର୍ଦନ ଆନ୍ଦୋଳନ ହୋଇଥିଲା। ଏବେ ପୁଣି ଆଦାନୀକୁ ଦିଆଯିବା ଖବର ଆସିବାରୁ ସେଠି ଆନ୍ଦୋଳନ ହେଲାଣି। ଯେଉଁଠି ଆବଶ୍ୟକ, ସେଠି ଶିଳ୍ପ ଆସୁ, ଆମେ ବିରୋଧ କରିବୁ ନାହିଁ। ହେଲେ ପରିବେଶ ନଷ୍ଟ ନ ହେଉ ବୋଲି ସେ କହିଛନ୍ତି। ଏହାବାଦ, ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ମତ ଦେଇ ଶ୍ରୀ ଆଚାର୍ଯ୍ଯ କହିଛନ୍ତି ଯେ, ଗଣତନ୍ତ୍ରରେ ଅନାସ୍ଥା ଆସେ, ହେଲେ ଯଦି କୌଣସି ସରକାର ଏହାର ମୋଡ଼ ବଦଳାନ୍ତି, ତାହା ନିନ୍ଦନୀୟ।
   ଏହାବାଦ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଲୋକେ ଚାହୁଁଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ଅଞ୍ଚଳକୁ ଯାଆନ୍ତୁ। ଲୋକେ ଉତ୍ସାହ ସହ ତାଙ୍କୁ ଅପେକ୍ଷା କରିଛନ୍ତି। ନବୀନ ପଟ୍ଟନାୟକ ବିଭିନ୍ନ ଅଞ୍ଚଳ ଯାଉଛନ୍ତି। ତାଙ୍କ ଲୋକପ୍ରିୟତା ଓଡ଼ିଶା ଓ ରାଜ୍ୟ ବାହାରେ ଅଛି। ସେ ଯୁଆଡେ ଯାଉଛନ୍ତି, ଲୋକେ ବହୁ ମାତ୍ରାରେ ଆସୁଛନ୍ତି। ଆଜି ବି ସେ ଓଡ଼ିଶାର ଅଦ୍ଵିତୀୟ ନେତା ବୋଲି ଶ୍ରୀ ଆଚାର୍ଯ୍ଯ କହିଛନ୍ତି। ମୋର ଅସୁସ୍ଥତା ଖବର ପାଇ ନେତା ମାନେ ମୋତେ ଭେଟିବାକୁ ଆସିଛନ୍ତି। ଏମାନେ ମୋ ପୁରୁଣା ବନ୍ଧୁ। ମୁଁ କାଲି ବି ହସ୍ପିଟାଲ ଯିବି ବୋଲି ସେ କହିଛନ୍ତି।
#Odia#Odisha#News
Share Article:

Related Articles