News Room Odisha
BREAKING
Odia

ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏଭଳି ମର୍ଯ୍ୟଦା ଜନକ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋର୍ ରେ ଜାରିରହିଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରି [...]

Admin•January 31, 2025
Share Article:
ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏଭଳି ମର୍ଯ୍ୟଦା ଜନକ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋର୍ ରେ ଜାରିରହିଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟାଚର ଥିମ୍ ସଂଗ ‘ସ୍ୱାଗତ…. ସୁସ୍ୱାଗତ’କୁ ଉନ୍ମୋଚନ କରିଥିଲେ ।

ସମୀକ୍ଷା ଏବଂ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତିରଖି କହିଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବା ଆମ ପାଇଁ ସୌଭାଗ୍ୟର ବିଷୟ । ଓ.ସି.ଏର ସମସ୍ତ କର୍ମକର୍ତ୍ତା ଏବଂ ଟିମ୍, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ ବିଶେଷ କରି କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରସ୍ତୁତି କାର୍ଯ୍ୟ ଅନୁଷ୍ଠିତ ହେଉଛି । ଏହା ହେଉଛି ଆମ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଏହା ହେଉଛି ଆମ ପାଇଁ ସମ୍ମାନର କଥା । ପୁରାଟିମ୍ ଏଥିପାଇଁ ପରିଶ୍ରମ କରୁଛନ୍ତି । ଦୁଇ ବର୍ଷ ପରେ ଆମ ପାଖକୁ ଏହି ସୁଯୋଗ ଆସିଛି । ଏହି ମ୍ୟାଚ୍ ସଫଳତାର ସହ ଆୟୋଜନ ହେବ । ଆମ ସଫଳତା କେବଳ ଭାରତ ବର୍ଷକୁ ନୁହେଁ ସମଗ୍ର ବିଶ୍ୱକୁ ଖୁସି ଦେବ ।

ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ, ଅନୁଗୋଳ ବିଧାୟକ ତଥା ଓସିଏର ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓସିଏର ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

#Odia#Odisha#News
Share Article:

Related Articles