ଯୁବପୀଢ଼ି ଉଦ୍ୟୋଗୀ ହେବା ସହ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହୁଅନ୍ତୁ: ରାଜ୍ୟପାଳ
ଭୁବନେଶ୍ୱର: ବହୁ କ୍ଷେତ୍ରରେ ଯୁବପୀଢ଼ି ନିଯୁକ୍ତିରେ ସ୍ଥିରତା ଦୃଷ୍ଟିରୁ ଚାକିରି କରିବା ଦିଗରେ ମନ ବଳାଇଥାନ୍ତି। କିନ୍ତୁ ଯେଉଁମାନେ ଚାକିରି ଉର୍ଦ୍ଧରେ ସ୍ବପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ। ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଆଜି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ [...]
ଭୁବନେଶ୍ୱର: ବହୁ କ୍ଷେତ୍ରରେ ଯୁବପୀଢ଼ି ନିଯୁକ୍ତିରେ ସ୍ଥିରତା ଦୃଷ୍ଟିରୁ ଚାକିରି କରିବା ଦିଗରେ ମନ ବଳାଇଥାନ୍ତି। କିନ୍ତୁ ଯେଉଁମାନେ ଚାକିରି ଉର୍ଦ୍ଧରେ ସ୍ବପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ। ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି।
ଆଜି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟର ଉଦଘାଟନ କରି ରାଜ୍ୟପାଳ ଏହି ଆହ୍ଵାନ ଜଣାଇଛନ୍ତି।ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ ଏହି ନବନିର୍ମିତ ପ୍ୟକେଜିଂ ୟୁନିଟ ଓଡ଼ିଶାର ଶିଳ୍ପ ଆତ୍ମନିର୍ଭରଶୀଳ ଯାତ୍ରାରେ ଏକ ମାଇଲଖୁଣ୍ଟ ସଦୃଶ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉଚ୍ଚ ମାନର ପ୍ୟାକେଜିଂ ସାମଗ୍ରୀ ଉତ୍ପାଦନ ପାଇଁ ଉତ୍ସର୍ଗୀକୃତ ଏହି ସୁବିଧା ଅନ୍ୟ ରାଜ୍ୟରୁ ଫ୍ଲେକ୍ସିବଲ ପ୍ୟାକେଜିଂ ସାମଗ୍ରୀ ଉପରେ ଓଡିଶାର ନିର୍ଭରଶୀଳତା ହ୍ରାସ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହା ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକୁ ସେବା ଯୋଗାଇବା ଉପରେ ବିଶେଷ ଧ୍ୟାନ ଦେଇଛି।ଏହି ପ୍ରକଳ୍ପ କେବଳ ଶିଳ୍ପ ଇକୋସିଷ୍ଟମକୁ ମଜବୁତ୍ କରିବ ନାହିଁ ବରଂ ନିଯୁକ୍ତି ଏବଂ ନବ ସୃଜନ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟପାଳ କହିଥିଲେ।

ଏତଦବ୍ୟତୀତ ରାଜ୍ୟପାଳ କହିଥିଲେ ଯେ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ସମ୍ଭାବନାରେ ପରିପୂର୍ଣ ଏବଂ ଯେଉଁମାନେ ଆଗକୁ ବଢ଼ିବାକୁ ସାହସ କରନ୍ତି ସେମାନଙ୍କ ପାଇଁ ଅସୀମ ସୁଯୋଗ ରହିଛି।ରାଜ୍ୟ ସରକାର ଉଦ୍ୟୋଗ ଓ ଶିଳ୍ପ ବିକାଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ଏଣୁ ଆମର ଯୁବପୀଢ଼ିକୁ ଉଦ୍ୟୋଗୀ ହେବା ସହ ନବ ସୃଜନକୁ ଆପଣେଇବା, ସାହସୀ ପଦକ୍ଷେପ ନେବା ସହିତ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ କରିବା ନିମନ୍ତେ ଉତ୍ସାହିତ କରିବାକୁ ସମସ୍ତେ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ । ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟର ଦୁଇ ଜଣ ଉଦ୍ୟୋଗୀ ଶ୍ରୀକାନ୍ତ ଖଟୁଆ ଓ ପ୍ରୀତିଶ ସାହୁଙ୍କର ଉଲେଖନୀୟ ପଦକ୍ଷେପ, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା,ଅନୁକରଣୀୟ ନେତୃତ୍ଵ ଓ ପ୍ରତିବଦ୍ଧତା ପାଇଁ ରାଜ୍ୟପାଳ ଖୁସି ପ୍ରକଟ କରିବା ସହ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ଯାତ୍ରା ଓଡ଼ିଶାର ଯୁବପୀଢ଼ି ଓ ଉଦ୍ୟୋଗୀ ମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରିବ ବୋଲି କହିଥିଲେ। ଯୁବପୀଢ଼ି ସଠିକ୍ ଦୃଷ୍ଟିକୋଣ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆହ୍ବାନକୁ ମୁକାବିଲା କରିବାର ସାହସ ନେଇ ଉଦ୍ୟୋଗୀ ହେବା ସହ “ବିକଶିତ ଓଡ଼ିଶା – ବିକଶିତ ଭାରତ”ଗଠନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ଼ଃ କମ୍ଭମପାଟି କହିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥିଭାବେ ଓଡିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଏବଂ ଏମ ଏସ ଏମ ଇ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି ଯୁବପିଢୀକୁ ଉଦ୍ୟୋଗୀ ହେବା ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
ପ୍ରାରମ୍ଭରେ ଓଡ଼ିପାକ ସୋଲ୍ୟୁସନର ମ୍ୟାନେଜିଂ ପାର୍ଟନର ଶ୍ରୀକାନ୍ତ ଖଟୁଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲାବେଳେ ପାର୍ଟନର ପ୍ରୀତିଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଇଣ୍ଡଷ୍ଟ୍ରିଜ ଫେଡେରେସନର ଚେୟାରମ୍ୟାନ ଡ଼ଃ ଶରତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏଇ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।
Ostia SCS Secretary Arrested for Embezzling Rs 11.83 Lakh Bank Loan Repayment Amount
Next ArticleTemperature continues to rise in Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
