ରାଜ୍ୟ ଡାଟା ନୀତି ୨.୦ ଉପରେ ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଡାଟା ପଲିସି ୨.୦ ଉପରେ ଏକ ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ୍ କୁମାର ଦେବ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ଡ. ପ୍ରଦୀପ କୁମାର ରାଉତ ଏବଂ ଓଡ଼ିଶା ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଓଡ଼ିଶା ଆଇ.ଟି. ଶିଳ୍ପର ପ୍ରତିନିଧିମାନେ [...]
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଡାଟା ପଲିସି ୨.୦ ଉପରେ ଏକ ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ୍ କୁମାର ଦେବ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ଡ. ପ୍ରଦୀପ କୁମାର ରାଉତ ଏବଂ ଓଡ଼ିଶା ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଓଡ଼ିଶା ଆଇ.ଟି. ଶିଳ୍ପର ପ୍ରତିନିଧିମାନେ ଯୋଗଦେଇଥିଲେ । ରାଜ୍ୟର ଆଗାମୀ ଡାଟା ନୀତି ଉପରେ ବିଶେଷଜ୍ଞଙ୍କ ମତାମତ ନେବା ପାଇଁ ଏହି ଅଧିବେଶନର ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ୍ କୁମାର ଦେବ କହିଥିଲେ ଯେ, ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଅଧିକ ତଥ୍ୟଭିତ୍ତିକ ଶାସନ ଦିଗରେ ଅଗ୍ରସର ହେବା ସହିତ ଗୁରୁତ୍ୱପୂର୍ଣ୍ଣ ମତାମତ ସଂଗ୍ରହ କରିବା। ସରକାରଙ୍କ ପାଖରେ ବିପୁଳ ପରିମାଣର ତଥ୍ୟ ଥିବାବେଳେ ତାହାର ଉପଲବ୍ଧତା ଓ ଉପଯୋଗକୁ ନେଇ ବିଭିନ୍ନ ବାଧା ରହିଛି । ଏହି ତଥ୍ୟକୁ ପ୍ରଭାବୀ ଢଙ୍ଗରେ ବିଶ୍ଳେଷଣ କରି ଆମେ ଜନସେବା ପ୍ରଦାନରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିବା, ବିଭିନ୍ନ ଲକ୍ଷିତ ବିନ୍ଦୁ ଉପରେ ହସ୍ତକ୍ଷେପକୁ ସକ୍ଷମ କରିପାରିବା ଏବଂ ନାଗରିକମାନଙ୍କ ଆବଶ୍ୟକତା ପ୍ରତି ପ୍ରଶାସନକୁ ଅଧିକ ଉତ୍ତରଦାୟୀ କରିପାରିବା ।
ଅତିରିକ୍ତ ଶାସନ ସଚିବ ଡ. ପ୍ରଦୀପ କୁମାର ରାଉତ କହିଥିଲେ ଯେ, ଦକ୍ଷ ନାଗରିକ-କେନ୍ଦ୍ରିତ ଶାସନ ପ୍ରଦାନ କରିବାକୁ ଲକ୍ଷ୍ୟଭାବେ ଗ୍ରହଣ କରିଥିବା ଯେକୌଣସି ରାଜ୍ୟ ପାଇଁ ଏକ ଦୃଢ଼ ଡାଟା ନୀତି ଅତ୍ୟନ୍ତ ଜରୁରୀ । ସଚେତନ ନିଷ୍ପତ୍ତି ନେବାରେ ସାମାଜିକ-ଅର୍ଥନୈତିକ ବିକାଶରେ ଏବଂ ନାଗରିକଙ୍କ ଡାଟାକୁ ସୁରକ୍ଷା ଦେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଓଡ଼ିଶାର ଆଗାମୀ ଡାଟା ନୀତି ହେଉଛି ଏକ ଅଗ୍ରମୁଖୀ ଏବଂ ବିସ୍ତୃତ ଦସ୍ତାବିଜ ଯାହା ରାଜ୍ୟକୁ ଇ-ଗଭର୍ଣ୍ଣାନ୍ସର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ସ୍ଥାନିତ କରିବା ସହ ବ୍ୟକ୍ତିଗତ, ସକ୍ରିୟ ଏବଂ ସ୍ୱଚ୍ଛ ସେବା ପ୍ରଦାନ କରିପାରିବ । ଏହା ଡାଟା ସଂଗ୍ରହ ଓ ସଂରକ୍ଷଣଠାରୁ ଆରମ୍ଭ କରି ନିରାପଦ ସେୟାରିଂ ଏବଂ ତାହାର ଉପଯୁକ୍ତ ଉପଯୋଗ ପର୍ଯ୍ୟନ୍ତ ସମଗ୍ର ଜୀବନଚକ୍ର ପାଇଁ ସ୍ପଷ୍ଟ ବିଧିବ୍ୟବସ୍ଥା ସୃଷ୍ଟି କରିବ ଏବଂ ଏହା ସୁନିଶ୍ଚିତ କରିବ ଯେ, ପ୍ରଶାସନ ଉଭୟ ଦାୟିତ୍ୱବାନ୍ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ।
ସାଧାରଣ ଲୋକଙ୍କ ମତାମତ ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ (https://it.odisha.gov.in/) ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (https://www.ocac.in/or) ର ୱେବସାଇଟରେ ଏହି ଚିଠା ନୀତିର ଦସ୍ତାବିଜ୍ ଅପଲୋଡ୍ କରାଯାଇଛି । ସମସ୍ତ ମତାମତ feedback.osdp@odisha.gov.in ରେ ପଠାଯାଇପାରିବ ।
ଏହି କାର୍ଯ୍ୟକ୍ରମରେ ଆଗାମୀ ନୀତିର ଚିଠା ଉପରେ ଏକ ବିଶଦ ଉପସ୍ଥାପନା କରାଯାଇଥିଲା, ଯେଉଁଥିରେ ଏହାର ପ୍ରମୁଖ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରାଯାଇଥିଲା । ଏହି ନୀତି ବିଭାଗଗୁଡ଼ିକ ମଧ୍ୟରେ ଡାଟା ଆଦାନପ୍ରଦାନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବ, ଖୋଲା ଡାଟା ଆକ୍ସେସ୍ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ, ଡାଟା ଇଣ୍ଟରସାଇଟ୍ ମାଧ୍ୟମରେ ଚଟାପଟ୍ ନିଷ୍ପତ୍ତି ପାଇଁ ପ୍ରଶାସନକୁ ସକ୍ଷମ କରିବ, ଦ୍ୱୈତ୍ୱତା ଏବଂ ଅତିରିକ୍ତତା ହ୍ରାସ କରିବା ପାଇଁ ଡାଟାକୁ ସୁବ୍ୟବସ୍ଥିତ କରିବ, ତଥ୍ୟବିଜ୍ଞ ସମ୍ମତି ମାଧ୍ୟମରେ ନୈତିକତାକୁ ଦୃଷ୍ଟିରେ ରଖି ଡାଟା ବ୍ୟବହାର ସୁନିଶ୍ଚିତ କରିବ, ସରକାରୀ ଡାଟା ସେୟାରିଂରେ ସ୍ୱଚ୍ଛତା ବୃଦ୍ଧି କରିବ ଓ ଉପଯୁକ୍ତ ଡାଟା ପରିଚାଳନା ତଥା ସୁରକ୍ଷାକୁ ସକ୍ଷମ କରିବ । ଜାତୀୟ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା (ଡି.ପି.ଡି.ପି.) ଆଇନ-୨୦୨୩ ସମେତ ଅନ୍ୟ ଦେଶ ଏବଂ ରାଜ୍ୟଗୁଡ଼ିକର ସମ୍ପୃକ୍ତ ନୀତି ଏବଂ ଡାଟା ସୁରକ୍ଷା ଆଇନ୍ ଓ ହିତାଧାରକମାନଙ୍କ ସହିତ ବ୍ୟାପକ ପରାମର୍ଶ ଓ ବିଶ୍ଳେଷଣ ପରେ ଏହି ଚିଠା ନୀତି ପ୍ରସ୍ତୁତ କରାଯାଇଛି ।
ଏହି ଉପସ୍ଥାପନା ପରେ ଆୟୋଜନକାରୀ ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅଧିକାରୀମାନେ ଉପସ୍ଥିତ ଲୋକଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ବିସ୍ତୃତ ଉତ୍ତର ପ୍ରଦାନ କରିଥିଲେ । ଏହି ଅଧିବେଶନ ମୂଲ୍ୟବାନ ମତାମତ ସଂଗ୍ରହ ପାଇଁ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା, କାରଣ ଅଂଶଗ୍ରହଣକାରୀମାନେ ବୁଝାମଣାପୂର୍ଣ୍ଣ ପରାମର୍ଶ ଏବଂ ବ୍ୟବହାରିକ ମତାମତ ପ୍ରଦାନ କରିଥିଲେ । ଡାଟା ନୀତିର ଚୂଡ଼ାନ୍ତକରଣ ନିମନ୍ତେ ଏସବୁକୁ ଉପଯୁକ୍ତଭାବେ ବିଚାରକୁ ନିଆଯିବ ।
ପରିଶେଷରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମୃତି ରଞ୍ଜନ ମିଶ୍ର ଓ ଦିପଙ୍କର ରଥଙ୍କ ସମେତ ଓକାକ୍ ର କର୍ମଚାରୀଗଣ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Odisha’s road infrastructure will be developed at par with US standards: Nitin Gadkari
Next ArticleE&IT Dept Organizes Consultative Workshop on Odisha State Data Policy 2.0
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
