News Room Odisha
BREAKING
Odia

୨ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମ ସମର୍ପଣ

ବରଗଡ଼, ୩୦/୦୮ :୨ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆମିଲା ଓରଫ ପୂଜା ତାତି ଏବଂ ରଘୁ ଓରଫ ସାଇତୁ ପଡମ । ସେମାନେ ଆଜି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ବରଗଡ଼ ଏସପି ପି ଏସ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆମିଲାର ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କା ଏବଂ ରଘୁ ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ମାଓବାଦୀ ସଙ୍ଗଠନରେ ଶାରୀରିକ ଏବଂ ମାନସିକ [...]

Admin•August 30, 2024
Share Article:

ବରଗଡ଼, ୩୦/୦୮ :୨ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆମିଲା ଓରଫ ପୂଜା ତାତି ଏବଂ ରଘୁ ଓରଫ ସାଇତୁ ପଡମ । ସେମାନେ ଆଜି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ବରଗଡ଼ ଏସପି ପି ଏସ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆମିଲାର ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କା ଏବଂ ରଘୁ ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ମାଓବାଦୀ ସଙ୍ଗଠନରେ ଶାରୀରିକ ଏବଂ ମାନସିକ ନିର୍ଯାତନା ବଢୁଥିବାରୁ ଏହି ଦୁଇ ମାଓବାଦୀ ସଙ୍ଗଠନ ଛାଡିଥିବା କହିଥିଲେ । ଉଭୟଙ୍କ ନାମରେ ବହୁ ମାମଲା ରହିଛି ।

ଆମିଲା ୨୦୧୦ ମସିହା ଠାରୁ ଗନ୍ଧମାର୍ଦ୍ଦନ ରିଜର୍ଭ ସଂରକ୍ଷିତ ଜଙ୍ଗଲରେ ଏରିଆ କମିଟି କମାଣ୍ଡର ଥିଲା । ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବୃଦ୍ଧି କରିବାରେ ନେତୃତ୍ବ ନେଇଥିଲା। ସେହିପରି ୨୦୧୨ ମସିହା ଠାରୁ ମାଓ ସଙ୍ଗଠନରେ ସାମିଲ ହୋଇଥିଲା ରଘୁ। ସେମାନଙ୍କ ନାଁରେ ବହୁ ମାମଲା ରହିଛି। ତେବେ ଏହି ଦୁଇ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲାଲ ସୂଚନା ଦେଇଛନ୍ତି ।

#Odia#Odisha#News
Share Article:

Related Articles