ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ; ସୁରକ୍ଷା ପାଇଁ ୩ ସୂତ୍ରୀ ଫର୍ମୁଲା
ଭୁବନେଶ୍ୱର: ଆଜି ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାର ତିନୋଟି ଦିଗ ଉପରେ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ପ୍ରତି ଗୁରୁତ୍ୱଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରଥଯାତ୍ରାର ଚାରିଗୋଟି ଉତ୍ସବ ମଧ୍ୟରୁ ଏବେବି ଆଉ ତିନୋଟି ବଡ ଓ ମହତ୍ୱପୂର୍ଣ୍ଣ ଉତ୍ସବ ବାହୁଡା଼, [...]
ଭୁବନେଶ୍ୱର: ଆଜି ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାର ତିନୋଟି ଦିଗ ଉପରେ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ପ୍ରତି ଗୁରୁତ୍ୱଆରୋପ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ରଥଯାତ୍ରାର ଚାରିଗୋଟି ଉତ୍ସବ ମଧ୍ୟରୁ ଏବେବି ଆଉ ତିନୋଟି ବଡ ଓ ମହତ୍ୱପୂର୍ଣ୍ଣ ଉତ୍ସବ ବାହୁଡା଼, ସୁନାବେଶ ଓ ନୀଳାଦ୍ରୀ ବିଜେ ବାକି ଅଛି। ଅନୁକୂଳ ପାଗ ଯୋଗୁଁ ଏହି ତିନି ଦିନ ବହୁତ ଭକ୍ତ ଆସିବେ। ବିଶେଷ କରି ସୁନାବେଶ ଦିନ। ଏଣୁ ଏହି ବଡ ସମାଗମରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଏବଂ ସବୁବେଳେ ସବୁ ସମୟରେ କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ରହିବା ଅତ୍ୟନ୍ତ ଜରୁରୀ।
ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ନିର୍ଭୁଲ କ୍ରାଉଡ଼ ଏସ୍ଟିମେଶନ ହେଉଛି ପ୍ରଥମ ଷ୍ଟେଜ। ତେଣୁ ଆଗାମୀ ତିନିଗୋଟି ବଡ ଉତ୍ସବକୁ ନିର୍ଭୁଲ ଭାବେ advance crowd estimation real time basis ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ SoP ରହିଛି। ଏହି SoP କୁ letter ଆଣ୍ଡ spirit ରେ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
କର୍ଡନ ଭିତରେ ଗହଳି ହ୍ରାସ କରିବା ପାଇଁ କର୍ଡନ ପାସ ପ୍ରଦାନକୁ କାଣ୍ଟ ଛାଣ୍ଟ କରିବା ପାଇଁ ସେ କହିଥିଲେ। ମହାରଣା ସେବକ ଓ ଭୋଇ ସେବକ ମାନଙ୍କ ପରାମର୍ଶ ନେଇ, ରଥ ଟଣା ନୀତି କରିବା ଆବଶ୍ୟକ ବୋଲି ସେ କହିଥିଲେ।
ବାହୁଡା଼, ସୁନାବେଶ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସ୍ଥଳେ ଅଧିକ ଫୋର୍ସ requisition କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଫିକ କଣ୍ଟ୍ରୋଲ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ଆଗାମୀ ଦିନ ମାନଙ୍କରେ ଯାହା ସବୁ ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ଅଛି ସେଗୁଡିକ ଯେଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେଥିପ୍ରତି ଅଧିକ ଯତ୍ନବାନ ହେବା ପାଇଁ ସେ କହିଥିଲେ।
ବାକି ଥିବା ତିନୋଟି ଉତ୍ସବରେ ଅସଂଖ୍ୟ ଲୋକ ବେଳାଭୂମିରେ ସମୟ ଅତିବାହିତ କରିବେ ତେଣୁ ବେଳାଭୂମିକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ ଅଗ୍ନିଶମ ବିଭାଗକୁ କହିଥିଲେ।
ଶେଷରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ମାନଙ୍କୁ ପୁରୀ ଭୁବନେଶ୍ୱର ରାସ୍ତା ସମେତ ବେଳାଭୂମି, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ସମୁଖ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କୁ, କଡା ନଜର ରଖି ସମସ୍ତେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ଓ କହିଥିଲେ, ଏହି କାମ ଆମ ମାନଙ୍କ ପାଇଁ ଏକ ଡ୍ୟୁଟି ନୁହେଁ ଏହା ହେଉଛି ସୌଭାଗ୍ୟର ବିଷୟ। ସମର୍ପଣ ଭାବ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ବିଷୟରେ ବିବରଣୀ ରଖିଥିଲେ ଓ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆଡପ ମଣ୍ଡପ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିବରଣୀ ପ୍ରଦାନ କରିଥିଲେ।
ବୈଠକରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତାମତ ରଖିଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସ୍ରୋତ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ଗୃହ ବିଭାଗରଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଆରକ୍ଷୀ ମହା ନିର୍ଦ୍ଦେଶକ (ଅଗ୍ନିଶମ) ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ଦୟାଲ ମଙ୍ଗୁଆର ଓ ପୁରୀ ଏସପି ଶ୍ରୀପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ୱାଗତ କରିଥିଲେ।
Odisha: Induction Training for Newly Appointed ULB Accountants
Next ArticleOAS, ORS Officers Launch Indefinite Mass Leave Over Attack on BMC Official
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
