ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୩ : ଭୁବନେଶ୍ୱର ଓ ଚିକିଟିକୁ ପୁରସ୍କାର
ନୂଆଦିଲ୍ଲୀ – ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୩ରେ ଭୁବନେଶ୍ବରକୁ ମିଳିଛି ସ୍ୱଚ୍ଛ ସହର ପୁରସ୍କାର। ସ୍ୱଚ୍ଛ ସହର ରାଙ୍କରେ ଏଥର ଭୁବନେଶ୍ବର ୩୪ ସ୍ଥାନରେ ରହିଛି । ଗତଥର ଭୁବନେଶ୍ବର ୮୦ତମ ସ୍ଥାନରେ ରହିଥିଲା । ଏହା ସହ ଭୁବନେଶ୍ବର ପାଇଛି ପ୍ରଥମ ଓ୍ବାଟର ପ୍ଲସ ପୁରସ୍କାର। ଗତ ଥର ଏହା ଓଡିଏଫ୍ ପ୍ଲସ ପ୍ଲସ ରହିଥିଲା । ଅଳିଆ ମୁକ୍ତ ସହର ଭାବେ ମଧ୍ୟ ଭୁବନେଶ୍ବରକୁ ମିଳିଛି ପୁରସ୍କାର । ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର [...]
ନୂଆଦିଲ୍ଲୀ – ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୩ରେ ଭୁବନେଶ୍ବରକୁ ମିଳିଛି ସ୍ୱଚ୍ଛ ସହର ପୁରସ୍କାର। ସ୍ୱଚ୍ଛ ସହର ରାଙ୍କରେ ଏଥର ଭୁବନେଶ୍ବର ୩୪ ସ୍ଥାନରେ ରହିଛି । ଗତଥର ଭୁବନେଶ୍ବର ୮୦ତମ ସ୍ଥାନରେ ରହିଥିଲା । ଏହା ସହ ଭୁବନେଶ୍ବର ପାଇଛି ପ୍ରଥମ ଓ୍ବାଟର ପ୍ଲସ ପୁରସ୍କାର। ଗତ ଥର ଏହା ଓଡିଏଫ୍ ପ୍ଲସ ପ୍ଲସ ରହିଥିଲା । ଅଳିଆ ମୁକ୍ତ ସହର ଭାବେ ମଧ୍ୟ ଭୁବନେଶ୍ବରକୁ ମିଳିଛି ପୁରସ୍କାର । ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଥ ପ୍ରଦର୍ଶନ ଯୋଗୁ ବିଏମସି ଏହି ପୁରସ୍କାର ହାସଲ କରିଛି କହିଛନ୍ତି ସୁଲୋଚନା ଦାସ । ଏହାସହ ସହରବାସୀଙ୍କ ସହଯୋଗ ଯୋଗୁ ଏହି ସଫଳତା ମିଳିଛି । ଏନେଇ ସବୁବେଳେ ବିଏମସିକୁ ସହାୟତା କରିବାକୁ ଅପିଲ କରିଛନ୍ତି ସୁଲୋଚନା ।
୧୫ ହଜାର ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ଗଞ୍ଜାମ ଜିଲ୍ଲାର ଚିକିଟିକୁ ସ୍ବଚ୍ଛ ସହର ପୁରସ୍କାର ପ୍ରଦାନ କରାଯାଇଛି ।
ଦିଲ୍ଲୀ ସହ ଉତ୍ତର ଭାରତରେ ଭୂକମ୍ପ ଝଟକା
Next Articleକାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମେହବୁବା ମୁଫତି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
