କିମ୍ବଦନ୍ତୀ ଫୁଟବଲ ତାରକା ଫ୍ରାଞ୍ଜ ବେକେନବାଉରଙ୍କ ଦେହାନ୍ତ
ମ୍ୟୁନିକ – ଜର୍ମାନୀର କିମ୍ବଦନ୍ତୀ ଫୁଟବଲ ତାରକା ଓ କୋଚ୍ ଫ୍ରାଞ୍ଜ ବେକେନବାଉର ଆଉ ନାହାନ୍ତି। ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ବେକେନବାଉରଙ୍କ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଉଭୟ ଖେଳାଳି ଓ କୋଚ୍ ଭାବେ ବିଶ୍ୱକପ୍ ଫୁଟବଲ୍ ଜିତିଥିବା ବିଶ୍ୱର ତିନି ଖେଳାଳିଙ୍କ ମଧ୍ୟରେ ବେକେନବାଉର ଥିଲେ ଅନ୍ୟତମ । ବେକେନବାଉର ତତ୍କାଳୀନ ପଶ୍ଚିମ ଜର୍ମାନୀ ପକ୍ଷରୁ ୧୦୪ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ। ତାଙ୍କ ଅଧିନାୟକତ୍ୱରେ ପଶ୍ଚିମ ଜର୍ମାନୀ ୧୯୭୪ ବିଶ୍ୱକପରେ [...]
ମ୍ୟୁନିକ – ଜର୍ମାନୀର କିମ୍ବଦନ୍ତୀ ଫୁଟବଲ ତାରକା ଓ କୋଚ୍ ଫ୍ରାଞ୍ଜ ବେକେନବାଉର ଆଉ ନାହାନ୍ତି। ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ବେକେନବାଉରଙ୍କ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଉଭୟ ଖେଳାଳି ଓ କୋଚ୍ ଭାବେ ବିଶ୍ୱକପ୍ ଫୁଟବଲ୍ ଜିତିଥିବା ବିଶ୍ୱର ତିନି ଖେଳାଳିଙ୍କ ମଧ୍ୟରେ ବେକେନବାଉର ଥିଲେ ଅନ୍ୟତମ ।
ବେକେନବାଉର ତତ୍କାଳୀନ ପଶ୍ଚିମ ଜର୍ମାନୀ ପକ୍ଷରୁ ୧୦୪ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ। ତାଙ୍କ ଅଧିନାୟକତ୍ୱରେ ପଶ୍ଚିମ ଜର୍ମାନୀ ୧୯୭୪ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ୧୬ ବର୍ଷ ପରେ ୧୯୯୦ ବିଶ୍ୱକପରେ କୋଚ୍ ଭାବେ ବେକେନବାଉର ଜର୍ମାନୀକୁ ଚାମ୍ପିୟନ କରିଥିଲେ । ସତୁରୀ ଦଶକର ମଧ୍ୟ ଭାଗରେ ସେ ବାୟର୍ନ ମ୍ୟୁନିକ କ୍ଲବ ପକ୍ଷରୁ ଖେଳି ଦଳକୁ ତିନି ତିନି ଥର ୟୁରୋପିୟାନ କପ୍ ଜିତିବାରେ ସହାୟକ ହୋଇଥିଲେ । ତାଙ୍କ ସମୟରେ ବେକେନବାଉର ଜଣେ ଶ୍ରେଷ୍ଠ ଡିଫେଣ୍ଡର ଭାବେ ଖ୍ୟାତିଲାଭ କରିଥିଲେ । ପ୍ରଶଂସକମାନେ ତାଙ୍କୁ ‘କାଇଜର’ ଆଖ୍ଯା ଦେଇଥିଲେ । ୧୯୬୫ରେ ମାତ୍ର ୨୦ ବର୍ଷ ବୟସରେ ସେ ନିଜର ଆନ୍ତର୍ଜାତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ରେ ସେ ଆନ୍ତର୍ଜାତିକ ଫୁଟବଲରୁ ଅବସର ନେଇଥିଲେ । ତେବେ ସେ ବିଭିନ୍ନ କ୍ଲବ ପକ୍ଷରୁ ପେଷାଦାର ଫୁଟବଲ ଖେଳିବା ଜାରି ରଖିଥିଲେ । ପରେ ସେ ଜାତୀୟ ଦଳର କୋଚ୍ ଭାବେ ବି ଅବସ୍ଥାପିତ ହୋଇଥିଲେ।
Stocktaking Workshop Organized to Review GEF-Funded FAO projects in Odisha
Next Articleଗୀତା ଉପଦେଶ: ପରମାତ୍ମାଙ୍କ ଧ୍ୟାନ ମନରେ ସ୍ଥିରତା ଆଣିଥାଏ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
