ବିଜେଡିର ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ଘୋଷଣା: ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଉପଦେଷ୍ଟା
ଭୁବନେଶ୍ୱର – ନିଜର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଘୋଷଣା କରିଛି ବିଜୁ ଜନତା ଦଳ । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡିର ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଉପଦେଷ୍ଟା ଭାବେ ପ୍ରଫୁଲ୍ଲ କୁମାର ସାମଲ ଓ ଦେବୀପ୍ରସାଦ ମିଶ୍ର, ଉପଦେଷ୍ଟା ଭାବେ ଲତିକା ପ୍ରଧାନ, ପ୍ରଦୀପ ମାଝୀ ଓ ଗୋପବନ୍ଧୁ ଦାଶଙ୍କୁ ନିଯୁକ୍ତି ମିଳିଛି । ରବିନାରାୟଣ ନନ୍ଦ ସାମ୍ମୁଖ୍ୟର ସଂଯୋଜକ ପଦ ବଜାୟ ରଖିଛନ୍ତି । ପ୍ରବୀର [...]
ଭୁବନେଶ୍ୱର – ନିଜର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଘୋଷଣା କରିଛି ବିଜୁ ଜନତା ଦଳ । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡିର ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଉପଦେଷ୍ଟା ଭାବେ ପ୍ରଫୁଲ୍ଲ କୁମାର ସାମଲ ଓ ଦେବୀପ୍ରସାଦ ମିଶ୍ର, ଉପଦେଷ୍ଟା ଭାବେ ଲତିକା ପ୍ରଧାନ, ପ୍ରଦୀପ ମାଝୀ ଓ ଗୋପବନ୍ଧୁ ଦାଶଙ୍କୁ ନିଯୁକ୍ତି ମିଳିଛି । ରବିନାରାୟଣ ନନ୍ଦ ସାମ୍ମୁଖ୍ୟର ସଂଯୋଜକ ପଦ ବଜାୟ ରଖିଛନ୍ତି । ପ୍ରବୀର ମହାନ୍ତିଙ୍କୁ ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ।
ରାଜ୍ୟ କମିଟିରେ ଅନ୍ୟ ସଦସ୍ୟ ଭାବେ ଜୀବନ ଦୀକ୍ଷିତ, ମିହିର ପଟ୍ଟନାୟକ, ନିଶାମଣି ମହାନ୍ତ, ଅବଧୂତ ସଞ୍ଜୟ ଦାସ, ଗୌରୀ ବେହେରା, ଜୟମଙ୍ଗଳ ବିଶି, ଅନାଦି ଖଡ଼ା, କୃଷ୍ଣପ୍ରସାଦ ମହାପାତ୍ର, ଗଙ୍ଗାଧର ହେମ୍ବ୍ରମ ଓ କାରୁ ମୁର୍ମୁ ରହିଛନ୍ତି । କେନ୍ଦୁଝର, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାକୁ ଛାଡି ଦେଲେ ଅନ୍ୟ ୨୭ଟି ଜିଲ୍ଲା ପାଇଁ ଦୁଇଜଣ ଲେଖାଏଁ ଜିଲ୍ଲା ସଂଯୋଜକଙ୍କୁ ସାମ୍ମୁଖ୍ୟରେ ନିଯୁକ୍ତି ମିଳିଛି । କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲା ପାଇଁ ୩ ଜଣ ଲେଖାଏଁ ସଂଯୋଜକ ନିଯୁକ୍ତ ହୋଇଛନ୍ତି।
୫-ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟ : ୩୮୯ଟି ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Next Articleସରକାରୀ ବାସଭବନରୁ ମିଳିଲା ବିଡିଓଙ୍କ ଝୁଲନ୍ତା ମୃତଦେହ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
