News Room Odisha
BREAKING
Odia

ଇସ୍ରାଏଲରେ ମିସାଇଲ୍ ମାଡ଼ରେ ଜଣେ ଭାରତୀୟଙ୍କ ମୃତ୍ୟୁ

ଜେରୁଜେଲମ୍: ଇସ୍ରାଏଲର ଉତ୍ତର ସୀମାରେ ଥିବା ମାର୍ଗାଲିଅଟ୍ ନିକଟସ୍ଥ ଏକ ବଗିଚାରେ ଲେବାନନ ପଟୁ ହୋଇଥିବା ମିସାଇଲ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହି ତିନିଜଣ ବ୍ୟକ୍ତି ଦକ୍ଷିଣ କେରଳର ବାସିନ୍ଦା ବୋଲି ଜଣାପଡିଛି । ଇସ୍ରାଏଲର ଉଦ୍ଧାରକାରୀ ସଂସ୍ଥା ମାଗେନ ଡେଭିଡ ଆଡମ (ଏମଡିଏ)ର ମୁଖପାତ୍ର ଜାକି ହେଲର କହିଛନ୍ତି, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଉତ୍ତର ଇସ୍ରାଏଲର ଗାଲିଲୀ ଅଞ୍ଚଳର ମାର୍ଗାଲିଅଟ (କୃଷକ [...]

Admin•March 5, 2024
Share Article:

ଜେରୁଜେଲମ୍: ଇସ୍ରାଏଲର ଉତ୍ତର ସୀମାରେ ଥିବା ମାର୍ଗାଲିଅଟ୍ ନିକଟସ୍ଥ ଏକ ବଗିଚାରେ ଲେବାନନ ପଟୁ ହୋଇଥିବା ମିସାଇଲ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହି ତିନିଜଣ ବ୍ୟକ୍ତି ଦକ୍ଷିଣ କେରଳର ବାସିନ୍ଦା ବୋଲି ଜଣାପଡିଛି । ଇସ୍ରାଏଲର ଉଦ୍ଧାରକାରୀ ସଂସ୍ଥା ମାଗେନ ଡେଭିଡ ଆଡମ (ଏମଡିଏ)ର ମୁଖପାତ୍ର ଜାକି ହେଲର କହିଛନ୍ତି, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଉତ୍ତର ଇସ୍ରାଏଲର ଗାଲିଲୀ ଅଞ୍ଚଳର ମାର୍ଗାଲିଅଟ (କୃଷକ ସମ୍ପ୍ରଦାୟ) ର ଏକ ବଗିଚାରେ ଏହି ମିସାଇଲ ପଡ଼ିଥିଲା । ଏହି ଆକ୍ରମଣରେ କେରଳର କୋଲାମ ବାସିନ୍ଦା ପାଟନିବିନ ମ୍ୟାକ୍ସୱେଲଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ବୁଶ ଜୋସେଫ ଜର୍ଜ ଏବଂ ପଲ ମେଲଭିନ ନାମକ ଦୁଇ ଜଣ ଲୋକ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

#Odia#Odisha#News
Share Article:

Related Articles