ରଥଯାତ୍ରାର ରୋଚକ ତଥ୍ୟ: ତାଳଧ୍ଵଜ ରଥର ସାରଥୀ ଓ ପାର୍ଶ୍ଵଦେବତାଙ୍କ ବିଷୟରେ କିଛି ଜାଣିବା କଥା
ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ସ୍ମାର୍ତ୍ତ ମତରେ ପଞ୍ଚ ଉପାସନାର ସଂସ୍କୃତି। ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ପରମ୍ପରା ସମ୍ମିଳିତ ଭାବରେ ଏହି ବୈଷ୍ଣବୀୟ ସଂସ୍କୃତି କୁ ପୃଷ୍ଠ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ରତ୍ନସିଂହାସନ ରେ ଶୈବ ସଂସ୍କୃତିର ପ୍ରତିନିଧି ଭାବରେ ଶ୍ରୀବଳଭଦ୍ର ଯେପରି ବିରାଜିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରେ ବଡ଼ଦାଣ୍ଡରେ ଗଡୁଥିବା ତାଳଧ୍ଵଜ ରଥ ମଧ୍ୟ ସେହିପରି ଅତ୍ୟନ୍ତ ବୈଶିଷ୍ଟ୍ୟ ପୂର୍ଣ୍ଣ। ତାଳଧ୍ଵଜ ରଥର ପ୍ରତ୍ୟେକ ଟି ଅଂଶରେ ଜଣେ ଜଣେ


ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ସ୍ମାର୍ତ୍ତ ମତରେ ପଞ୍ଚ ଉପାସନାର ସଂସ୍କୃତି। ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ପରମ୍ପରା ସମ୍ମିଳିତ ଭାବରେ ଏହି ବୈଷ୍ଣବୀୟ ସଂସ୍କୃତି କୁ ପୃଷ୍ଠ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ରତ୍ନସିଂହାସନ ରେ ଶୈବ ସଂସ୍କୃତିର ପ୍ରତିନିଧି ଭାବରେ ଶ୍ରୀବଳଭଦ୍ର ଯେପରି ବିରାଜିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରେ ବଡ଼ଦାଣ୍ଡରେ ଗଡୁଥିବା ତାଳଧ୍ଵଜ ରଥ ମଧ୍ୟ ସେହିପରି ଅତ୍ୟନ୍ତ ବୈଶିଷ୍ଟ୍ୟ ପୂର୍ଣ୍ଣ।
ତାଳଧ୍ଵଜ ରଥର ପ୍ରତ୍ୟେକ ଟି ଅଂଶରେ ଜଣେ ଜଣେ ଋଷି ମୁନି ଓ ଦେବତା ବିରାଜିତ। ଯେଉଁଥି ପାଇଁ ଏଠାରେ କୁହାଯାଇଛି ରଥ ବି ଦେବତା ରଥୀ ମଧ୍ୟ ଦେବତା । ପାବନ ଘୋଷ ଯାତ୍ରା ରେ ଦେବତା ବୃନ୍ଦ ମହାପ୍ରଭୁଙ୍କୁ ସେବାପ୍ରଦାନ କରିବା ପାଇଁ ନିଜକୁ ରଥର ବିଭିନ୍ନ ଅଙ୍ଗ ଭାବରେ ରୂପାନ୍ତରିତ କରିଥାନ୍ତି।
ତାଳଧ୍ଵଜ ରଥର ରଥୀ ହେଉଛନ୍ତି ବଡ଼ଠାକୁର ବଳଭଦ୍ର। ତାଙ୍କ ଦୁଇ ପାର୍ଶ୍ଵରେ ଉପବେଶନ କରନ୍ତି ଚଳନ୍ତି ବିଗ୍ରହ ରାମ ଏବଂ କୃଷ୍ଣ। ରଥର ଗର୍ଭ ରେ ରୁହନ୍ତି ନୃସିଂହ। ଏହି ରଥର ସାରଥୀ ହେଉଛନ୍ତି ମାତଳି। ରଥ ର ରଜ୍ଜୁ ବା ଦଉଡି ହେଉଛନ୍ତି ସ୍ୱୟଂ ବାସୁକୀ ନାଗ। ଲୋହିତ ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଇଥାଏ। ଶ୍ରୀବଳଭଦ୍ର ଙ୍କ ରୂପକାନ୍ତି ଧବଳ ବର୍ଣ୍ଣ ଥିବାବେଳେ ରଥରେ ଯୋଖା ଯାଉଥିବା ଅଶ୍ୱ ଚାରୋଟି ଙ୍କ ବର୍ଣ୍ଣ ହେଉଛି କଳା।ଏହି ଅଶ୍ୱ ମାନେ ହେଉଛନ୍ତି ୧. ତୀବ୍ର ୨.ଘୋର ୩.ଦୀର୍ଘଶ୍ରମ ୪.ସ୍ବର୍ଣ୍ଣନାଭ। ରଥର ଶୀର୍ଷରେ ଲାଗୁଥିବା ଦଧିନଉତି ର ନାମ ହୀରଣ୍ମୟୀ। ଧ୍ୱଜପମୁର୍ତି ହେଉଛନ୍ତି ଲଷ୍ମୀନୃସିଂହ।ରଥ ଶୀର୍ଷରେ ଉଡୁଥିବା ନେତ ର ନାମ ଉନ୍ମନୀ।
ତାଳଧ୍ଵଜ ରଥ ରେ ସମୁଦାୟ ନଅ ଜଣ ପାର୍ଶ୍ଵ ଦେବତା ରଥର ଶୋଭା ବର୍ଦ୍ଧନ କରିଥାନ୍ତି। ସେହି ନଅ ଜଣ ପାର୍ଶ୍ଵ ଦେବତା ହେଉଛନ୍ତି ୧.ପ୍ରଲମ୍ବାରି ୨.ନୃତ୍ୟଗଣେଶ ୩.ନାଟାମ୍ବର ୪.ଅନନ୍ତ ବାସୁଦେବ ୫.ସ୍କନ୍ଦ ୬.ଗଜାନ୍ତକ ୭.ତ୍ରିପୁରାରୀ ୮.ହରିହର ଓ ୯.ନୃସିଂହ। ଏହି ସମସ୍ତ ଦେବତା ଙ୍କ ଉପସ୍ଥିତି ରଥକୁ ସ୍ୱୟଂ ଦେଵତାରେ ପରିଣତ କରିଥାଏ। କ୍ରମଶଃ ..….
ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ
Odisha Vigilance Director Debasis Panigrahi Passes Away
Next ArticleLegendary Athlete Milkha Singh Passes Away
Related Articles
Opinionଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
Opinionମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
Opinionସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର ୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ [...]
