ରଥଯାତ୍ରାର ରୋଚକ ତଥ୍ୟ: ଆଜି ଜାଣିବା ତାଳଧ୍ୱଜ ରଥ ବିଷୟରେ କିଛି
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଯେଉଁ ତିନୋଟି ସୁଉଚ୍ଚ ରଥ ନିର୍ମାଣ କରାଯାଇଥାଏ। ସେହି ତିନୋଟି ରଥର ନାମ ଭିନ୍ନ ଭିନ୍ନ ଅଟେ। ଶେଷାବତାର ଶ୍ରୀ ବଳଭଦ୍ର ବା ବଡ ଠାକୁର ଯେଉଁ ରଥରେ ବିରାଜମାନ କରିଥାନ୍ତି ସେହି ରଥ ର ନାମ ହେଉଛି “ତାଳଧ୍ଵଜ ରଥ”। ତାଳଧ୍ଵଜ ରଥର ଅନ୍ୟନାମ ହେଉଛି ଲଙ୍ଗଳଧ୍ଵଜ।ସ୍କନ୍ଦପୁରାଣ ଅନୁସାରେ ଶ୍ରୀ ଅନନ୍ତ ଦେବ ବଳଭଦ୍ର ଙ୍କ ଅବତାର।ଶ୍ରୀ ଅନନ୍ତ ଦେବ ସର୍ବଦା ସୁନିର୍ମଳ ଜ୍ଞାନରୂପକ ଦର୍ପଣ ରେ ଏ


ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଯେଉଁ ତିନୋଟି ସୁଉଚ୍ଚ ରଥ ନିର୍ମାଣ କରାଯାଇଥାଏ। ସେହି ତିନୋଟି ରଥର ନାମ ଭିନ୍ନ ଭିନ୍ନ ଅଟେ। ଶେଷାବତାର ଶ୍ରୀ ବଳଭଦ୍ର ବା ବଡ ଠାକୁର ଯେଉଁ ରଥରେ ବିରାଜମାନ କରିଥାନ୍ତି ସେହି ରଥ ର ନାମ ହେଉଛି “ତାଳଧ୍ଵଜ ରଥ”।
ତାଳଧ୍ଵଜ ରଥର ଅନ୍ୟନାମ ହେଉଛି ଲଙ୍ଗଳଧ୍ଵଜ।ସ୍କନ୍ଦପୁରାଣ ଅନୁସାରେ ଶ୍ରୀ ଅନନ୍ତ ଦେବ ବଳଭଦ୍ର ଙ୍କ ଅବତାର।ଶ୍ରୀ ଅନନ୍ତ ଦେବ ସର୍ବଦା ସୁନିର୍ମଳ ଜ୍ଞାନରୂପକ ଦର୍ପଣ ରେ ଏ ସଚରାଚର କୁ ନିରୀକ୍ଷଣ କରୁଛନ୍ତି। ଏହାଙ୍କ ହସ୍ତ ତଳେ ନିର୍ମଳ ଦର୍ପଣ ସର୍ବଦା ବିରାଜିତ।ଶ୍ରୀ ଅନନ୍ତ ଦେବଙ୍କ ହସ୍ତ ତଳ ହେତୁ ଏହା ତାଳ, ପ୍ରଭୁ ସର୍ବଦା ଏହି ତାଳ ଚିହ୍ନରେ ପରିଚିତ। ତାଙ୍କ ହଳ ଲଙ୍ଗଳ ଚିହ୍ନ ଯୁକ୍ତ ରଥଧ୍ଵଜ। ଏହି କାରଣ ରୁ ବଳଭଦ୍ର ଙ୍କ ରଥର ନାମ “ତାଳଧ୍ଵଜ ରଥ”।ଅନ୍ୟ ପକ୍ଷରେ ଦେବତା ମାନେ ତାଳ ବନରେ ବଳରାମ ଙ୍କୁ ଏହି ରଥ ପ୍ରଦାନ କରି ଥିବାରୁ ଏହାର ନାମ “ତାଳଧ୍ଵଜ ରଥ” ବୋଲି କିଛି ଗବେଷକ ମତ ରଖିଥାନ୍ତି।
ତାଳଧ୍ଵଜ ରଥ” ରେ ଶ୍ରୀ ବଳଭଦ୍ର ଙ୍କ ସହିତ ରାମକୃଷ୍ଣ ଓ ଉର୍ଦ୍ଧ୍ବ ଭାଗରେ ନୃସିଂହ ବିରାଜମାନ କରିଥାନ୍ତି। ଏହି ରଥ ନିର୍ମାଣ ରେ ସମୁଦାୟ ୭୩୧ କାଠ ଲାଗିଥାଏ।। ରଥର ଉଚ୍ଚତା ୩୨ ହାତ ୧୦ଆଙ୍ଗୁଳ ଅର୍ଥାତ ୪୫ ଫୁଟ। ଉକ୍ତ ରଥରେ ସମୁଦାୟ ୧୪ ଟି ଚକ ସଂଯୁକ୍ତ ହୋଇଥାଏ। ପ୍ରତି ଚକ ର ଉଚ୍ଚତା ୬ଫୁଟ ୬ ଇଞ୍ଚ।
ଲାଙ୍ଗଲି ଶ୍ରୀ ବଳଭଦ୍ର ସ୍ୱୟଂ ସ୍ଥୂଳ ଜଗତର ପ୍ରତୀକ ଅଟନ୍ତି। ଏ ଜଗତର ସମସ୍ତ ଜୀବ ସମୁଦାୟ ର ପରାଗତି ଚଉଦଲକ୍ଷ।ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ବୁଦ୍ଧି, ଚିତ୍ତ ଓ ଅହଂକାର ଏମାନେ ଚଉଦ କରଣ ଅଟନ୍ତି। ଏହିମାନେ ହିଁ ଜୀବର ବନ୍ଧନ ଓ ମୋକ୍ଷ ର କାରଣ ଅଟନ୍ତି। ଏହି ଚଉଦ ବନ୍ଧନ କୁ କାଟିବା ପାଇଁ ସ୍ୱୟଂ ଶ୍ରୀ ବଳଦେବ ଚଉଦ ଚକ ବିଶିଷ୍ଟ ରଥରେ ଆରୋହଣ କରି ଚଉଦ ଭୁବନ କୁ ପବିତ୍ର କରିଥାନ୍ତି।। କ୍ରମଶଃ
ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ
Odisha: Another 6799 Covid Patients Recover
Next ArticleNewsroom Odisha: Morning Headlines
Related Articles
Opinionଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
Opinionମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
Opinionସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର ୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ [...]
