ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥ ବିଷୟରେ କିଛି ଜାଣିବା କଥା
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀ କ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘର କୁ ଯାଇଥାନ୍ତି। ଶାସ୍ତ୍ରରେ ଏହାକୁ ଦଶାବତାର ଯାତ୍ରା ବୋଲି କୁହାଯାଇଛି। କାରଣ ଚତୁର୍ଦ୍ଧା ବିଗ୍ରହ ଙ୍କ ସହିତ ଚଳନ୍ତି ପ୍ରତିମା ତିନିଜଣ ଙ୍କୁ ଆମେ ଦର୍ଶନ କରୁଥିଲେ ମଧ୍ୟ ଆଉ ତିନୋଟି ପ୍ରତିମା ରଥ ପ୍ରତିଷ୍ଠା ରେ ପ୍ରତିଷ୍ଠିତ ହୋଇ ରଥର ମଧ୍ୟ ଭାଗରେ ବିରାଜମାନ କରିଥାନ୍ତି। ସେମାନେ ହେଉଛନ୍ତି ନୃସିଂହ,


ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀ କ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘର କୁ ଯାଇଥାନ୍ତି। ଶାସ୍ତ୍ରରେ ଏହାକୁ ଦଶାବତାର ଯାତ୍ରା ବୋଲି କୁହାଯାଇଛି। କାରଣ ଚତୁର୍ଦ୍ଧା ବିଗ୍ରହ ଙ୍କ ସହିତ ଚଳନ୍ତି ପ୍ରତିମା ତିନିଜଣ ଙ୍କୁ ଆମେ ଦର୍ଶନ କରୁଥିଲେ ମଧ୍ୟ ଆଉ ତିନୋଟି ପ୍ରତିମା ରଥ ପ୍ରତିଷ୍ଠା ରେ ପ୍ରତିଷ୍ଠିତ ହୋଇ ରଥର ମଧ୍ୟ ଭାଗରେ ବିରାଜମାନ କରିଥାନ୍ତି। ସେମାନେ ହେଉଛନ୍ତି ନୃସିଂହ, ବାସୁଦେବ ଏବଂ ଜଯଦୁର୍ଗା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେଉଁ ରଥରେ ବିରାଜମାନ କରିଥାନ୍ତି ସେହି ରଥର ନାମ ହେଉଛି ” ,ନନ୍ଦିଘୋଷ ରଥ “। ନନ୍ଦିଘୋଷ ରଥର ଅନ୍ୟ ଦୁଇଟି ନାମ ହେଉଛି ” ଗରୁଡ ଧ୍ୱଜ ” ବା ” କପିଳଧ୍ଵଜ “। ନନ୍ଦିଘୋଷ ରଥରେ ଶ୍ରୀ ଜଗନ୍ନାଥଙ୍କ ସହିତ ତାଙ୍କ ଚଳନ୍ତି ବିଗ୍ରହ ମଦନମୋହନ ରଥର ଓ ଉର୍ଦ୍ଧ୍ଵ ଭାଗରେ ବାସୁଦେବ ବିଜେ କରିଥାନ୍ତି।
ନନ୍ଦିଘୋଷ ରଥ ସମୁଦାୟ ୭୪୨ ଖଣ୍ଡ କାଠରେ ନିର୍ମିତ ହୋଇଥାଏ। ଏହି ରଥର ଉଚ୍ଚତା ୪୫ ଫୁଟ ୬ ଇଞ୍ଚ। ରଥର ଚକ ସଂଖ୍ୟା ୧୬ ଏବଂ ପ୍ରତି ଚକର ଉଚ୍ଚତା ୬ ଫୁଟ ହୋଇଥାଏ।
ନନ୍ଦିଘୋଷ ରଥର ୧୬ ଚକ ର ନାମ ହେଉଛି:- (୧) ବିଷ୍ଣୁସିଦ୍ଧ , (୨) ବିଭୁତି, (୩) ଅଣିମା, (୪) ପ୍ରଜ୍ଞା,(୫) ଧୀ, (୬) ଜ୍ଞାନ, (୭) ପ୍ରେମ, (୮) ଆଶକ୍ତ, (୯) ରତି, (୧୦) କେଳି, (୧୧) ସତ୍ୟ, (୧୨) ସୁଶୁପ୍ତି, (୧୩) ଜାଗୃତି, (୧୪) ତୁରୀୟ, (୧୫) ଆତ୍ମ, (୧୬) ନିର୍ବାଣ ।
ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ
Odisha Sees Recovery of Another 7733 Patients from COVID-19
Next ArticleCovid-19: Odisha Registers 4339 Fresh Positive Cases
Related Articles
Opinionଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
Opinionମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
Opinionସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର ୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ [...]
