News Room Odisha
BREAKING
Odia

ସଂସଦ ସୁରକ୍ଷା ମାମଲା ଅଭିଯୁକ୍ତଙ୍କ ଆରୋପ: ବିରୋଧୀ ଦଳ ସହ ସମ୍ପର୍କ ମାନିବାକୁ ନିର୍ଯାତନା ଦିଆଯାଉଛି

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭେଦ ମାମଲାରେ ଗିରଫ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେମାନେ କୋର୍ଟଙ୍କୁ କହିଛନ୍ତି ଯେ ବିରୋଧୀ ଦଳ ସହ ସମ୍ପର୍କ ଅଛି ବୋଲି ମାନିବାକୁ ସେମାନଙ୍କ ଉପରେ ଚାପ ପକାଉଛି ଦିଲ୍ଲୀ ପୋଲିସ । ସେମାନଙ୍କୁ ନିର୍ଯାତନା ଦିଆଯାଉଛି । ଏହି ପାଞ୍ଚ ଅଭିଯୁକ୍ତ ଅତିରିକ୍ତ ସେସନ୍ ଜଜ୍ ହାର୍ଦ୍ଦିକ କୌରଙ୍କ ଆଗରେ ଏପରି ଅଭିଯୋଗ କରିଛନ୍ତିି । କୋର୍ଟ ସମସ୍ତ [...]

Admin•January 31, 2024
Share Article:

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭେଦ ମାମଲାରେ ଗିରଫ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେମାନେ କୋର୍ଟଙ୍କୁ କହିଛନ୍ତି ଯେ ବିରୋଧୀ ଦଳ ସହ ସମ୍ପର୍କ ଅଛି ବୋଲି ମାନିବାକୁ ସେମାନଙ୍କ ଉପରେ ଚାପ ପକାଉଛି ଦିଲ୍ଲୀ ପୋଲିସ । ସେମାନଙ୍କୁ ନିର୍ଯାତନା ଦିଆଯାଉଛି । ଏହି ପାଞ୍ଚ ଅଭିଯୁକ୍ତ ଅତିରିକ୍ତ ସେସନ୍ ଜଜ୍ ହାର୍ଦ୍ଦିକ କୌରଙ୍କ ଆଗରେ ଏପରି ଅଭିଯୋଗ କରିଛନ୍ତିି । କୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମାର୍ଚ୍ଚ ୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି ।

ପାଞ୍ଚ ଅଭିଯୁକ୍ତ ମନୋରଞ୍ଜନ ଡି, ସାଗର ଶର୍ମା, ଲଲିତ ଝା, ଆମୋଲ ସିନ୍ଦେ ଓ ମହେଶ କୁମାୱତ କୋର୍ଟକୁ କହିଛନ୍ତି, ସେମାନଙ୍କୁ ପ୍ରାୟ ୭୦ଟି ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ।

ସେମାନେ କହିଛନ୍ତି, ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ଅପରାଧ କରିଥିବା ଓ ବିରୋଧୀ ରାଜନୈତିକ ଦଳଗୁଡ଼ିକ ସହ ସେମାନଙ୍କ ସମ୍ପର୍କକୁ ସ୍ୱୀକାର କରିବା ପାଇଁ ଅଭିଯୁକ୍ତମାନଙ୍କୁ ନିର୍ଯାତନା ଦିଆଯାଉଛି ।

କୋର୍ଟ ଏହି ମାମଲାରେ ପୋଲିସଠାରୁ ଜବାବ ମାଗିଛନ୍ତି । ଅଭିଯୁକ୍ତଙ୍କ ଆବେଦନ ଶୁଣାଣି ପାଇଁ ଫେବୃଆରୀ ୧୭କୁ ଦିନ ଧାର୍ଯ୍ୟ କରାଯାଇଛି । ଏହି ମାମଲାରେ ଷଷ୍ଠ ଅଭିଯୁକ୍ତ ହେଉଛନ୍ତି ନୀଲମ ଆଜାଦ।

ସଂସଦ ଉପରେ ୨୦୦୧ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଦିନ ଡିସେମ୍ବର ୧୩ରେ ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଘଟିଥିଲା ​​। ସାଗର ଶର୍ମା ଏବଂ ମନୋରଞ୍ଜନ ଡି ଗୃହକାର୍ଯ୍ୟ ଚାଲିଥିବାବେଳେ ଦର୍ଶକ ଗ୍ୟାଲେରୀରୁ ଲୋକସଭା ମଧ୍ୟକୁ ଡେଇଁପଡି ସ୍ଲୋଗାନ ଦେଇଥିଲେ। ସେମାନେ ଜୋତାରେ ଲୁଚାଇ ଆଣିଥିବା ‘ଗ୍ୟାସ୍ କ୍ୟାନ୍’ ବାହାର କରି ହଳଦିଆ ଧୂଆଁ ଛାଡିଥିଲେ | ତେବେ କିଛି ସାଂସଦ ଉଭୟଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ ।

ଏହି ଘଟଣା ବେଳେ ସଂସଦ ବାହାରେ ହଳଦିଆ ଧୂଆଁ ସ୍ପ୍ରେ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଆମୋଲ ସିନ୍ଦେ ଏବଂ ନୀଲମଙ୍କୁ ବି ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ “ଏକଛତ୍ରବାଦୀ ଶାସନ ଚଳିବ ନାହିଁ” ସ୍ଲୋଗାନ ଦେଉଥିଲେ। ଲୋକସଭାକୁ ଡେଇଁଥିବା ଦୁଇ ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଞ୍ଜନ ଡିଙ୍କୁ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ମା ପାସ୍ ଦେଇଥିଲେ ।

#Odia#Odisha#News
Share Article:

Related Articles