News Room Odisha
BREAKING
Odia

ରାମଦେବଙ୍କୁ ହାଜର ନିର୍ଦ୍ଦେଶ ପରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଲା ପତଞ୍ଜଳି

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି । ଅବମାନନା ନୋଟିସର ଜବାବ ନ ଦେବାରୁ ଉଭୟ ବାବା ରାମଦେବ ଓ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଏପ୍ରିଲ ୨ରେ କୋର୍ଟରେ ହାଜର ହେବାକୁ କହିଥିଲେ ସୁପ୍ରିମକୋର୍ଟ । ଏହି ଆଦେଶର ଦିନକ ପରେ କମ୍ପାନୀ ତରଫରୁ ଆଚାର୍ଯ୍ୟ ବାଳକୃଷ୍ଣ କ୍ଷମା ମାଗିଛନ୍ତି । ଆଜି ଏକ ସଂକ୍ଷିପ୍ତ ସତ୍ୟପାଠରେ ପତଞ୍ଜଳିର ଏମଡି ଆଚାର୍ଯ୍ୟ ବାଳକୃଷ୍ଣ [...]

Admin•March 21, 2024
Share Article:

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି । ଅବମାନନା ନୋଟିସର ଜବାବ ନ ଦେବାରୁ ଉଭୟ ବାବା ରାମଦେବ ଓ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଏପ୍ରିଲ ୨ରେ କୋର୍ଟରେ ହାଜର ହେବାକୁ କହିଥିଲେ ସୁପ୍ରିମକୋର୍ଟ । ଏହି ଆଦେଶର ଦିନକ ପରେ କମ୍ପାନୀ ତରଫରୁ ଆଚାର୍ଯ୍ୟ ବାଳକୃଷ୍ଣ କ୍ଷମା ମାଗିଛନ୍ତି ।

ଆଜି ଏକ ସଂକ୍ଷିପ୍ତ ସତ୍ୟପାଠରେ ପତଞ୍ଜଳିର ଏମଡି ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, କମ୍ପାନୀ ବିଜ୍ଞାପନରେ “ଅପମାନଜନକ ବାକ୍ୟାଂଶ” ନେଇ ଆମେ ଦୁଃଖିତ ଭବିଷ୍ୟତରେ ଏଭଳି ବିଜ୍ଞାପନ ପ୍ରକାଶ କରାଯିବ ନାହିଁ ।

ଗତ ଶୁଣାଣିରେ ସୁପ୍ରିମକୋର୍ଟ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପତଞ୍ଜଳି କୋର୍ଟ ନୋଟିସର ଜବାବ ଦାଖଲ କରିନଥିବା ଯୋଗୁଁ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ତୀବ୍ର ଆପତ୍ତି ପ୍ରକାଶ କରିଥିଲା। କୋର୍ଟଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା କାହିଁକି ଆରମ୍ଭ କରାଯିବ ନାହିଁ ବୋଲି ଖଣ୍ଡପୀଠ ଉଭୟ ଆଚାର୍ଯ୍ୟ ବାଳକୃଷ୍ଣ ଓ ରାମଦେବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସର୍ବୋଚ୍ଚ ଅଦାଲତ ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ) ର ଏକ ଆବେଦନ ଉପରେ ଶୁଣାଣି କରୁଥିଲେ ।

ବିଜ୍ଞାପନ ଜରିଆରେ ରାମଦେବ କୋଭିଡ୍ ଟିକାକରଣ ଓ ଆଧୁନିକ ଚିକିତ୍ସା ପଦ୍ଧତି ବିରୋଧରେ ଅପପ୍ରଚାର ଚଳାଉଛନ୍ତି ବୋଲି ଆଇଏମ୍ଏ ଅଭିଯୋଗ କରିଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା ଆଇଏମ୍ଏ।

ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା ଆଇଏମ୍ଏ | ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।

#Odia#Odisha#News
Share Article:

Related Articles