News Room Odisha
BREAKING
Odia

ଇତିହାସ ରଚିଲେ ପାୟଲ କପାଡ଼ିଆ, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ସମ୍ମାନଜନକ ‘ଗ୍ରାଣ୍ଡ ପ୍ରି’ ପୁରସ୍କାର

କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ପୁଣି ଏକ ସମ୍ମାନ। ଚଳଚ୍ଚିତ୍ର ନିର୍ମାତା ପାୟଲ କପାଡ଼ିଆ ତାଙ୍କ ଚଳଚ୍ଚିତ୍ର ‘ଅଲ୍ ଉଇ ଇମାଜିନ୍ ଏଜ୍ ଲାଇଟ୍’ ପାଇଁ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ଗ୍ରାଣ୍ଡ୍ ପ୍ରି’ ପୁରସ୍କାର ଜିତିଛନ୍ତି । ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ଏହି ପୁରସ୍କାର ଜିତି ଇତିହାସ ରଚିଛନ୍ତି ପାୟଲ। ”ପାମ୍ ଡି’ଓର୍” ପରେ ଏହା ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର। ଆମେରିକୀୟ ନିର୍ଦ୍ଦେଶକ ସିନ ବେକରଙ୍କ [...]

Admin•May 26, 2024
Share Article:

କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ପୁଣି ଏକ ସମ୍ମାନ। ଚଳଚ୍ଚିତ୍ର ନିର୍ମାତା ପାୟଲ କପାଡ଼ିଆ ତାଙ୍କ ଚଳଚ୍ଚିତ୍ର ‘ଅଲ୍ ଉଇ ଇମାଜିନ୍ ଏଜ୍ ଲାଇଟ୍’ ପାଇଁ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ଗ୍ରାଣ୍ଡ୍ ପ୍ରି’ ପୁରସ୍କାର ଜିତିଛନ୍ତି । ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ଏହି ପୁରସ୍କାର ଜିତି ଇତିହାସ ରଚିଛନ୍ତି ପାୟଲ। ”ପାମ୍ ଡି’ଓର୍” ପରେ ଏହା ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର।

ଆମେରିକୀୟ ନିର୍ଦ୍ଦେଶକ ସିନ ବେକରଙ୍କ ଫିଲ୍ମ ‘ଅନୋରା’ ଏହି ଚଳଚ୍ଚିତ୍ର ମହୋତ୍ସବର ସର୍ବୋଚ୍ଚ ପୁରସ୍କାର ”ପାମ୍ ଡି’ଓର୍” ଜିତିଛି । ଶନିବାର ଉଦଯାପିତ ହୋଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ।

କପାଡ଼ିଆଙ୍କ ଫିଲ୍ମର ସ୍କ୍ରିନିଂ ଗୁରୁବାର ରାତିରେ ହୋଇଥିଲା । ୩୦ ବର୍ଷ ପରେ ମୁଖ୍ୟ ପ୍ରତିଯୋଗିତାରେ ପ୍ରଦର୍ଶିତ ହେବାରେ ଏହା କୌଣସି ଭାରତୀୟ ମହିଳା ନିର୍ଦ୍ଦେଶକଙ୍କ ପ୍ରଥମ ଭାରତୀୟ ଫିଲ୍ମ ଥିଲା ।

କାନ୍ସ ଫିଲ୍ମ ଫେଷ୍ଟିଭାଲର ମୁଖ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଶେଷ ଭାରତୀୟ ଚଳଚ୍ଚିତ୍ର ଥିଲା ଶାଜି ଏନ୍ କରୁଣଙ୍କ ୧୯୯୪ରେ ଆସିଥିବା ଫିଲ୍ମ “ସ୍ବାହାମ୍”।

କପାଡ଼ିଆ ଆମେରିକୀୟ ଅଭିନେତା ଭାୟୋଲା ଡେଭିସଙ୍କ ଠାରୁ ‘ଗ୍ରାଣ୍ଡ୍ ପ୍ରି’ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଗ୍ରହଣ କରିବା ବେଳେ ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ତିନି ଜଣ ଅଭିନେତ୍ରୀ – କାନି କୁଶ୍ରୁତି, ଦିବ୍ୟା ପ୍ରଭାସ ଏବଂ ଛାୟା କଦମଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନଙ୍କ ବିନା ଫିଲ୍ମ ତିଆରି ସମ୍ଭବ ହୋଇନଥାନ୍ତା ବୋଲି ସେ କହିଥିଲେ।

ତାଙ୍କ ଫିଲ୍ମ ‘ଅଲ୍ ଉଇ ଇମାଜିନ୍ ଏଜ୍ ଲାଇଟ୍’ ତିନି ଜଣ ମହିଳାଙ୍କ ବନ୍ଧୁତା ଉପରେ ‌ପର୍ଯ୍ୟବସିତ ବୋଲି କହିଛନ୍ତିି କପାଡ଼ିଆ। ଅନେକ ଥର ମହିଳାମାନେ ପରସ୍ପର ବିରୁଦ୍ଧରେ ଛିଡ଼ା ହୁଅନ୍ତି | ଆମ ସମାଜ ସେହିଭଳି ଗଢ଼ି ଉଠିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କିନ୍ତୁ ମୋ ପାଇଁ ବନ୍ଧୁତା ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବୋଲି ପାୟଲ କପାଡ଼ିଆ କହିଛନ୍ତି।

କାନ୍ସ ଫେଷ୍ଟିଭାଲରେ ଏହି ଚଳଚ୍ଚିତ୍ର ଦେଖିବା ପରେ ଦର୍ଶକମାନେ ଠିଆ ହୋଇ ୮ ମିନିଟ୍ ପର୍ଯ୍ୟନ୍ତ ତାଳି ମାରିଥିଲେ । ଏହାଛଡ଼ା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମୀକ୍ଷକ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ । ଫଳ ସ୍ବରୂପ ଏହି ଫିଲ୍ମ ‘ଗ୍ରାଣ୍ଡ ପ୍ରି’ ପୁରସ୍କାର ଦୌଡ଼ରେ ସର୍ବାଗ୍ରେ ରହିଥିଲା।

ଏହା ପୂର୍ବରୁ ଶୁକ୍ରବାର ବୁଲଗେରିଆର ନିର୍ଦ୍ଦେଶକ କନଷ୍ଟାଣ୍ଟିନ ବୋଜାନୋଭଙ୍କ ହିନ୍ଦୀ ଭାଷୀ ଚଳଚ୍ଚିତ୍ର ‘ଦି ସେମଲେସ୍’ ପାଇଁ ଅନସୁୟା ସେନଗୁପ୍ତା ୨୦୨୪ କାନ୍ସ ଫିଲ୍ମ ଫେଷ୍ଟିଭାଲର ‘ଅନ୍ ସର୍ଟେନ ରିଗାର୍ଡ’ ବର୍ଗରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଥିଲେ । ଏହି ପୁରସ୍କାର ଜିତିବାରେ ଅନସୂୟା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ।

#Odia#Odisha#News
Share Article:

Related Articles