ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ପୁଣି ଆକ୍ସନ, ମନି ଲଣ୍ଡରିଂ ଅଭିଯୋଗରେ ୫.୪୯ କୋଟି ଜୋରିମାନା
ନୂଆଦିଲ୍ଲୀ: ନିୟମ ଉଲ୍ଲଘଂନ ପାଇଁ ଆରବିଆଇ କଟକଣା ପରେ ଏବେ ମନି ଲଣ୍ଡରିଂ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ୫.୪୯ କୋଟି ଜୋରିମାନା ଲଗାଇଛି । ଅର୍ଥ ମନ୍ତ୍ରଣାଳୟ କହିଛି ଯେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ସଂସ୍ଥା ଗୁଡ଼ିକ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ନିଜ ଆକାଉଣ୍ଟ ଜରିଆରେ କଳାଟଙ୍କାକୁ ଧଳା କରୁଥିଲେ । ଅର୍ଥ ମନ୍ତ୍ରଣାଳୟ କହିଛି, ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଫାଇନାନ୍ସିଆଲ୍ [...]
ନୂଆଦିଲ୍ଲୀ: ନିୟମ ଉଲ୍ଲଘଂନ ପାଇଁ ଆରବିଆଇ କଟକଣା ପରେ ଏବେ ମନି ଲଣ୍ଡରିଂ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ୫.୪୯ କୋଟି ଜୋରିମାନା ଲଗାଇଛି । ଅର୍ଥ ମନ୍ତ୍ରଣାଳୟ କହିଛି ଯେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ସଂସ୍ଥା ଗୁଡ଼ିକ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ନିଜ ଆକାଉଣ୍ଟ ଜରିଆରେ କଳାଟଙ୍କାକୁ ଧଳା କରୁଥିଲେ ।
ଅର୍ଥ ମନ୍ତ୍ରଣାଳୟ କହିଛି, ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ (ଏଫୟୁୟୁ-ଇଣ୍ଡିଆ) ୫.୪୯ କୋଟି ଟଙ୍କା ଜୋରିମାନା ଲଗାଇଛି। ଅନଲାଇନ୍ ଜୁଆ ସହ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ନିୟୋଜିତ ଥିବା କେତେକ ସଂସ୍ଥା ତଥା ସେମାନଙ୍କ ବ୍ୟବସାୟର ନେଟୱାର୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏଫୟୁୟୁ-ଇଣ୍ଡିଆ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ କାରବାରର ସମୀକ୍ଷା ଆରମ୍ଭ କରିଥିଲା ।
ଆରବିଆଇର ଜାନୁୟାରୀ ୩୧ ନିର୍ଦ୍ଦେଶନାମା ଅନୁସାରେ ଏଫୟୁୟୁ-ଇଣ୍ଡିଆ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିୟମ ଉଲ୍ଲଘଂନ ପାଇଁ ଆରବିଆଇ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କକୁ ଫେବୃଆରୀ ୨୯ ପରେ ଜମା ଗ୍ରହଣ କରିବାକୁ ବାରଣ କରିଥିଲା । ପରେ ଏହି ସମୟସୀମା ମାର୍ଚ୍ଚ ୧୫କୁ ବୃଦ୍ଧି କରାଯାଇଥିଲା ।
ଖଡ଼ଗେ ଓ ଜୟରାମ ରମେଶଙ୍କୁ ଆଇନଗତ ନୋଟିସ୍ ପଠାଇଲେ ଗଡ଼କରୀ
Next ArticleCM Naveen to Inaugurate and Lay Foundation Stone of Multiple Medical College Projects Today
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
