News Room Odisha
BREAKING
Odia

ଇରାନ ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଇରାନର ବିଦେଶ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇରାନ ରାଷ୍ଟ୍ରପତି ରଇସିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତିି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ରେ କହିଛନ୍ତିି, “ଇରାନ ରାଷ୍ଟ୍ରପତି ଡକ୍ଟର ସୟେଦ ଇବ୍ରାହିମ ରଇସିଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ [...]

Admin•May 20, 2024
Share Article:

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଇରାନର ବିଦେଶ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇରାନ ରାଷ୍ଟ୍ରପତି ରଇସିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତିି।

ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ରେ କହିଛନ୍ତିି, “ଇରାନ ରାଷ୍ଟ୍ରପତି ଡକ୍ଟର ସୟେଦ ଇବ୍ରାହିମ ରଇସିଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ପରିବାର ଏବଂ ଇରାନର ଲୋକମାନଙ୍କୁ ମୋର ସମବେଦନା। ଏହି ଦୁଃଖଦ ସମୟରେ ଭାରତ ଇରାନ ସହିତ ଛିଡା ହୋଇଛି।”

ଉଲ୍ଲେଖଯୋଗ୍ୟ, ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ବିଦେଶ ମନ୍ତ୍ରୀ ହୋସେନ୍ ଅମିରାବଦୋଲାୟିଅନଙ୍କୁ ନେଇ ଯାଉଥିବା ହେଲିକପ୍ଟର ଘନ କୁହୁଡ଼ି ଯୋଗୁଁ ପୂର୍ବ ଆଜରବାଇଜାନର ଏକ ପାର୍ବତ୍ୟ ଅଞ୍ଚଳରେ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବହୁ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଘନ କୁହୁଡ଼ି ଏବଂ ଖରାପ ପାଗ ପ୍ରତିବନ୍ଧକ ସାଜିଥିଲା । ପାଗରେ ସୁଧାର ଆସିବା ପରେ ଉଦ୍ଧାରକାରୀ ଦଳ ସୋମବାର ସକାଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିଥିଲେ। ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ କେହି ବି ଜୀବିତ ମିଳିନଥିବା ଇରାନ ରେଡକ୍ରସ ମୁଖ୍ୟ କହିଛନ୍ତିି ‌। ଇବ୍ରାହିମ ରଇସି ଜଣେ ଚରମପନ୍ଥୀ ଇସଲାମିକ ନେତା ଭାବେ ପରିଚିତ ଥିଲେ। ସେ ୨୦୨୧ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ।

#Odia#Odisha#News
Share Article:

Related Articles