News Room Odisha
BREAKING
Odia

ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ରବିବାର ଆଡଭାନୀଙ୍କ ବାସଭବନ ଯାଇ ତାଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଷ୍ଟ୍ରପତି ମୁର୍ମୁ ଗତକାଲି (ମାର୍ଚ୍ଚ ୩୦) ରାଷ୍ଟ୍ରପତି ଭବନରେ ଆୟୋଜିତ [...]

Admin•March 31, 2024
Share Article:

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ରବିବାର ଆଡଭାନୀଙ୍କ ବାସଭବନ ଯାଇ ତାଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ମୁର୍ମୁ ଗତକାଲି (ମାର୍ଚ୍ଚ ୩୦) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଚାରି ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ – ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଓ ଚୌଧୁରୀ ଚରଣ ସିଂହ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୃଷକ ନେତା କର୍ପୁରୀ ଠାକୁର ଓ ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏମ.ଏସ୍ ସ୍ବାମୀନାଥନଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନ ପ୍ରଦାନ କରିଥିଲେ। ସ୍ଵାସ୍ଥ୍ୟଗତ କାରଣରୁ ଆଡଭାନୀ ଏହି ସମାରୋହରେ ଯୋଗ ଦେଇପାରିନଥିଲେ।

#Odia#Odisha#News
Share Article:

Related Articles