ପ୍ରିନସେସ୍ ଅଫ୍ ୱେଲ୍ସ କେଟ୍ ମିଡଲେଟନଙ୍କୁ କ୍ୟାନ୍ସର
ଲଣ୍ଡନ: ପ୍ରିନ୍ସ ଓ୍ବିଲିୟମଙ୍କ ପତ୍ନୀ ପ୍ରିନସେସ୍ ଅଫ୍ ୱେଲ୍ସ କେଟ୍ ମିଡଲେଟନ୍ କ୍ୟାନ୍ସରରେ ପୀଡ଼ିତ । ସେ ଖୋଦ୍ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଏହି ସୂଚନା ଦେଇଛନ୍ତି । ସମ୍ପ୍ରତି ତାଙ୍କ କେମୋଥେରାପି ଚିକିତ୍ସା ଚାଲିଛି। ଚିକିତ୍ସା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ତେବେ ସେ ଭଲ ଅଛନ୍ତି ଓ ଦିନକୁ ଦିନ ସୁସ୍ଥ ହେଉଛିନ୍ତି ବୋଲି କହିଛନ୍ତି କେଟ୍ । ପ୍ରିନସେସ୍ ଅଫ୍ ୱେଲ୍ସ ପକ୍ଷରୁ ଶୁକ୍ରବାର ଜାରି ଭିଡିଓ ବାର୍ତ୍ତାରେ କୁହାଯାଇଛି, [...]
ଲଣ୍ଡନ: ପ୍ରିନ୍ସ ଓ୍ବିଲିୟମଙ୍କ ପତ୍ନୀ ପ୍ରିନସେସ୍ ଅଫ୍ ୱେଲ୍ସ କେଟ୍ ମିଡଲେଟନ୍ କ୍ୟାନ୍ସରରେ ପୀଡ଼ିତ । ସେ ଖୋଦ୍ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଏହି ସୂଚନା ଦେଇଛନ୍ତି । ସମ୍ପ୍ରତି ତାଙ୍କ କେମୋଥେରାପି ଚିକିତ୍ସା ଚାଲିଛି। ଚିକିତ୍ସା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ତେବେ ସେ ଭଲ ଅଛନ୍ତି ଓ ଦିନକୁ ଦିନ ସୁସ୍ଥ ହେଉଛିନ୍ତି ବୋଲି କହିଛନ୍ତି କେଟ୍ ।
ପ୍ରିନସେସ୍ ଅଫ୍ ୱେଲ୍ସ ପକ୍ଷରୁ ଶୁକ୍ରବାର ଜାରି ଭିଡିଓ ବାର୍ତ୍ତାରେ କୁହାଯାଇଛି, ଜାନୁଆରୀରେ ଯେତେବେଳେ ସେ ପେଟ ଅସ୍ତ୍ରୋପଚାର କରିଥିଲେ, ସେତେବେଳେ ତାଙ୍କ କ୍ୟାନ୍ସର ନିଦାନ ହୋଇଥିଲା ।
ସେ କହିଛନ୍ତି, “ଅପରେସନ୍ ପରେ କରାଯାଇଥିବା ପରୀକ୍ଷଣରୁ ମୋ ଶରୀରରେ କ୍ୟାନ୍ସର ରୋଗ ଅଛି ବୋଲି ଜଣାପଡ଼ିଥିଲା । ପ୍ରିଭେନଟିଭ୍ କେମୋଥେରାପି ପାଇଁ ମୋ ମେଡିକାଲ ଟିମ୍ ମୋତେ ପରାମର୍ଶ ଦେଇଛି । ମୋର ଚିକିତ୍ସା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ।”
କେଟଙ୍କୁ କେଉଁ ପ୍ରକାର କ୍ୟାନ୍ସର ହୋଇଛି ତାହା ଜଣାପଡ଼ି ନାହିଁ । କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବେ ବୋଲି କେନ୍ସିଙ୍ଗଟନ୍ ପ୍ୟାଲେସ୍ ଆଶା ପ୍ରକାଶ କରିଛି।
କେଟଙ୍କ କେମୋଥେରାପି ଫେବୃଆରୀ ଶେଷ ଆଡକୁ ଆରମ୍ଭ ହୋଇଥିଲା | ଖ୍ରୀଷ୍ଟମାସ ପରଠାରୁ କେଟ୍ (୪୮)ଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନଥିଲା । ନିକଟରେ ସାମ୍ନାକୁ ଆସିଥିବା ଏକ ଭିଡ଼ିଓରେ ସେ ତାଙ୍କ ସ୍ୱାମୀ ପ୍ରିନ୍ସ ୱିଲିୟମଙ୍କ ସହିତ ୱିଣ୍ଡସର ବାସଭବନ ନିକଟରେ ଏକ ଦୋକାନରୁ ବାହାରୁଥିବା ନଜର ଆସିଥିଲେ ।
ଆଇପିଏଲ୍: ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗ୍ସ, ଆରସିବିକୁ ୬ ୱିକେଟରେ ହରାଇଲା
Next ArticleState to Experience Rise In Day Temperature By 3 to 5 Degrees In Next Four Days
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
