News Room Odisha
BREAKING
Odia

ପଞ୍ଜାବ ରାଜ୍ୟପାଳ ବନୱାରି ଲାଲ ପୁରୋହିତଙ୍କ ଇସ୍ତଫା

ଚଣ୍ଡିଗଡ଼: ପଞ୍ଜାବ ରାଜ୍ୟପାଳ ବନୱାରି ଲାଲ ପୁରୋହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡର‌ ପ୍ରଶାସକ ପଦରୁ ଇସ୍ତଫା ଦେଇଛନ୍ତି। ବନୱାରି ଅଗଷ୍ଟ ୨୦୨୧ରେ ପଞ୍ଜାବର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ସହ ବନୱାରି ଲାଲ ପୁରୋହିତଙ୍କ ବିବାଦ ଲାଗି ରହିଥିଲା। ଦୁଇ ଦିନ ତଳେ ହିଁ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍ ରାଜ୍ୟପାଳ ତାଙ୍କୁ ହଇରାଣ କରୁଛନ୍ତି [...]

Admin•February 3, 2024
Share Article:

ଚଣ୍ଡିଗଡ଼: ପଞ୍ଜାବ ରାଜ୍ୟପାଳ ବନୱାରି ଲାଲ ପୁରୋହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡର‌ ପ୍ରଶାସକ ପଦରୁ ଇସ୍ତଫା ଦେଇଛନ୍ତି। ବନୱାରି ଅଗଷ୍ଟ ୨୦୨୧ରେ ପଞ୍ଜାବର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ସହ ବନୱାରି ଲାଲ ପୁରୋହିତଙ୍କ ବିବାଦ ଲାଗି ରହିଥିଲା। ଦୁଇ ଦିନ ତଳେ ହିଁ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍ ରାଜ୍ୟପାଳ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।

୮୩ ବର୍ଷୀୟ ବନୱାରି ଲାଲ ପୁରୋହିତ ପୂର୍ବରୁ ତାମିଲନାଡୁ ଓ ଆସାମର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଛନ୍ତି। ବନୱାରି ଲାଲ ପୁରୋହିତ ବିଜେପି ଟିକେଟରେ ନାଗପୁର ଲୋକସଭା ଆସନରୁ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତା’ପୂର୍ବରୁ ସେ କଂଗ୍ରେସ ଟିକେଟରେ ମଧ୍ୟ ସେହି ଆସନରୁ ଦୁଇଥର ସାଂସଦ ହୋଇଥିଲେ।

#Odia#Odisha#News
Share Article:

Related Articles