News Room Odisha
BREAKING
Odia

ଅମିତ ଶାହଙ୍କ ବିରୋଧରେ ମନ୍ତବ୍ୟ ଅଭିଯୋଗରେ ଦାୟର ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ

ସୁଲତାନପୁର (ୟୁପି): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ଦାୟର ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସୁଲତାନପୁର ଜିଲ୍ଲାର ଏମପି-ଏମ୍ଏଲ୍ଏ କୋର୍ଟରେ ହାଜର ହୋଇଛନ୍ତି । ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ତାଙ୍କ ପୂର୍ବତନ ସଂସଦୀୟ ନିର୍ବାଚନମଣ୍ଡଳୀ ଆମେଠିରେ ସୋମବାର କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ପହଞ୍ଚିଥିଲା । ସେ ଏଠାରେ ରାତ୍ରିଯାପନ କରିବା ପରେ ମାନହାନି ମାମଲାରେ ଆଜି ସୁଲତାନପୁର ଏମପି-ଏମ୍ଏଲ୍ଏ କୋର୍ଟରେ [...]

Admin•February 20, 2024
Share Article:

ସୁଲତାନପୁର (ୟୁପି): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ଦାୟର ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସୁଲତାନପୁର ଜିଲ୍ଲାର ଏମପି-ଏମ୍ଏଲ୍ଏ କୋର୍ଟରେ ହାଜର ହୋଇଛନ୍ତି । ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

ତାଙ୍କ ପୂର୍ବତନ ସଂସଦୀୟ ନିର୍ବାଚନମଣ୍ଡଳୀ ଆମେଠିରେ ସୋମବାର କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ପହଞ୍ଚିଥିଲା । ସେ ଏଠାରେ ରାତ୍ରିଯାପନ କରିବା ପରେ ମାନହାନି ମାମଲାରେ ଆଜି ସୁଲତାନପୁର ଏମପି-ଏମ୍ଏଲ୍ଏ କୋର୍ଟରେ ହାଜର ହୋଇଥିଲେ। ‘ବେଲ୍ ବଣ୍ଡ୍’ ଭରିବା ପରେ କୋର୍ଟ ତାଙ୍କ ଜାମିନ ଆବେଦନ ଗ୍ରହଣ କରିଥିଲେ।

ରାହୁଲଙ୍କ ବିରୋଧରେ ବିଜେପି ନେତା ବିଜୟ ମିଶ୍ର ୨୦୧୮ ଅଗଷ୍ଟ ୪ରେ ମାନହାନି ମାମଲା ଦାୟର କରିଥିଲେ। ଏଥିରେ ସେ ଅଭିଯୋଗ କରିଥିଲେ ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ୮ ମେ ୨୦୧୮ରେ ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ବିଜେପିର ତତ୍କାଳୀନ ଜାତୀୟ ସଭାପତି ତଥା ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହତ୍ୟା ଅଭିଯୁକ୍ତ ବୋଲି କହିଥିଲେ । ରାହୁଲ କହିଥିଲେ, ସଚ୍ଚୋଟ ତଥା ସ୍ୱଚ୍ଛ ରାଜନୀତିରେ ବିଶ୍ବାସ କରୁଥିବା ବିଜେପି ସଭାପତି ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ। ଦଳର ଜଣେ ସଦସ୍ୟ ଭାବେ ରାହୁଲଙ୍କ ଏପରି ମନ୍ତବ୍ୟ ତାଙ୍କୁ ଆଘାତ କରିଛି ବୋଲି ଅଭିଯୋଗକାରୀ କହିଥିଲେ ।

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରାୟ ଚାରି ବର୍ଷ ପୂର୍ବରୁ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦୦୫ ମସିହାରେ ହୋଇଥିବା ଏକ ନକଲି ଏନକାଉଣ୍ଟର ମାମଲାରେ ଅମିତ ଶାହଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଥିଲେ।

#Odia#Odisha#News
Share Article:

Related Articles