News Room Odisha
BREAKING
Odia

ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ୍ କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ: ନିର୍ବାଚନ କମିଶନ ଅଧିକାରୀମାନେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ୍ କରିଛନ୍ତି। ତାମିଲନାଡୁର ନୀଳଗିରିରେ ଫ୍ଲାଇଙ୍ଗ ସ୍କ୍ବାଡ୍ ଅଧିକାରୀମାନେ ତାଙ୍କ ହେଲିକପ୍ଟରରେ ତଲାସି କରିଥିଲେ। ଏହି ତଲାସି ସମ୍ବନ୍ଧୀୟ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ। ରାହୁଲ ତାମିଲନାଡୁ ନୀଳଗିରି କଲେଜର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ଭେଟିବାକୁ ଆସିଥିଲେ। ତାମିଲନାଡୁ ପରେ ରାହୁଲ ଗାନ୍ଧୀ କେରଳର ୱାୟାନାଡରେ ପହଞ୍ଚିଥିଲେ। ଏଠାରେ ସେ ଏକ ରୋଡ୍ ସୋ କରିଥିଲେ । ଏହା [...]

Admin•April 15, 2024
Share Article:

ଚେନ୍ନାଇ: ନିର୍ବାଚନ କମିଶନ ଅଧିକାରୀମାନେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ୍ କରିଛନ୍ତି। ତାମିଲନାଡୁର ନୀଳଗିରିରେ ଫ୍ଲାଇଙ୍ଗ ସ୍କ୍ବାଡ୍ ଅଧିକାରୀମାନେ ତାଙ୍କ ହେଲିକପ୍ଟରରେ ତଲାସି କରିଥିଲେ। ଏହି ତଲାସି ସମ୍ବନ୍ଧୀୟ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ। ରାହୁଲ ତାମିଲନାଡୁ ନୀଳଗିରି କଲେଜର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ଭେଟିବାକୁ ଆସିଥିଲେ।

ତାମିଲନାଡୁ ପରେ ରାହୁଲ ଗାନ୍ଧୀ କେରଳର ୱାୟାନାଡରେ ପହଞ୍ଚିଥିଲେ। ଏଠାରେ ସେ ଏକ ରୋଡ୍ ସୋ କରିଥିଲେ । ଏହା ପରେ ସେ ଏକ ସାଧାରଣ ସଭା ମଧ୍ୟ କରିବେ। ସୋମବାର ସନ୍ଧ୍ୟାରେ ରାହୁଲ ଉତ୍ତର କୋଜିକୋଡରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍)ର ଏକ ରାଲିକୁ ସମ୍ବୋଧିତ କରିବ ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଚଳିତ ମାସ ଆରମ୍ଭରେ ୱାୟାନାଡରୁ ନାମାଙ୍କନପତ୍ର ଦାଖଲ କରିଥିଲେ ।

#Odia#Odisha#News
Share Article:

Related Articles