News Room Odisha
BREAKING
Odia

ରାହୁଲ ତୃତୀୟ ଟେଷ୍ଟରୁ ବାଦ୍, ପାଡିକ୍ଲଲ ସାମିଲ

ରାଜକୋଟ: ଭାରତର ସିନିୟର ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ସେ ‘କ୍ୱାଡ୍ରିସେପ୍’ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି। ଏହି ଆଘାତ ଯୋଗୁଁ ସେ ବିଶାଖାପଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଖେଳିପାରିନଥିଲେ। ରାହୁଲଙ୍କ ସ୍ଥାନରେ କର୍ଣ୍ଣାଟକର ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକ୍ଲଲଙ୍କୁ ଦଳରେ ସାମିଲ କରାଯାଇଛି । ତୃତୀୟ ଟେଷ୍ଟ ରାଜକୋଟରେ ଫେବୃଆରୀ ୧୫ରୁ ଖେଳାଯିବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, [...]

Admin•February 12, 2024
Share Article:

ରାଜକୋଟ: ଭାରତର ସିନିୟର ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ସେ ‘କ୍ୱାଡ୍ରିସେପ୍’ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି। ଏହି ଆଘାତ ଯୋଗୁଁ ସେ ବିଶାଖାପଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଖେଳିପାରିନଥିଲେ। ରାହୁଲଙ୍କ ସ୍ଥାନରେ କର୍ଣ୍ଣାଟକର ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକ୍ଲଲଙ୍କୁ ଦଳରେ ସାମିଲ କରାଯାଇଛି । ତୃତୀୟ ଟେଷ୍ଟ ରାଜକୋଟରେ ଫେବୃଆରୀ ୧୫ରୁ ଖେଳାଯିବ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, “କେଏଲ୍ ରାହୁଲ ଏପର୍ଯ୍ୟନ୍ତ ରାଜକୋଟରେ ପହଞ୍ଚି ନାହାଁନ୍ତି। ସ୍ଥାନୀୟ ଖେଳାଳି ରବୀନ୍ଦ୍ର ଜାଡେଜା ଦଳ ସହ ଯୋଗ ଦେଇଛନ୍ତି। ତେବେ ଚୂଡ଼ାନ୍ତ ଏକାଦଶରେ ସେ ସାମିଲ ହେବେ ନା ନାହିଁ ତାହା ତାଙ୍କ ଫିଟନେସ ଉପରେ ନିର୍ଭର କରିବ ବୋଲି କୁହାଯାଇଥିଲା। କିନ୍ତୁ ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ବୋଲି ବିସିସିଆଇ ମେଡିକାଲ ଟିମ୍ ଭାବୁ ନାହିଁ।

ଚୟନକର୍ତ୍ତାମାନେ ବିସିସିଆଇ ମେଡିକାଲ ଟିମର ସବୁଜ ସଙ୍କେତ ପାଇବା ପରେ ରାହୁଲ ଓ ଜାଡେଜାଙ୍କୁ ଶେଷ ୩ ଟେଷ୍ଟ ପାଇଁ ଦଳରେ ସାମିଲ କରିଥିଲେ।

ରାହୁଲଙ୍କ ସ୍ଥାନରେ ସାମିଲ ହେବାକୁ ଥିବା ୨୩ ବର୍ଷୀୟ ପାଡିକ୍ଲଲ ସମ୍ପ୍ରତି ରଣଜୀ ଟ୍ରଫି ମ୍ୟାଚରେ ୧୫୧ ରନର ଇନିଂସ୍ ଖେଳିଥିଲେ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଷ୍ଟାଣ୍ଡରୁ ତାଙ୍କ ଇନିଂସ ଦେଖିଥିଲେ। ପାଡିକ୍ଲଲ ଚଳିତ ଘରୋଇ ସିଜନରେ ଭଲ ଫର୍ମରେ ଅଛନ୍ତି । ସେ ପଞ୍ଜାବ ବିପକ୍ଷରେ ୧୯୩ ରନ୍ ଏବଂ ଗୋଆ ବିପକ୍ଷ ପ୍ରଥମ ରଣଜୀ ଟ୍ରଫି ମ୍ୟାଚରେ ୧୦୩ ରନ୍ କରିଥିଲେ। ରଣଜୀ ଟ୍ରଫି ବ୍ୟତୀତ ପାଡିକ୍ଲଲ ଇଂଲଣ୍ଡ ଲାୟନ୍ସ ବିପକ୍ଷ ଭାରତ ‘ଏ’ର ପ୍ରତିନିଧିତ୍ବ କରି ଦୁଇଟି ଅନଅଫିସିଆଲ୍ ଟେଷ୍ଟର ତିନି ଇନିଂସରେ ଯଥାକ୍ରମେ ୧୦୫, ୬୫ ଓ ୨୧ ରନ୍ କରିଥିଲେ।

ଅନ୍ୟପକ୍ଷରେ ରାହୁଲଙ୍କ ଆଘାତ ଜନିତ ଲମ୍ବା ବ୍ରେକ୍ ନେଇ ପ୍ରଶ୍ନ ଉଠିଛି । ସେ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିବା ପରେ ଏହି ୩୧ ବର୍ଷୀୟ ଖେଳାଳିଙ୍କ ଆଘାତ ସ୍ଥିତି ନେଇ ବିସିସିଆଇ ମେଡିକାଲ ଟିମ୍ ସଠିକ୍ ସୂଚନା ଦେଉଛନ୍ତି କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିସିସିଆଇର ଏହି ବରିଷ୍ଠ ଅଧିକାରୀ କହିଛନ୍ତି, “ଯଦି ବିସିସିଆଇ ଡାକ୍ତରୀ ଟିମ୍ ରାହୁଲଙ୍କ ଜଙ୍ଘ ଆଘାତ ଗୁରୁତର ବୋଲି ଜାଣିଥିଲା, ତେବେ ତାଙ୍କୁ କାହିଁକି ସମ୍ଭାବ୍ୟ ଦଳରେ ରଖାଯାଇଥିଲା ? ରାହୁଲ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ବ୍ୟାଟିଂ ଅଭ୍ୟାସ ଭିଡ଼ିଓ ପୋଷ୍ଟ କରି ଭୁଲ ସଙ୍କେତ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ନିକଟରେ ଅନ୍ୟ ଜଣେ ବରିଷ୍ଠ ଖେଳାଳିଙ୍କୁ କୁହାଯାଇଥିଲା ଯେ ଖରାପ ଫର୍ମ କାରଣରୁ ତାଙ୍କୁ ବଦ୍ ଦିଆଯିବ । ଏହାପରେ ସେ ଆଘାତ ବାହାନାରେ ଓହରି ଯାଇଥିଲେ ଯାହା ସମ୍ପର୍କରେ ବୋର୍ଡ ଉଲ୍ଲେଖ କରିନଥିଲା ।

ଇଶାନ କିଶନଙ୍କ ମାମଲା ଆହୁରି ଅଜବ। ସେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ କି ନାହିଁ ତାଙ୍କ ରାଜ୍ୟ କ୍ରିକେଟ୍ ସଂଘକୁ ଜଣାଇ ନାହାଁନ୍ତି ।

ରାହୁଲ ତୃତୀୟ ଏବଂ ସମ୍ଭବତଃ ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଥିବା ବେଳେ ସରଫରାଜ ଖାନଙ୍କ ପାଇଁ ଦ୍ୱାର ଖୋଲିପାରେ । କାରଣ ଶ୍ରେୟାସ ଆୟରଙ୍କୁ ବି ଅବଶିଷ୍ଟ ତିନିଟି ଟେଷ୍ଟରୁ ବାଦ୍ ଦିଆଯାଇଛି ।

#Odia#Odisha#News
Share Article:

Related Articles