News Room Odisha
BREAKING
Odia

ରାଜକୋଟ୍ ଗେମ୍ ଜୋନ ଅଗ୍ନିକାଣ୍ଡରେ ମାଲିକ ପ୍ରକାଶ ହିରନଙ୍କ ବି ମୃତ୍ୟୁ, ଡିଏନ୍ଏ ଟେଷ୍ଟରୁ ଜଣାପଡ଼ିଲା

ଅହମ୍ମଦାବାଦ: ରାଜକୋଟ୍ ଟିଆରପି ଗେମ୍ ଜୋନର ଅନ୍ୟତମ ମାଲିକ ପ୍ରକାଶ ହିରନ୍ ମଧ୍ୟ ଗତ ସପ୍ତାହରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। ଡିଏନ୍ଏ ଟେଷ୍ଟ ପରେ ତାଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି। ଏହି ହୃଦୟ ବିଦାରକ ଘଟଣାରେ ୧୨ ପିଲାଙ୍କ ସହ ୩୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଘଟଣାସ୍ଥଳରୁ ଉଦ୍ଧାର ମୃତଦେହରୁ ନିଆଯାଇଥିବା ନମୁନା ପ୍ରକାଶଙ୍କ ମା’ଙ୍କ ଡିଏନ୍ଏ ସହିତ ମେଳ ହେବା ପରେ ତାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିଲା। ପ୍ରକାଶ ହିରନ୍ [...]

Admin•May 29, 2024
Share Article:

ଅହମ୍ମଦାବାଦ: ରାଜକୋଟ୍ ଟିଆରପି ଗେମ୍ ଜୋନର ଅନ୍ୟତମ ମାଲିକ ପ୍ରକାଶ ହିରନ୍ ମଧ୍ୟ ଗତ ସପ୍ତାହରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। ଡିଏନ୍ଏ ଟେଷ୍ଟ ପରେ ତାଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି। ଏହି ହୃଦୟ ବିଦାରକ ଘଟଣାରେ ୧୨ ପିଲାଙ୍କ ସହ ୩୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଘଟଣାସ୍ଥଳରୁ ଉଦ୍ଧାର ମୃତଦେହରୁ ନିଆଯାଇଥିବା ନମୁନା ପ୍ରକାଶଙ୍କ ମା’ଙ୍କ ଡିଏନ୍ଏ ସହିତ ମେଳ ହେବା ପରେ ତାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିଲା।

ପ୍ରକାଶ ହିରନ୍ ଟିଆରପି ଗେମ୍ ଜୋନର ୬୦ ପ୍ରତିଶତ ସେୟାର ହୋଲଡର ଥିଲେ। ନିଆଁ ଲାଗିବା ସମୟରେ ପ୍ରକାଶଙ୍କୁ ସିସିଟିଭି ଫୁଟେଜରେ ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ପରେ ପ୍ରକାଶ ନିଖୋଜ ଥିବା ନେଇ ତାଙ୍କ ଭାଇ ଜିତେନ୍ଦ୍ର ହିରନ୍ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଜିତେନ୍ଦ୍ରଙ୍କ ଅଭିଯୋଗ ପରେ ତାଙ୍କ ପରିବାରରୁ ଡିଏନ୍ଏ ନମୁନା ସଂଗ୍ରହ କରାଯାଇଥିଲା। ଡିଏନ୍ଏ ଟେଷ୍ଟରୁ ଅଗ୍ନିକାଣ୍ଡରେ ପ୍ରକାଶଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିଲା। ଗେମ୍ ଜୋନରେ ଅଗ୍ନିକାଣ୍ଡ ଘଟଣାରେ ହିରନଙ୍କ ସମେତ ୬ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା। ରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ପରେ ମୃତକଙ୍କ ସମ୍ପର୍କୀୟଙ୍କ ଡିଏନ୍ଏ ଟେଷ୍ଟ ମେଳ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨୦ ମୃତଦେହ ଚିହ୍ନଟ କରାଯାଇଛି।

#Odia#Odisha#News
Share Article:

Related Articles