News Room Odisha
BREAKING
Odia

କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି କମିଟି (ଏମପିସି) ସମୀକ୍ଷା ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ରେପୋ ରେଟ୍ ପୂର୍ବଭଳି ୬.୫ ପ୍ରତିଶତ ବଜାୟ ରଖାଯାଇଛି। କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ଯେଉଁ ସୁଧହାରରେ ଅନ୍ୟ ବ୍ୟାଙ୍କଗୁଡ଼ିକ ୠଣ ଦେଇଥାଏ ତାହାକୁ ରେପୋ ରେଟ୍ କୁହାଯାଏ | ରେପୋ ରେଟ୍ ଜରିଆରେ ରିଜର୍ଭ [...]

Admin•April 5, 2024
Share Article:

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି କମିଟି (ଏମପିସି) ସମୀକ୍ଷା ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ରେପୋ ରେଟ୍ ପୂର୍ବଭଳି ୬.୫ ପ୍ରତିଶତ ବଜାୟ ରଖାଯାଇଛି। କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ଯେଉଁ ସୁଧହାରରେ ଅନ୍ୟ ବ୍ୟାଙ୍କଗୁଡ଼ିକ ୠଣ ଦେଇଥାଏ ତାହାକୁ ରେପୋ ରେଟ୍ କୁହାଯାଏ | ରେପୋ ରେଟ୍ ଜରିଆରେ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିଥାଏ । ରେପୋ ରେଟ୍ ଉପରେ ମଧ୍ୟ ଆପଣଙ୍କ ମାସିକ କିସ୍ତି (ଇଏମ୍ଆଇ) ନିର୍ଭର କରେ । ଏଥର ବି ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ବେଳେ ଆପଣଙ୍କ ଗୃହ, କାର୍ ଋଣ ସମେତ ବିଭିନ୍ନ ଋଣ ଉପରେ ଇଏମ୍ଆଇ ପରିବର୍ତ୍ତନ ହେବା ସମ୍ଭାବନା କମ୍।

#Odia#Odisha#News
Share Article:

Related Articles