News Room Odisha
BREAKING
Odia

ଆଇପିଏଲ୍ ପୂର୍ବରୁ ଆରସିବି ନାଁ ବଦଳିଲା

ବେଙ୍ଗାଲୁରୁ : ଆଇପିଏଲ୍ ୨୦୨୪ ସିଜନ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁର ଏମ୍ ଚିନ୍ନସ୍ବାମୀ ଷ୍ଟାଡିୟମରେ ‘ଅନବକ୍ସ’ ଇଭେଣ୍ଟରେ ଆରସିବି ଏହାର ନୂଆ ନାମ ଘୋଷଣା କରିଛି। ଦଳ ଏବେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ ଭାବେ ଜଣାଯିବ । ଏହାଛଡ଼ା ଦଳ ଆଗାମୀ ସିଜନ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଛି । The City we love, the Heritage we embrace, and [...]

Admin•March 19, 2024
Share Article:

ବେଙ୍ଗାଲୁରୁ : ଆଇପିଏଲ୍ ୨୦୨୪ ସିଜନ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁର ଏମ୍ ଚିନ୍ନସ୍ବାମୀ ଷ୍ଟାଡିୟମରେ ‘ଅନବକ୍ସ’ ଇଭେଣ୍ଟରେ ଆରସିବି ଏହାର ନୂଆ ନାମ ଘୋଷଣା କରିଛି। ଦଳ ଏବେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ ଭାବେ ଜଣାଯିବ । ଏହାଛଡ଼ା ଦଳ ଆଗାମୀ ସିଜନ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଛି ।

୨୦୧୪ ମସିହାରେ ବାଙ୍ଗାଲୋର ସହର ନାମ ଵଦଳି ‘ବେଙ୍ଗାଲୁରୁ’ ହୋଇଥିଲା । ତଦନୁସାରେ ଆରସିବି ଫ୍ୟାନମାନେ ମଧ୍ୟ ଦଳର ନାଁ ବଦଳାଇବାକୁ ଦାବି କରିଆସୁଥିଲେ । କିନ୍ତୁ ଆରସିବି ଦଳ ନାମ ପରିବର୍ତ୍ତନ କରିନଥିଲା । ବର୍ତ୍ତମାନ ୧୬ ବର୍ଷ ପରେ ଆରସିବି ଟିମ୍ ନିଜ ନାଁରେ ପରିବର୍ତ୍ତନ କରିଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଆଇପିଏଲରେ ଥରେ ବି ଟାଇଟଲ୍ ଜିତି ନାହିଁ। ଦଳ ତିନିଥର ଫାଇନାଲ୍ ଖେଳିଥିଲେ ମଧ୍ୟ ପ୍ରତ୍ୟେକ ଥର ରନର୍ସ ଅପରେ ସନ୍ତୁଷ୍ଟ ହୋଇଛି। ତେବେ ନିକଟରେ ଆରସିବି ମହିଳା ଦଳ ଡବ୍ଲୁପିଏଲ୍ ଟାଇଟଲ୍ ଜିତିବା ପରେ ଫ୍ରାଞ୍ଚାଇଜର ପୁରୁଷ ଟିମ୍ ନୂଆ ନାମ ସହିତ ଟ୍ରଫି ମରୁଡ଼ିର ଅନ୍ତ ଘଟାଇବ ବୋଲି ଦଳର ପ୍ରଶଂସକ ଆଶା ବାନ୍ଧିଛନ୍ତି | ଆରସିବି ମାର୍ଚ୍ଚ ୨୨ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ |

#Odia#Odisha#News
Share Article:

Related Articles