News Room Odisha
BREAKING
Odia

ଆଜିଠୁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲାଗୁ, କ’ଣ ଚାଲୁ ରହିବ କ’ଣ ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ: ଆରବିଆଇ ଗାଇଡଲାଇନ ଅନୁଯାୟୀ, ଆଜି ଠାରୁ ଅର୍ଥାତ୍ ମାର୍ଚ୍ଚ ୧୬ରୁ‌ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ବିଭିନ୍ନ କଟକଣା ଲାଗିବ । ପେଟିଏମ୍ ଓ୍ବାଲେଟରେ ଆପଣ ଟଙ୍କା ଜମା କରିପାରିବେ ନାହିଁ । ଏହାଛଡା ଆପଣ ଯଦି ପେଟିଏମ୍ ର ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅନ୍ୟ ବ୍ୟାଙ୍କରୁ ନୂଆ ଫାଷ୍ଟଟ୍ୟାଗ୍ ଆଣିବାକୁ ପଡ଼ିବ। ଏହା ନ କଲେ ଆପଣଙ୍କୁ ଦୁଇଗୁଣ ଟୋଲ୍ ଦେବାକୁ ପଡ଼ିପାରେ । ଯଦି ଆପଣଙ୍କର ପେଟିଏମ୍ ୱାଲେଟରେ ଟଙ୍କା [...]

Admin•March 16, 2024
Share Article:

ନୂଆଦିଲ୍ଲୀ: ଆରବିଆଇ ଗାଇଡଲାଇନ ଅନୁଯାୟୀ, ଆଜି ଠାରୁ ଅର୍ଥାତ୍ ମାର୍ଚ୍ଚ ୧୬ରୁ‌ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ବିଭିନ୍ନ କଟକଣା ଲାଗିବ । ପେଟିଏମ୍ ଓ୍ବାଲେଟରେ ଆପଣ ଟଙ୍କା ଜମା କରିପାରିବେ ନାହିଁ । ଏହାଛଡା ଆପଣ ଯଦି ପେଟିଏମ୍ ର ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅନ୍ୟ ବ୍ୟାଙ୍କରୁ ନୂଆ ଫାଷ୍ଟଟ୍ୟାଗ୍ ଆଣିବାକୁ ପଡ଼ିବ। ଏହା ନ କଲେ ଆପଣଙ୍କୁ ଦୁଇଗୁଣ ଟୋଲ୍ ଦେବାକୁ ପଡ଼ିପାରେ ।

ଯଦି ଆପଣଙ୍କର ପେଟିଏମ୍ ୱାଲେଟରେ ଟଙ୍କା ଅଛି, ତେବେ ତାହା ଆପଣ ଫାଷ୍ଟଟ୍ୟାଗ୍ ଜରିଆରେ ଟୋଲ୍ ପେମେଣ୍ଟ ପାଇଁ ବ୍ୟବହାର କରିପାରିବେ | ଭାରତରେ ପେଟିଏମର ସର୍ବାଧିକ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ ଅଛନ୍ତି।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ଜଣେ ଗ୍ରାହକଙ୍କ ପେଟିଏମ୍ ୱାଲେଟରେ ଟଙ୍କା ଅଛି, ତେବେ ସେ ମାର୍ଚ୍ଚ ୧୫ ପରେ ମଧ୍ୟ ଏହା ଜରିଆରେ ପେମେଣ୍ଟ୍ କରିପାରିବେ | ଗ୍ରାହକ ଚାହିଁଲେ ପେଟିଏମ୍ ୱାଲେଟରୁ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ରାନ୍ସଫର କରିପାରିବେ।

ପେଟିଏମ୍ ୱାଲେଟ୍ ସୁବିଧା ବନ୍ଦ ହେବା ଦ୍ବାରା ଏହାର ୟୁପିଆଇ ସେବା କିନ୍ତୁ ପ୍ରଭାବିତ ହେବ ନାହିଁ । ପେଟିଏମ୍ ୟୁପିଆଇ ସେବା ପୂର୍ବ ପରି କାମ କରିବ ‌। ସାଉଣ୍ଡ ବକ୍ସ ସୁବିଧା ମଧ୍ୟ ଉପଲବ୍ଧ ହେବ | ଏହାଛଡ଼ା ଟିକେଟ୍ ବୁକିଂ, ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ପେଟିଏମ୍ ମାଧ୍ୟମରେ ଉପଲବ୍ଧ ହେବ।

ନିୟମ ଉଲ୍ଲଂଘନ ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ଫେବୃଆରୀ ୨୯ ପରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ବନ୍ଦ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାନୁଆରୀ ୩୧ରେ ନିର୍ଦ୍ଦେଶ ଜାରି କରିଥିଲା। ପରେ ଏହି ସମୟସୀମା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

#Odia#Odisha#News
Share Article:

Related Articles